ଘରେ ଖାଦ୍ୟ ପ୍ରସ୍ତୁତ କରନ୍ତି ଟେଲିଭିଜନ୍‌ର ଏହି ୪ ଲୋକପ୍ରିୟ ଅଭିନେତା

ଟେଲି ଅଭିନେତାମାନେ ସେମାନଙ୍କର କୌଣସି ନା କୌଣସି କାରଣକୁ ନେଇ ଚର୍ଚ୍ଚାର ପରିସରରେ ରହିବା ସହିତ ଦର୍ଶକମାନେ ମଧ୍ୟ ସେମାନଙ୍କର ଦିଓ୍ଵାନା ଅଟନ୍ତି। ତେବେ ଆଜି ଆମେ ଟେଲିଭିଜନ୍‌ ଦୁନିଆର ଏପରି କିଛି ଜଣାଶୁଣା ଅଭିନେତାଙ୍କ ବିଷୟରେ କହିବୁ,ଯେଉଁମାନେ କି ସେମାନଙ୍କ ଘରେ ନିଜ ଲାଗି ନିଜେ ଖାଦ୍ୟ ପ୍ରସ୍ତୁତ କରନ୍ତି। ରୋଷେଇ କରିବା ଯୋଗୁଁ ସେମାନଙ୍କ ପତ୍ନୀ ଓ ଗର୍ଲଫ୍ରେଣ୍ଡ୍‌ଙ୍କୁ ଖୁସି ହୋଇ ଥାଆନ୍ତି ବୋଲି ଜଣାପଡ଼ିଛି।

୧-ଗୁର୍‌ମିତ୍‌ ଚୌଧୁରୀ: ଟେଲି ଦୁନିଆର ବଡ଼ ଷ୍ଟାରମାନଙ୍କ ମଧ୍ୟରେ ଅଛନ୍ତି ଅଭିନେତା ଗୁର୍‌ମିତ ଚୌଧୁରୀ। ତେବେ ଅଭିନେତା ଗୁର୍‌ମିତ୍‌ ଟିଭି ଅଭିନେତ୍ରୀ ଦେବୀନା ବାନାର୍ଜୀଙ୍କୁ ପ୍ରେମବିବାହ କରିଥିବା ବେଳେ ଏମାନଙ୍କ ମଧ୍ୟରେ ବହୁତ ଭଲପାଇବା ରହିଛି। ଯେଉଁକାରଣକୁ ନେଇ ଅଭିନେତା ଗୁର୍‌ମିତ୍‌ ପତ୍ନୀ ଦେବୀନାଙ୍କୁ ଖୁସି କରାଇବା ଲାଗି ଖାଦ୍ୟ ମଧ୍ୟ ପ୍ରସ୍ତୁତ କରନ୍ତି।

୨-ଗୌରବ ଖାନ୍ନା: ଅଭିନେତା ଗୌରବ ଖାନ୍ନା ଆକାଂକ୍ଷା ଚମୋଲାଙ୍କୁ ବିବାହ କରିଛନ୍ତି। ପୁଣି ଦୁହେଁ ଦୁହିଁଙ୍କୁ ବହୁତ ଭଲପାଆନ୍ତି। ତେବେ ଗୌରବ ପୂର୍ବରୁ ଅର୍ଥାତ୍‌ ବ୍ୟାଚ୍‌ଲର୍‌ ଥିବା ସମୟରୁ ହିଁ ନିଜ ଲାଗି ନିଜେ ଖାଦ୍ୟ ପ୍ରସ୍ତୁତ କରୁଥଲେ। ଏବେ ବି ସମୟ ପାଇଲେ ରୋଷେଇରେ ମନୋନିବେଶ କରନ୍ତି। ଏଥିସହିତ ଦର୍ଶକ ମଧ୍ୟ ତାଙ୍କୁ ଟିଭିର ଅନେକ ସୋ’ରେ ଅଭିନୟ କରୁଥିବାର ଦେଖିବାକୁ ପାଇଛନ୍ତି।

୩- ସୋଏବ୍‌ ଇବ୍ରାହିମ୍‌: କିଛିଦିନ ପୂର୍ବରୁ ଅଭିନେତ୍ରୀ ଦୀପିକା କକ୍କରଙ୍କୁ ବିବାହ କରିଥିବା ଅଭିନେତା ସୋଏବ୍‌ ଇବ୍ରାହିମ୍‌ ମଧ୍ୟ ପତ୍ନୀ ଦୀପିକାଙ୍କୁ ଖାଦ୍ୟ ପ୍ରସ୍ତୁତିରେ ସାହାଯ୍ୟ କରିଥାଆନ୍ତି। ଏହା ଦୁଇ ଜଣଙ୍କ ମଧ୍ୟରେ ନିବିଡ଼ ପ୍ରେମର ପରିଚାୟକ ବେଶଲଇ କୁହାଯାଇପାରେ!

୪- ଋତ୍ୱିକ୍‌ ଧନଜାନୀ: ହୋଷ୍ଟିଙ୍ଗ୍‌ କରିବା ପାଇଁ ହେଉ କିମ୍ବା ଅନ୍ୟାନ୍ୟ ଟିଭି ସୋ’ରେ ଅଭିନୟ କାରଣକୁ ନେଇ ହେଉ ଅଭିନେତା ଋତିକ୍‌ ଧନ୍‌ଜାନୀ କିନ୍ତୁ ଦର୍ଶକଙ୍କ ନିକଟରେ ଖୁବ୍‌ ନିକଟତର। ତେବେ ଅଭିନେତା ଋତିକ୍‌ଙ୍କର ଏଥିମଧ୍ୟରେ ତାଙ୍କର ତଥାକଥିତ ଗର୍ଲଫ୍ରେଣ୍ଡ୍‌ ଆଶା ନେଗୀଙ୍କ ସହିତ ନିର୍ବନ୍ଧ ହୋଇସାରିଥିବାବେଳେ ଖୁବ୍‌ଶୀଘ୍ର ଏହି ଲଭବାର୍ଡସ୍‌ ବିବାହ ବନ୍ଧନରେ ଆବଦ୍ଧ ହେବେ। ତେବେ ଏବେ ପର୍ଯ୍ୟନ୍ତ ଋତିକ୍‌ ତାଙ୍କ ନିଜ ଲାଗି ନିଜେ ଖାଦ୍ୟ ପ୍ରସ୍ତୁତ କରୁଥିବାର ଜଣାଇଛନ୍ତି।

ସମ୍ବନ୍ଧିତ ଖବର