ମନପସନ୍ଦ ପପ୍‌ଷ୍ଟାର ଟେଲର ସୁପ୍ଟଙ୍କ ପାଇଁ ବ୍ୟାଙ୍କ ଲୁଟିଲେ ପ୍ରଶଂସକ

ନୂଆଦିଲ୍ଲୀ : କଳାକାରଙ୍କ ସଫଳତା ଫଛରେ ପ୍ରକୃତରେ ପ୍ରଶଂସକମାନଙ୍କ ହାତ ରହିଥାଏ । ପ୍ରଶଂସକ ହି ଁ ଜଣେ ସାଧାରଣ କଳାକାରଙ୍କୁ ଶ୍ରେଷ୍ଠ କଳାକର ଭାବେ ପରିଚିତ କରାଇଥାଏ। ତେବେ ବେଳେବେଳେ ପ୍ରଶଂସକଙ୍କ ଭଲ ପାଇବା ପାଗଳାମିର ରୂପ ନେଇଥାଏ। ଯାହା ପାଇଁ କଳାକାରଙ୍କୁ ଅନେକ ପ୍ରକାରର ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ିଥାଏ । ଏପରି ଏକ ଘଟଣା ଆମେରିକାରେ ଦେଖିବାକୁ ମିଳିଛି । ପ୍ରସିଦ୍ଧ ହଲିଉଡ଼ ପପ୍‌ଷ୍ଟାର ଟେଲର ସୁପ୍ଟଙ୍କ ପାଇଁ ଜଣେ ପ୍ରଶଂସକ ବ୍ୟାଙ୍କ ଚୋରି କରିଥିବା ଘଟଣା ସମ୍ନାକୁ ଆସିଛି । ଖାଲି ସେତିକି ନୁହଁ ଗାୟିକାଙ୍କୁ ତାଙ୍କ ପ୍ରତି ଆର୍କଷିତ କରାଇବା ପାଇଁ ସେ ଚୋରି ଟଙ୍କାକୁ ନେଇ ତାଙ୍କ ଘରେ ଫୋପାଡ଼ିଥିଲେ।

Daily Mail

ଘଟଣା ଅନୁଯାୟୀ , କନେକ୍ଟିକଟ ସହରରେ ରହୁଥିବା ବ୍ରୁସି ରାଓ୍ଵଲି ପ୍ରସିଦ୍ଧ ପପ୍‌ଷ୍ଟାର ଟେଲର ସ୍ୱିପ୍ଟଙ୍କୁ ବହୁତ ପସନ୍ଦ କରନ୍ତି । ନିଜର ଭଲପାଇବା ଏବଂ ନିଜକୁ ଶ୍ରେଷ୍ଠ ପ୍ରଶଂସକ ପ୍ରମାଣିତ କରିବାକୁ ପାଇଁ ସେ ବ୍ୟାଙ୍କ ଚୋରି କରିଥିଲେ । ଖାଲି ଯେ ବ୍ୟାଙ୍କ ଚୋରି କରିଥିଲେ ତାହା ନୁହଁ ବରଂ ଚୋରି କରିଥିବା ସମସ୍ତ ଟଙ୍କାକୁ ଏକ ଗାଡ଼ିରେ ଭର୍ତ୍ତି କରି ଦୁଇ ଘଣ୍ଟା ଗାଡ଼ି ଚଳାଇ ଯାଇ ଗାୟିକାଙ୍କ ଘରେ ପହଞ୍ଚିଥିଲେ । ସେଠାରେ ପହଞ୍ଚି ଟେଲରଙ୍କ ଘର ଉପରକୁ ସମସ୍ତ ଟଙ୍କା ଫୋପାଡ଼ିଥିଲେ । ଏହା ସହ ଗାୟିକାଙ୍କୁ ଦେଖା କରିବା ପାଇଁ ଜିଦ୍‌ କରିଥିଲେ। କିନ୍ତୁ ଭାଗ୍ୟବଶତଃ ଗାୟିକା ଜଣଙ୍କ ସେହି ସମୟରେ ଘରେ ଉପସ୍ଥିତ ନଥିଲେ । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ପ୍ରଶଂସକ ରାଓ୍ଵଲିଙ୍କୁ ଗିରଫ କରିଥିଲେ । ଘଟଣାଟିର ତଦନ୍ତ କରାଯାଉଥିବା ବେଳେ ଅଭିଯୁକ୍ତ ସମସ୍ତ ଦୋଷ ସ୍ୱୀକାର କରିବା ସହ ନିଜକୁ ଟେଲରଙ୍କ ବହୁତ ଭଲ ପ୍ରଶଂସକ କହିଥିଲେ ।

ସମ୍ବନ୍ଧିତ ଖବର