ଶିକ୍ଷୟିତ୍ରୀଙ୍କୁ ପ୍ରେମ କରୁଥିଲେ ଏହି ସୁପରଷ୍ଟାର୍‌ !

ସୋ’ମ୍ୟାନ୍‌ ରାଜ କପୁରଙ୍କ ବହୁଚର୍ଚ୍ଚିତ ଫିଲ୍ମ‘ମେରା ନାମ୍‌ ଜୋକର୍‌’ରେ ଋଷି କପୁର ଅଭିନୟ କରିଥିଲେ ଜଣେ ଛାତ୍ର ଭୂମିକାରେ। ସେହି ସିନେମାରେ ଋଷିଙ୍କ ଶିକ୍ଷୟିତ୍ରୀ ଭୂମିକାରେ ନଜର ଆସିଥିଲେ ଅଭିନେତ୍ରୀ ସିମି ଗ୍ରିେଓ୍ଵଲ୍‌। ଫିଲ୍ମର କାହାଣୀ ଅନୁଯାୟୀ ଋଷି ଶିକ୍ଷୟିତ୍ରୀଙ୍କୁ ଭଲ ପାଉଥିଲେ। କିନ୍ତୁ ପରେ ସେ ଅନ୍ୟଜଣଙ୍କୁ (ମନୋଜ କୁମାର) ବିବାହ କରିଥିଲେ। ଏହା ଋଷିଙ୍କ ପାଇଁ ଶକ୍ତ ଧକ୍‌କା ଥିଲା।
ଠିକ୍‌ ସେହିଭଳି କିଛି କଥା ଘଟିଥିଲା ବଲିଉଡର ସୁପରଷ୍ଟାର୍‌ ସଲମାନ୍‌ ଖାନ୍‌ଙ୍କ କ୍ଷେତ୍ରରେ। ଏ କଥାର ଖୁଲାସା କରିଥିଲେ ନିଜେ ସଲମାନ୍‌।
ସେ କହିଛନ୍ତି ଯେ,ସ୍କୁଲ୍‌ ରେ ପଢ଼ୁଥିବା ବେଳେ ସଲମାନ ତାଙ୍କର ଜଣେ ଶିକ୍ଷୟିତ୍ରୀଙ୍କ ଉପରେ ଫିଦା ଥିଲେ। ସଲମାନ୍‌ ସେହି ଶିକ୍ଷୟିତ୍ରୀଙ୍କୁ ନିଜର ସାଇକେଲ୍‌ରେ ବସାଇ ମଧ୍ୟ ଘରକୁ ନେଉଥିଲେ। ଏଥିପାଇଁ ସଲମାନ୍‌ ଖାନ୍‌ ନିଜ ସାଇକେଲ୍‌ ଆଗରେ ଥିବା ବାସ୍କେଟ୍‌କୁ କାଢ଼ି ଦେଇଥିଲେ।
ସେହି ଶିକ୍ଷୟିତ୍ରୀଙ୍କୁ ନିଜର ପ୍ରଥମ ପ୍ରେମ ବୋଲି କହିବାକୁ ଆଦୌ ସଙ୍କୋଚ କରନ୍ତି ନାହିଁ ସଲମାନ୍‌ ଖାନ୍‌।


ଏହା ଅବଶ୍ୟ ଭିନ୍ନ କଥା ଯେ,ସଲମାନ୍‌ ପରବର୍ତ୍ତୀ ସମୟରେ ସୋମି ଅଲ୍ଲୀ,ସଙ୍ଗୀତା ବିଜଲାନୀ,ଐଶ୍ୱର୍ଯ୍ୟା ରାୟ,କାଟ୍ରିନା କୈଫ୍‌ ଓ ଲୁଲିଆ ବନ୍ତୁର୍‌ଙ୍କ ଭଳି ଯୁବତୀଙ୍କ ସହ ପ୍ରେମ ସଂପର୍କ ରଖିଥିଲେ। କିନ୍ତୁ ଏଯାଏଁ ପ୍ରେମରେ ସଫଳ ହୋଇ ନାହାନ୍ତି।

ସମ୍ବନ୍ଧିତ ଖବର