ଚିଠି ଲେଖି ଅର୍ଚ୍ଚନାଙ୍କୁ ପ୍ରଶ୍ନ କଲେ ସିଦ୍ଧୁ : କେବେ ଛାଡ଼ୁଛ ମୋର ଆସନ?

ମୁମ୍ବାଇ : ପୁଲଓ୍ଵାମାରେ ଆତଙ୍କବାଦୀମାନେ ଆକ୍ରମଣ କରିବା ପରେ ପରେ ସିଦ୍ଧୁଙ୍କ ପାକିସ୍ତାନକୁ ସମର୍ଥନ କଲା ଭଳି ବୟାନ ତାଙ୍କୁ ବିବାଦକୁ ଟାଣି ଆଣିଥିଲା । ଦେଶଦ୍ରୋହୀ ବୋଲି ଲୋକେ ନାରା ଲଗାଇବା ସହ ଦେଶରୁ ବାହାର କରିବା ପାଇଁ ମଧ୍ୟ ଦାବି କରିଥିଲେ । ପରିସ୍ଥିତିକୁ ଦେଖି ‘ଦ କପିଲ ଶର୍ମା ସୋ’ର ପ୍ରଯୋଜନା ଦାୟିତ୍ୱରେ ଥିବା ସଲମାନ ଖାନ୍‌ ସିଦ୍ଧୁଙ୍କୁ ସୋ’ରୁ କିଛି ସମୟ ପାଇଁ ବାହାର କରିବା କଥା ଚିନ୍ତା କରିଥିଲେ । ଯାହା ପରେ ପରେ ସିଦ୍ଧୁଙ୍କୁ ସୋ’ରୁ ବାହାର କରି ଦିଆ ଯାଇଥିଲା । ଏବେ ସେ ଘଟଣାକୁ ୩ମାସ ପୂରିବାକୁ ଥିବା ବେଳେ ଏବେ ସିଦ୍ଧୁ ନିଜ ଆସନକୁ ପୁଣି ଥରେ ଫେରିବାକୁ ଚିନ୍ତା କଲେଣି । ସିଦ୍ଧୁଙ୍କ ପରେ ପରେ ହାସ୍ୟ ଅଭିନେତ୍ରୀ ଅର୍ଚ୍ଚନା ପୂରଣ ସିଂହଙ୍କୁ ତାଙ୍କ ଆସନ ମିଳିଥିବା ବେଳେ ଏବେ ସିଦ୍ଧୁ ଅର୍ଚ୍ଚନାଙ୍କୁ ଚିଠି ଲେଖି ମୋ’ ଆସନ କେବେ ଛାଡ଼ୁଛ ବୋଲି ପ୍ରଶ୍ନ କରିଛନ୍ତି ।

WeForNews

ସୂଚନା ମୁତାବକ, ଶନିବାର କପିଲ ନିଜ ସୋ’ରେ ଏକ ଚିଠି ପଢ଼ିବା ସହ ଚିଠିଟି ଅର୍ଚ୍ଚନାଙ୍କ ସ୍ୱାମୀ ପରମୀତ ପଠାଇଥିବା କହିଥିଲେ । କିନ୍ତୁ ପରେ ଚିଠିଟି ନବ୍‌ଜୋତ ସିଂହ ସିଦ୍ଧୁ ପଠାଇଥିବା ଜଣା ପଡ଼ିଥିଲା । ଚିଠିରେ, ଅର୍ଚ୍ଚନା ମୁଁ ତୁମକୁ ବହୁତ ଭଲ ପାଏ । ମୁଁ ଆଶା କରୁଛି କି ତୁମେ ଏତେ ସୁସ୍ଥ ହୋଇଯାଅ ବସିଥିବା ଆସନ ତୁମ ପାଇଁ କମ ପଡ଼ିଯାଉ । ଯଦି ତୁମେ ମୋ ଆସନ ଖାଲି କରିଦେବ, ତେବେ ମୁଁ ତୁମ ପାଇଁ ମୋ ଘର, ମୋର ସହର ଏବଂ ମୋ କାମ ଛାଡ଼ି ଚାଲି ଆସିବି ।

ସମ୍ବନ୍ଧିତ ଖବର