ଧାରାବାହିକ ଅଭିନେତା କରଣ ଓବରଏଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ମହିଳା ଗିରଫ, ମିଛ ମାମଲା ରୁଜୁ କରିଥିବା ନେଇ ଲାଗିଲା ଆରୋପ

ମୁମ୍ବାଇ : କିଛି ଦିନ ତଳେ ଧାରାବାହିକ ଅଭିନେତା କରଣ ଓବରଏଙ୍କ ଉପରେ ଜଣେ ମହିଳା ଦୁଷ୍କର୍ମର ଅଭିଯୋଗ ଆଣିଥିଲେ । ପେଶାରେ ଜ୍ୟୋତିଷ ଥିବା ମହିଳାଙ୍କ ଅଭିଯୋଗ ପରେ କରଣଙ୍କୁ ଗିରଫ କରିଥିଲା ପୁଲିସ । ପ୍ରାୟ ମାସେ ପର୍ଯ୍ୟନ୍ତ ଜେଲରେ ରହିବା ପରେ ଜାମିନରେ ବାହାରକୁ ବାହାରି ପାରିଥିଲେ କରଣ । ଏବେ ଏହି ମାମଲାକୁ ନେଇ ଆଉ ଏକ ତାଜା ଖବର ସାମ୍ନାକୁ ଆସିଛି । କରଣଙ୍କ ଉପରେ ଦୁଷ୍କର୍ମର ଆରୋପ ଲଗାଇଥିବା ମହିଳାଙ୍କୁ ଗିରଫ କରିଛି ପୁଲିସ । ସେ କରଣଙ୍କ ଉପରେ ଦୁଷ୍କର୍ମର ମିଥ୍ୟା ଆରୋପ ଲଗାଇଥିବାରୁ ପୁଲିସ ମହିଳାଙ୍କୁ ଗିରଫ କରିଛି । ତେବେ ଏ ନେଇ ମହିଳା ନିଜ ଓକିଲଙ୍କୁ ଦାୟୀ କରିଛନ୍ତି । ତାଙ୍କ ଓକିଲ ତାଙ୍କୁ ଫସାଇଥିବା କହିଛନ୍ତି ମହିଳା ।

Times of India

ସୂଚନା ମୁତାବକ, କରଣ ଜେଲରେ ଥିବା ବେଳେ ମହିଳାଙ୍କ ଉପରକୁ ଦୁଇଜଣ ବାଇକ ଆରୋହୀ ଆକ୍ରମଣ କରିବା ସହ କରଣଙ୍କ ବିରୋଧରେ କରିଥିବା ଅଭିଯୋଗକୁ ଫେରାଇ ଆଣିବାକୁ ଧମକ ଦେଇଥିଲେ । ଯାହା ପରେ ଏ ନେଇ ମହିଳା ପୁଣି ପୁଲିସରେ ଅଭିଯୋଗ କରିଥିଲେ । ତଦନ୍ତ ପରେ ଆକ୍ରମଣକାରୀଙ୍କ ମଧ୍ୟରୁ ଜଣେ ମହିଳାଙ୍କ ଓକିଲର ସାନ ଭାଇଥିଲା ବୋଲି ସାମ୍ନାକୁ ଆସିଥିଲା । ପଚରାଉଚରା ପରେ ମହିଳା ଏବଂ ତାଙ୍କ ସାନ ଭାଇ ଏଭଳି କରିବା ପାଇଁ କହିଥିବା ମାନି ନେଇଥିଲେ ଆକ୍ରମଣ କରିଥିବା ଅଭିଯୁକ୍ତ । ସବୁ ସତ ସାମ୍ନାକୁ ଆସିବା ପରେ ଏବେ ପୁଲିସ ମହିଳାଙ୍କୁ ଗିରଫ କରିଛି ।

ସମ୍ବନ୍ଧିତ ଖବର