ଲାଇଭ୍‌ ସୋ’ରେ କରଣଙ୍କୁ ନେଇ ବିବାଦୀୟ ବୟାନ ଦେଲେ କଙ୍ଗନା; ସେ କାହାକୁ ବି ଅନ୍ତବସ୍ତ୍ରର ରଙ୍ଗ ପଚାରି ପାରନ୍ତି

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌ ଏବଂ ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହରଙ୍କ ମଧ୍ୟରେ ବିବାଦ ଖୁବ୍‌ ପୁରୁଣା । ବଲିଉଡ୍‌ରେ ଚାଲିଥିବା ପ୍ରିୟାପ୍ରୀତି ତୋଷଣକୁ ନେଇ ଦୁହିଁଙ୍କ ମଧ୍ୟରେ ପୂର୍ବରୁ ଅନେକ ବାଦବିବାଦ ଦେଖା ଯାଇ ସାରିଛି । କିଛି ଦିନ କରଣଙ୍କୁ ନେଇ କୌଣସି ବିବାଦୀୟ କଥା କହି ନ ଥିବା କଙ୍ଗନା ଏବେ ପୁଣି ଥରେ ନିଜ ମୁହଁ ଖୋଲିଛନ୍ତି । କମେଡି ସୋ’ ଦ କପିଲ ଶର୍ମା ସୋ’କୁ ପହଞ୍ଚି ସେ କରଣଙ୍କୁ ନେଇ ଏକ ବଡ଼ ଖୁଲାସା କରିଥିଲେ ।

SpotboyE

ସୂଚନା ମୁତାବକ, କିଛି ଦିନ ତଳେ କପିଲଙ୍କ କମେଡି ସୋ’କୁ ନିଜ ଫିଲ୍ମ ‘ଜଜ୍‌ମେଣ୍ଟାଲ ହେ କ୍ୟା’ର ପ୍ରମୋସନ ପାଇଁ ପହଞ୍ଚିଥିଲେ କଙ୍ଗନା । ଯେଉଁଠି କପିଲ ତାଙ୍କୁ ଦେଶର ପ୍ରଧାନମନ୍ତ୍ରୀ ହେଲେ ବଲିଉଡ୍‌ର କେଉଁ କଳାକାରଙ୍କୁ କେଉଁ ଦାୟିତ୍ୱ ଦେବେ ବୋଲି ପଚାରିଥିଲେ । ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ କାହାକୁ ଦେବେ ବୋଲି ପଚାରିବା ପରେ କଙ୍ଗନା ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହରଙ୍କ ନାଁ ନେଇଥିଲେ । କଙ୍ଗନାଙ୍କ ଅନୁଯାୟୀ, କରଣଙ୍କୁ ଅନ୍ୟ ବିଷୟରେ କଥା ହେବାକୁ ଭଲ ଲାଗେ । ସେ ନିଜେ ମଧ୍ୟ ସେଭଳି ଏକ ସୋ’ କରୁଛନ୍ତି । ଯେଉଁଠାକୁ ସମସ୍ତଙ୍କୁ ଡ଼ାକି ଅଜବ ଅଜବ ପ୍ରଶ୍ନ କରୁଛନ୍ତି । କରଣ କିଛି ବିଚାର ନ କରି ଆଜି ତୁମେ କେଉଁ ରଙ୍ଗର ଅନ୍ତବସ୍ତ୍ର ପିନ୍ଧିଛ ବୋଲି ମଧ୍ୟ ପ୍ରଶ୍ନ କରି ପାରନ୍ତି । ସେଥିପାଇଁ କରଣ ଏହି ବିଭାଗ ପାଇଁ ଠିକ୍‌ ବୋଲି କହିଥିଲେ କଙ୍ଗନା ।

ସମ୍ବନ୍ଧିତ ଖବର