ଅକ୍ଷୟ କୁମାରଙ୍କ ଅଭିନୀତ କେଉଁ ସିନେମାକୁ ଅପେକ୍ଷା କରିଛନ୍ତି ଦର୍ଶକ , ୪୫୦ କୋଟିର ଏହି ସିନେମାର ଟିଜର୍ ରିଲିଜ୍ ହେଉଛି ଏଇ ତାରିଖରେ
ମୁମ୍ବାଇ: ଏ ବର୍ଷ ଦର୍ଶକ ଅକ୍ଷୟ କୁମାରଙ୍କ ଅଭିନୀତ ଯେଉଁ ସିନେମାକୁ ଅପେକ୍ଷା କରିଛନ୍ତି ତାହା ହେଲା ‘୨.୦’ । ଏହି ସିନେମାର ଟିଜର୍ ଆଗାମୀ ୧୩ ତାରିଖରେ ରିଲିଜ୍ ହେବ ବୋଲି ଜଣାଯାଇଛି। ରଜନୀକାନ୍ତ ଓ ଅକ୍ଷୟ କୁମାରଙ୍କ ଅଭିନୀତ ବହୁପ୍ରତୀକ୍ଷିତ ଫିଲ୍ମ‘୨.୦’ ରିଲିଜ୍ ହେବା ପୂର୍ବରୁ ରେକର୍ଡ଼ ବ୍ରେକ୍ କରୁଛି।ଏହାର ରିଲିଜ୍ ତାରିଖ ନଭେମ୍ବର ୨୯ ବୋଲି ସୂଚନା ମିଳିଛ। ପ୍ରଥମେ ଚର୍ଚ୍ଚା ହେଉଥିଲା ଯେ, ୨୦୧୭ ଦୀପାବଳିରେ ‘୨.୦’ରିଲିଜ୍ ହେବ,ହେଲେ ତା’ପରେ କୁହାଗଲା ଏହା ୨୦୧୮ ଜାନୁଆରି ୨୬ ତାରିଖରେ ମୁକ୍ତିଲାଭ କରିବ। କିନ୍ତୁ ଅକ୍ଷୟ କୁମାରଙ୍କ ‘ପ୍ୟାଡ଼୍ମ୍ୟାନ୍’ ଏହି ତାରିଖରେ ରିଲିଜ୍ ହେବ ବୋଲି ଘୋଷିତ ହେବା ପରେ ପୁଣି ଘୁଞ୍ଚିଥିଲା‘୨.୦’ର ରିଲିଜ୍ ତାରିଖ। ଅବଶେଷରେ ନିଜେ ନିର୍ଦ୍ଦେଶକ ଶଙ୍କର ତାଙ୍କର ଏହି ବହୁ ପ୍ରତୀକ୍ଷିତ ସିନେମା ଆଗାମୀ ୨୦୧୮ନଭେମ୍ବର ୨୯ତାରିଖରେ ରିଲିଜ୍ ହେବ ବୋଲି ଘୋଷଣା କରିଥିଲେ।
୪୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ରଜନୀକାନ୍ତଙ୍କ ଏହି ଫିଲ୍ମର ବିତରଣ ଅଧିକାର କେବଳ କେରଳରେ ୧୬ କୋଟିରେ ବିକ୍ରି ହୋଇଛି। ଏଠାରେ ସୂଚନା ଯୋଗ୍ୟ ଯେ,‘ବାହୁବଳୀ-୨’ଏହା ମାତ୍ର ୧୦ କୋଟି ୫୦ ଲକ୍ଷରେ ବିକ୍ରି ହୋଇଥିଲା। ଏ ଦୃଷ୍ଟିରୁ ‘ବାହୁବଳୀ-୨’ର ରେକର୍ଡ଼ ବ୍ରେକ୍ କରିସାରିଛି ବୋଲି କୁହାଯାଇପାରେ। ଏଥିରେ ରଜନୀକାନ୍ତ ଓ ଅକ୍ଷୟ କୁମାରଙ୍କ ବ୍ୟତୀତ ଏମି ଜାକସନ୍ ମଧ୍ୟ ଲିଡ଼୍ ରୋଲ୍ରେ ଅଛନ୍ତି। ଏହା ସାରା ବିଶ୍ୱରେ ୭ ହଜାର ସ୍କ୍ରିନ୍ରେ ରିଲିଜ୍ ହେବ। ଓସ୍କାର ବିଜେତା ଏ.ଆର୍ ରହେମାନ୍ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଏହାର ହିନ୍ଦୀ ଭର୍ସନ ସହିତ ବିଖ୍ୟାତ ନିର୍ମାତା କରଣ ଜୋହର ଯୋଡି ହୋଇଛନ୍ତି।