ଜଣାଶୁଣା ଟେଲି ଅଭିନେତ୍ରୀ ରାଜେଶ୍ୱରୀଙ୍କୁ କର୍କଟ, ଫେସ୍‌ବୁକ୍‌ରେ ଲେଖିଲେ ଭାବପ୍ରବଣ ପୋଷ୍ଟ୍‍

ଭୁବନେଶ୍ୱର: ଓଡ଼ିଆ ଟେଲି ଜଗତର ଜଣାଶୁଣା ଚେହେରା ରାଜେଶ୍ୱରୀ ରାୟ ମହାପାତ୍ର କର୍କଟ ରୋଗରେ ଆକ୍ରାନ୍ତ। ତାଙ୍କୁ ମସ୍ତିଷ୍କ ଏବଂ ଫୁସ୍‌ଫୁସ୍‌ କର୍କଟ ହୋଇଛି ବୋଲି ସେ ତାଙ୍କ ଫେସ୍‌ବୁକ୍‌ ପେଜ୍‌ରେ ସୂଚନା ଦେଇଛନ୍ତି। ରାଜେଶ୍ୱରୀ ତାଙ୍କ ଫେସ୍‌ବୁକ୍‌ରେ ଦୁଇଟି ଫଟୋ ସେୟାର କରି ଲେଖିଛନ୍ତି, ‘ମୁଁ କର୍କଟ ସହ ଲଢ଼େଇ କରୁଛି। ଭଗବାନ ମୋ ସହ ଅଛନ୍ତି। ମୁଁ ମସ୍ତିଷ୍କ ଏବଂ ଫୁସ୍‌ଫୁସ୍‌ କର୍କଟରେ ପୀଡ଼ିତ ଓ ମୁଁ ଜାଣେ ମୁଁ ନିଶ୍ଚୟ ଜିତିବି। ମୁଁ ମୋ ନୂଆ ଲୁକ୍‌ରେ ଫେରିବି। ଭଗବାନ ମୋ ସହ ଅଛନ୍ତି। ଦୟାକରି ମୋତେ ଆଶୀର୍ବାଦ କରନ୍ତୁ।’

ଉଲ୍ଳେଖଯୋଗ୍ୟ, ରାଜେଶ୍ୱରୀ ରାୟ ମହାପାତ୍ର ଅନେକ ଓଡ଼ିଆ ଧାରାବାହିକରେ ନକାରାତ୍ମକ ଚରିତ୍ରରେ ଅବତ୍ତୀର୍ଣ୍ଣ ହୋଇଛନ୍ତି। ସେ ଏବେ ଏକ ଲୋକପ୍ରିୟ ଧାରାବାହିକରେ ତାରା ପଟ୍ଟନାୟକ ଚରିତ୍ରରେ ନଜର ଆସି ଦର୍ଶକଙ୍କୁ ମନୋରଞ୍ଜନ କରାଉଛନ୍ତି। ସେ ତାଙ୍କ ଫେସ୍‌ବୁକରେ ଆହୁରି ବି ଲେଖିଛନ୍ତି ଯେ ତାରା ପଟ୍ଟନାୟକ ନୂଆ ଅବତାରରେ ଫେରିବେ।

ତାଙ୍କର ଏପରି ପୋଷ୍ଟ୍‍ ଏବେ ତାଙ୍କ ପ୍ରଶଂସକମାନଙ୍କୁ ଶକ୍ତ ଧକ୍କା ଦେଇଛି। ତାଙ୍କୁ ଚାରିଆଡୁ ଏବେ ପ୍ରଶଂସକଙ୍କ ସ୍ନେହ ଓ ସାହସ ମିଳୁଛି। ଫେସ୍‌ବୁକ୍‌ରେ ରାଜଶ୍ରୀଙ୍କ ବନ୍ଧୁମାନେ ତାଙ୍କ ପ୍ରତି ନିଜର ଭଲପାଇବା ଜଚାଇବା ସହ ସେ ଶୀଘ୍ର ଆରୋଗ୍ୟ ଲଭନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି।

ସମ୍ବନ୍ଧିତ ଖବର