ତାପ୍‌ସୀଙ୍କ ଅନ୍ଧବିଶ୍ୱାସ : ଏହି ଦୃଶ୍ୟ ଥିଲେ ଅଭିନେତ୍ରୀ ଫିଲ୍ମ ହିଟ୍‌ ହୁଏ ବୋଲି ଭାବନ୍ତି

ମୁମ୍ବାଇ : ନିଜୟ ଦମ୍‌ଦାର ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାର ପରିସରକୁ ଆସିଥାନ୍ତି ଅଭିନେତ୍ରୀ ତାପ୍‌ସୀ ପନ୍ନୁ । ଭିନ୍ନ କାହାଣୀକୁ ନେଇ ସେ ସବୁବେଳେ ଫିଲ୍ମ କରିବାକୁ ଇଚ୍ଛା ରଖୁଥିବା ସହ ନିଜ ଜୀବନ୍ତ ଅଭିନୟ ଦ୍ୱାରା ସେ ଦର୍ଶକଙ୍କ ମନୋରଞ୍ଜନ କରିଥାନ୍ତି । କିଛି ଦିନ ତଳେ ତାଙ୍କର ଫିଲ୍ମ ସାଣ୍ଡ କି ଆନ୍‌ଖ ରିଲିଜ୍‌ ହୋଇଥିବା ବେଳେ ଏବେ ତାହା ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି । ତେବେ ଫିଲ୍ମର ପ୍ରମୋସନ ସମୟରେ ତାପ୍‌ସୀ ନିଜର ଅନ୍ଧବିଶ୍ୱାସ ବିଷୟରେ ଜଣାଇଛନ୍ତି ।

Image result for taapsee pannu
Twitter

ତାପ୍‌ସୀଙ୍କ ଅନୁଯାୟୀ, ଫିଲ୍ମରେ କୋର୍ଟ ରୁମ୍‌ ଡ୍ରାମା ଥିଲେ, ତାହା ତାଙ୍କ ପାଇଁ ଶୁଭ ହୋଇଥାଏ । ଫିଲ୍ମ ପିଙ୍କ୍‌, ବଦଲା ଓ ମୁଲ୍‌କ ଭଳି ଫିଲ୍ମରେ କୋର୍ଟ ରୁମ୍‌ ଡ୍ରାମା ଥିବା ବେଳେ ଫିଲ୍ମଗୁଡ଼ିକ ତାପ୍‌ସୀଙ୍କୁ ସ୍ୱତନ୍ତ୍ର ପରିଚୟ ଦେବା ସହ ବକ୍ସ ଅଫିସରେ ହିଟ୍‌ ହୋଇଥିଲା । ଫିଲ୍ମ ସାଣ୍ଡ କି ଆନ୍‌ଖରେ ତାପ୍‌ସୀ କୋର୍ଟ ରୁମ୍‌ ଡ୍ରାମା କରିବାକୁ ଚାହୁଁଥିଲେ ମଧ୍ୟ ତାହା ସମ୍ଭବ ହୋଇ ନଥିଲା । କିନ୍ତୁ ପରେ ଗ୍ରାମ ପଞ୍ଚାୟତର ଏକ ଦୃଶ୍ୟ ଫିଲ୍ମରେ ରଖାଯାଇଥିଲା ।

ସମ୍ବନ୍ଧିତ ଖବର