‘ଏ’ ତାଲିକାଭୁକ୍ତ ନାୟିକା ହୋଇପାରି ନାହାନ୍ତି ଏହି ବଲିଉଡ ନାୟିକା !

ବଲିଉଡର କୌଣସି ସୁପରଷ୍ଟାର୍‌ ନୁହନ୍ତି କିନ୍ତୁ ତାପସୀ ପାନୁଙ୍କର ଫ୍ୟାନ ଫଲୋଅର୍ସଙ୍କ ସଂଖ୍ୟା କିଛି କମ୍‌ ନୁହେଁ। ବିଶେଷକରି ଜୁଡଓ୍ଵା-୨ ସିନେମାରେ କାମ କରିବାପରେ ତାପସୀ ଖୁବ୍‌ ଲୋକପ୍ରିୟ ହୋଇଛନ୍ତି। ତାପସୀ ବଲିଉଡରେଡେଭିଡ ଧଓ୍ଵନଙ୍କ ନିର୍ଦ୍ଦେଶିତ ସିନେମା ‘ଚଷମେ ବଦ୍ଦୁର’ ଜରିଆରେ ପ୍ରବେଶ କରିଥିଲେ। ଏହାପରେ ତାଙ୍କୁ ପିଙ୍କ୍‌ ,ନାମ୍‌ ଶବାନା, ବେବି ଭଳି ହିଟ୍‌ ଫିଲ୍ମରେ ଦେଖିବାକୁ ମିଳିଛି। ତେବେ ଏଯାବତ୍‌ ତାପସୀ ପାନୁ ‘ଏ’ ତାଲିକାଭୁକ୍ତ ନାୟିକା ହୋଇପାରି ନାହାନ୍ତି।

ଏ ସଂପର୍କରେ ତାଙ୍କର କହିବା କଥା ହେଲା ଏହାର ଅର୍ଥ ବୁଝନ୍ତି ନାହିଁ। ତା’ଛଡ଼ା ବ୍ୟକ୍ତିଗତ ଜୀବନରେ ସେ ଜଣେ ବହିର୍ମୁଖୀ ସ୍ୱଭାବର ଯୁବତୀ।ତେବେ ସେ ଏଥିିରେ ସନ୍ତୁଷ୍ଟ ନୁହନ୍ତି। ତାପସୀ ପାନୁଙ୍କ କହିବା ଅନୁଯାୟୀ ଏଠି ଟପ୍‌ ଷ୍ଟାର୍‌ ହେବାକୁ ବଲିଉଡର ତିନି ସୁପର ଖାନଙ୍କ ସହ କାମ କରିବା ଜରୁରୀ। ଏଣୁ ସେ ସେଭଳି ସୁଯୋଗ ଅପେକ୍ଷାରେ ଅଛନ୍ତି ବୋଲି କହିଛନ୍ତି।

ସଂପ୍ରତି ତାଙ୍କ ଅଭିନୀତ ‘ମୁଲ୍‌କ’ ରିଲିଜ୍‌ ଅପେକ୍ଷାରେ ରହିଛି। ଅପରପକ୍ଷରେତାପସୀ ପ୍ରଖ୍ୟାତ ଅଭିନେତା-ନିର୍ଦ୍ଦେଶକ ପ୍ରକାଶ ରାଜଙ୍କ ପ୍ରଥମ ହିନ୍ଦୀ ଫିଲ୍ମରେ ଲିଡ ରୋଲ କରୁଛନ୍ତି। ଏହା ପ୍ରକାଶ ରାଜଙ୍କ ନିର୍ଦ୍ଦେଶିତ ପ୍ରଥମ ହିନ୍ଦୀ ସିନେମା । ସେ ଆଉ ଏକ ଫିଲ୍ମ ‘ତଡକା’ର ସୁଟିଂ ଶେଷ କରିବା ଅପେକ୍ଷାରେ ଅଛନ୍ତି। ଡେଭିଡ ଧଓ୍ଵନଙ୍କ ଜୁଡଓ୍ଵା-୨ରେ ତାପସୀ ପ୍ରଥମ ଥରଲାଗି ବରୁଣ ଧଓ୍ଵନଙ୍କ ସହ କାମ କରିଥିବା ବେଳେ ପ୍ରକାଶ ରାଜଙ୍କ ‘ତଡକା’ରେ ତାଙ୍କୁ ଆଲି ଫୈଜଲଙ୍କ ବିପକ୍ଷରେ ଦେଖିବାକୁ ମିଳିବ। ପ୍ରକାଶଙ୍କ ଭଳି ବରିଷ୍ଠ ଅଭିନେତା ତାଙ୍କୁ ସୁଯୋଗ ଦେବା ଏକ ବଡ଼ କଥା ବୋଲି କହନ୍ତି ତାପସୀ । ସେ ନିଜର କ୍ୟାରିଅରକୁ ନେଇ ଆଦୌ ଅସନ୍ତୁଷ୍ଟ ନୁହନ୍ତି ବୋଲି କହିଛନ୍ତିି ତାପସୀ ପାନୁ ।

ସମ୍ବନ୍ଧିତ ଖବର