ସୁଟିଂରୁ ଫେରୁଥିବା ବେଳେ ଅସଦାଚରଣର ଶିକାର ହେଲେ ତେଲ୍‌ଗୁ ଅଭିନେତ୍ରୀ

ମୁମ୍ବାଇ: ଜଣେ ତେଲ୍‌ଗୁ ଅଭିନେତ୍ରରୀ ସୁଟିଂ ସାରି ମଙ୍ଗଳବାର ରାତିରେ ଘରକୁ ଫେରୁଥିବା ବେଳେ ଅଧା ରାସ୍ତାରେ ୨ ଜଣଙ୍କ ଦ୍ୱାରା ଅସଦାଚରଣର ଶିକାର ହୋଇଛନ୍ତି। ଅଭିନେତ୍ରୀଙ୍କ ନାମ କାଞ୍ଚନ ମୌତ୍ରା। ଅଭିନେତ୍ରୀ କାଞ୍ଚନ ପୁଲିସ୍‌ରେ ଅଭିଯୋଗ କରିଛନ୍ତି ଯେ ସେ ଯେତେବେଳେ ରାତି ୧ଟା ସମୟରେ ସୁଟିଂ ସାରି ଫେରୁଥିଲେ ଶ୍ରିଷ୍ଟି କ୍ରସିଂ ନିକଟରେ ସେତେବେଳେ ୩ ଜଣ ମଦ୍ୟପ ଆସି ତାଙ୍କ ଗାଡ଼ି ରୋକିଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣ ଆସି କାଞ୍ଚନଙ୍କ ଗାଡ଼ି ଚାବି ନେଇ ତାଙ୍କୁ ଅଶାଳୀନ ଭାବେ ଛୁଇଁଥିଲେ।

ଅଭିନେତ୍ରୀଙ୍କଠାରୁ ଅଭିଯୋଗ ଗ୍ରହଣ କରିବା ପରେ ୨ ଜଣ ଅଭିଯୁକ୍ତଙ୍କୁ ପିଲିସ୍‌ ଗିରଫ କରିଛି। ତୃତୀୟ ଜଣକୁ ପୁଲିସ୍‌ ଖୋଜୁଥିବା ସୂଚନା ରହିଛି।

ସମ୍ବନ୍ଧିତ ଖବର