ମୁମ୍ବାଇ : #ମି ଠୁ ଅଭିଯାନକୁ ନେଇ ବଲିଉଡ୍ ଅଭିନେତା ଅଜୟ ଦେବଗନଙ୍କ ବୟାନ ସାମ୍ନାକୁ ଆସିଛି । ଫିଲ୍ମ ଫେୟାରକୁ ଏକ ସାକ୍ଷାତକାର ଦେଇ ଆରୋପ ଲାଗିବା ଏବଂ ଦୋଷୀ ସାବ୍ୟସ୍ତ ହେବା ମଧ୍ୟରେ ପାର୍ଥକ୍ୟ ରହିଛି ବୋଲି କହିଛନ୍ତି ଅଜୟ । ସାକ୍ଷାତକାରରେ ଯେଉଁ ଲୋକଙ୍କ ଉପରେ ଅଭିଯୋଗ ଲାଗିଛି, ସେମାନଙ୍କ ସହ କାମ କରିବାକୁ ଚାହିଁବେ କି ବୋଲି ପ୍ରଶ୍ନ କରାଯିବା ପରେ, ଆରୋପ ଲାଗିବା ଏବଂ ଦୋଷୀ ସାବ୍ୟସ୍ତ ହେବା ମଧ୍ୟରେ ପାର୍ଥକ୍ୟ ରହିଛି ବୋଲି କହିଥିଲେ ଅଜୟ ।
/sambad/media/post_attachments/wp-content/uploads/2019/07/ajaydevgn04-1563263122-300x169.jpg)
ସୂଚନା ମୁତାବକ, ଫିଲ୍ମ ଦେ ଦେ ପ୍ୟାର ଦେରେ ଅଜୟଙ୍କ ସହ ଯୌନ ଶୋଷଣର ଆରୋପ ଲାଗିଥିବା ଅଭିନେତା ଆଲୋକ ନାଥ କାମ କରିଥିଲେ । ଯାହାକୁ ଦେଖି ଅଜୟଙ୍କୁ ଏହି ପ୍ରଶ୍ନର ସାମ୍ନା କରିବାକୁ ପଡ଼ିଥିଲା । କିନ୍ତୁ ଖୁବ୍ କୁଶଳତାର ସହ ଏହାର ଜବାବ ରଖିଥିଲେ ଅଜୟ । ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।