ନିର୍ଦ୍ଦେଶକଙ୍କ ଖୁଲାସା : ସୁଟିଂ ସମୟରେ ଏହି କାରଣ ପାଇଁ ବାରମ୍ବାର କାନ୍ଦି ପକାଉଥିଲେ ପ୍ରିୟଙ୍କା

ମୁମ୍ବାଇ : ଅନେକ ଦିନର ବ୍ୟବଧାନ ପରେ ବଲିଉଡ୍‌କୁ ଫେରୁଛନ୍ତି ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା । ଫିଲ୍ମ ‘ଦ ସ୍କାଏ ଇଜ୍‌ ପିଙ୍କ୍‌’ ଜରିଆରେ ସେ ଦର୍ଶକଙ୍କ ମନୋରଞ୍ଜନ କରିବା ସହ ତାଙ୍କ ସହ ନଜର ଆସୁଛନ୍ତି ଅଭିନେତା ଫର୍‌ହାନ ଅଖ୍‌ତାର ଓ ଅଭିନେତ୍ରୀ ଜାଇରା ଓ୍ଵସିମ୍‌ । ତେବେ ରିଲିଜ୍‌ ପୂର୍ବରୁ ଏହାର ସ୍କ୍ରିନିଙ୍ଗ୍‌ ଟୋରଣ୍ଟୋ ଇଣ୍ଟରନ୍ୟାସ୍‌ନାଲ ଫିଲ୍ମ ଫେଷ୍ଟିଭାଲରେ କରାଯାଇଥିଲା । ଫିଲ୍ମ ଦେଖିବା ପରେ ଲୋକେ ଏହାକୁ ପ୍ରଶଂସା କରିବା ସହ ପ୍ରିୟଙ୍କା ଭାବବିହ୍ଵଳ ହୋଇ ଯାଇଥିବା ଦେଖାଯାଇଥିଲା । ତେବେ ପ୍ରିୟଙ୍କାଙ୍କ ଏଭଳି ଭାବବିହ୍ଵଳ ହେବା ପଛର କାରଣ କହିଛନ୍ତି ନିର୍ଦ୍ଦେଶକ ସୋନାଲି ବୋଷ ।

ତାଙ୍କ କହିବା ଅନୁଯାୟୀ, ଫିଲ୍ମରେ ଏଭଳି ଅନେକ ଦୃଶ୍ୟ ରହିଛି, ଯାହାର ସୁଟ୍‌ କରିବା ସମୟରେ ପ୍ରିୟଙ୍କା କାନ୍ଦି ପକାଉଥିଲେ । ଏମିତି ବି କିଛି ଦୃଶ୍ୟ ରହିଥିଲା, ଯେଉଁଥିରେ ପ୍ରିୟଙ୍କା ନଥିଲେ ମଧ୍ୟ ଦୃଶ୍ୟ ଦେଖି ସେ କାନ୍ଦିବାକୁ ଲାଗିଥିଲେ । ତାଙ୍କୁ ବୁଝାଇବା କଷ୍ଟକର ହୋଇ ପଡ଼ିଥିଲା । କାନ୍ଦି କାନ୍ଦି ସେ ମୋତେ ବାରମ୍ବାର ବାରମ୍ବାର କ୍ଷମା ମାଗି ଚାଲିଥିଲେ । ଜଣେ ସନ୍ତାନ ହରାଇବାର ଦୁଃଖ କ’ଣ ତାହା ମୁଁ ଏବେ ବୁଝି ପାରିଲି ବୋଲି କହିଥିଲେ । ଆଇ ଆମ୍‌ ସରି ଫର୍‌ ଇସ୍‌ଲୁ କହି ସେ କାନ୍ଦି ଚାଲି ଥିଲେ ବୋଲି କହିଛନ୍ତି ସୋନାଲି ।

priyanka chopra
amarujala.com

ସୂଚନା ମୁତାବକ, ସୋନାଲିଙ୍କ ପୁଅ ଇସଲୁ ଓରଫ ଇଶାନ ୧୬ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ । ଫିଲ୍ମରେ ମଧ୍ୟ ପ୍ରିୟଙ୍କାଙ୍କ ଝିଅ ଭୂମିକାରେ ଥିବା ଜାଇରାଙ୍କୁ ଗମ୍ଭୀର ରୋଗ ଥିବାର କାହାଣୀ ରହିଛି । ଯାହା ପାଇଁ ସେ ଫିଲ୍ମର ସୁଟିଂ କରିବା ସମୟରେ ସୋନାଲିଙ୍କ କଷ୍ଟକୁ ଅନୁଭବ କରି ପାରି କାନ୍ଦୁଥିଲେ ପ୍ରିୟଙ୍କା ।

ସମ୍ବନ୍ଧିତ ଖବର