ଦିନକ ପାଇଁ ପ୍ରଧାନମନ୍ତ୍ରୀ ହେଲେ ଏହି କାମ କରିବେ ପ୍ରଭାସ

ମୁମ୍ବାଇ : ଭାରତର ସବୁଠାରୁ ଲୋକପ୍ରିୟ କମେଡି ସୋ’ ଦ କପିଲ ଶର୍ମା ସୋ’ରେ ନଜର ଆସିବାକୁ ଯାଉଛନ୍ତି ବାହୁବଲୀ ଫେମ୍ ପ୍ରଭାସ । ଅଗଷ୍ଟ ୩୦ରେ ରିଲିଜ୍‌ ହେବାକୁ ଥିବା ଫିଲ୍ମ ‘ସାହୋ’ର ପ୍ରମୋସନ ପାଇଁ ପ୍ରଭାସ ନିଜ ଟିମ୍‌ ସହ ପହଞ୍ଚିଥିଲେ । ପ୍ରଭାସଙ୍କ ସହ ଶ୍ରଦ୍ଧା ଏବଂ ନୀଲ ନୀତିନ୍‌ ମୁକେଶ ମଧ୍ୟ ନଜର ଆସିଥିଲେ । ଏହି ସୋ’କୁ ଆସି ସବୁବେଳେ ଚୁପ୍‌ ରହୁଥିବା ଓ କମ ହସୁଥିବା ପ୍ରଭାସଙ୍କୁ ଖୁବ୍‌ ହସାଇଥିଲେ କପିଲ ।

Image result for the-kapil-sharma-show-saaho-star-prabhas-reply-on-one-day-pm-viral-video
Uday Bulletin

ଏହା ସହ ତାଙ୍କୁ ଅନେକ ପ୍ରଶ୍ନ ମଧ୍ୟ ପଚାରିଥିଲେ । ଦିନକ  ପାଇଁ ପ୍ରଧାନମନ୍ତ୍ରୀ ବନିଲେ ତୁମେ କ’ଣ କରିବ ବୋଲି କପିଲ ପ୍ରଭାସଙ୍କୁ ପ୍ରଶ୍ନ କରିବା ପରେ ସେ କହିଥିଲେ, ପ୍ରଧାନମନ୍ତ୍ରୀ ବନିଲେ ମୁଁ ଇଣ୍ଡଷ୍ଟ୍ରିରେ ଚାଲୁଥିବା ସାକ୍ଷାତକାର ବନ୍ଦ କରିଦେବି । ପ୍ରଭାସଙ୍କ ଏଭଳି ଉତ୍ତର ଶୁଣି ଉପସ୍ଥିତ ଦର୍ଶକ ହସିବାକୁ ଲାଗିଥିଲେ । ତେବେ ଫିଲ୍ମକୁ ଦେଖିବାକୁ ଗଲେ, ରିଲିଜ୍‌ ପୂର୍ବରୁ ହିଁ ତାହା କୋଟି କୋଟି ଟଙ୍କା ଆୟ କରି ସାରିଲାଣି । ରିଲିଜ୍‌ ପରେ ତାହା ବକ୍ସ ଅଫିସରେ କିଭଳି ଧମାଲ ମଚାଉଛି ତାହା ଦେଖିବାକୁ ବାକି ରହିଲା ।

ସମ୍ବନ୍ଧିତ ଖବର