ଶାହିଦ୍‌ କପୁରଙ୍କ ଭାଇଙ୍କୁ ଛାଡି ଜଣେ ନବାଗତଙ୍କୁ ଡେଟ୍‌ କରୁଛନ୍ତି ଏହି ନାୟିକା

ମୁମ୍ବାଇ: ବଲିଉଡରେ ଏବେ ଜଣେ ନାୟିକାଙ୍କୁ ନେଇ ଜୋର୍‌ ଚର୍ଚ୍ଚା। ସେ ହେଲେ ତାରା ସୁତରିୟା। ‘ଦି ଷ୍ଟୁଡେଣ୍ଟ ଅଫ୍‌ ଦି ଇଅର୍‌-୨’ରୁ ନାୟିକା ଭାବେ କ୍ୟାରିଅର୍‌ ଆରମ୍ଭ କରିଛନ୍ତି ତାରା ସୁତରିୟା । ଏକଦା ତାଙ୍କର ଆଫେଆର୍‌କୁ ନେଇବଲିଉଡରେ ଚର୍ଚ୍ଚା ଉଠିଥିଲା। ଶାହିଦ୍‌ କପୁରଙ୍କ ସାନ ଭାଇ ଈଶାନ୍‌ ଖଟ୍ଟରଙ୍କ ଗର୍ଲଫ୍ରେଣ୍ଡ୍‌ ଥିଲେ ତାରା ସୁତାରିଆ। ଈଶାନ୍‌ ଓ ତାରା ଏକା ସମୟରେ କ୍ୟାରିଅର୍‌ ଆରମ୍ଭ କରିଥିଲେ। ସେ ଦୁହେଁ ପରସ୍ପରକୁ ଡେଟ୍‌ କରୁଥିଲେ।
ଈଶାନ୍‌ ଓ ତାରାଙ୍କ ରୋମାନ୍ସର ଚର୍ଚ୍ଚା ବଲିଉଡରେ ଆରମ୍ଭ ହୋଇଥିଲା। ଠିକ୍‌ ସେହି ସମୟରେ ଈଶାନ୍‌ କରଣ ଜୋହରଙ୍କ ଫିଲ୍ମ ‘ଧଡକ୍‌’ ପାଇଁ ଚୁକ୍ତିବଦ୍ଧ ହୋଇଥିଲେ। ତା’ର କିଛି ଦିନ ପରେ ତାରା ସୁତାରିୟା ବି କରଣ ଜୋହରଙ୍କର ଅନ୍ୟ ଏକ ସିନେମା ‘ଦ ଷ୍ଟୁଡେଣ୍ଟ୍‌ ଆଫ୍‌ ଦ ଇୟର୍‌ ’ ସାଇନ କରି ବଲିଉଡରେ ଡେବ୍ୟୁ କରିଥିଲେ। ଏହାପରେ ଦୁହେଁ ପରସ୍ପରକୁ ସମୟ ଦେଇପାରି ନଥିଲେ । ଫଳତଃ ଉଭୟଙ୍କର ବ୍ରେକୁ ଅପ୍‌ ହେଲା।


ଏବେ ତାରା ଆଉ ଜଣେ ନବାଗତଙ୍କ ପ୍ରେମରେ ପଡ଼ିଛନ୍ତି। ସେ ହେଲ ଖ୍ୟାତନାମା ଦିବଙ୍ଗତ ଅଭିନେତା ବିନୋଦ ମେହେରାଙ୍କ ପୁଅ ରୋହନ୍‌। ରୋହନ୍‌ ବି ବଲିଉଡରେ ହିରୋ ଭାବେ ଡେବ୍ୟୁ କରିବାକୁ ଯାଉଛନ୍ତି। ସେ ନିଖିଲ ଆଡଭାନୀଙ୍କ ‘ବାଜାର୍‌’ ଫିଲ୍ମରେ ନଜର ଆସିବେ। ରୋହନ୍‌ ଓ ତାରା ପ୍ରେମ ସଂପର୍କରେ ଅଛନ୍ତି।ତାଙ୍କ ସହିତ ରିଲେସନ୍‌ସିପ୍‌ରେ ଅଛନ୍ତି ବୋଲି ଖୋଲାଖୋଲି କହୁଛନ୍ତି ତାରା। ଏ ଦୁହେଁ ସେମାନଙ୍କର ଇନଷ୍ଟାଗ୍ରାମ୍‌ରେ ସେଆର୍‌ ମଧ୍ୟ କରୁଛନ୍ତି।

ସମ୍ବନ୍ଧିତ ଖବର