ଡ଼ ହାତୀଙ୍କ ଭଳି ଏହି ତିନି ସେଲିବ୍ରିଟିଙ୍କର ମଧ୍ୟ ସୋ’ ଚାଲୁଥିବା ସମୟରେ ହୋଇଥିଲା ଆକସ୍ମିକ ମୃତ୍ୟୁ

ଲୋକପ୍ରିୟ ଟିଭି ଅଭିନେତା କବି କୁମାର ଆଜାଦଙ୍କର ସୋମବାର ହୃଦ୍‌ଘାତ ଜନିତ ଆକସ୍ମିତ ମୃତ୍ୟୁ ଘଟିଥିଲାବେଳେ ମୃତ୍ୟୁ ବେଳକୁ ଆଜାଦଙ୍କୁ ମାତ୍ର ୪୬ ବର୍ଷ ହୋଇଥିଲା। ତେବେ ଆଜାଦଙ୍କୁ ଦର୍ଶକ ‘ତାରକ ମେହ୍‌ତାଙ୍କ ଉଲ୍‌ଟା ଚଷମା’ରେ ଡ଼ ହଂସରାଜ ହାତୀ ଭୂମିକାରେ ଦେଖିବାକୁ ପାଇଥିଲେ। ତେବେ ଆଜାଦଙ୍କ ପୂର୍ବରୁ ଭାରତୀୟ ଟେଲିଭିଜନ୍‌ ଜଗତରେ ଏମିତି ଅନେକ ଥର ହୋଇଛି, ଯେତେବେଳେ କୌଣସି ସୋ’ରେ କାମ କରୁଥିବା ସମୟରେ ଜଣେ ଅଭିନେତା ବା ଅଭିନେତ୍ରୀଙ୍କର ଅଚାନକ ମୃତ୍ୟୁ ଘଟିଛି। ତେବେ ଆଜି ଆମେ ଆପଣଙ୍କୁ ଏମିତି ତିନି ଜଣ ଅଭିନେତ୍ରୀ ଓ ଅଭିନେତାଙ୍କ ବିଷୟେରେ କହିବୁ,ଯାହାଙ୍କର ଟିଭି ସୋ’ ଚାଲୁଥିବା ସମୟରେ ହିଁ ଆକସ୍ମିକ ମୃତ୍ୟୁ ଘଟିଛି। ଚାଲନ୍ତୁ ଜାଣିବା ଏହି ତିନି ଜଣ ଅଭିନେତ୍ରୀ ଓ ଅଭିନେତାଙ୍କ ବିଷୟରେ…

୧-ରୀମା ଲାଗୁ: ବଲିଉଡ୍‌ ତଥା ଟିଭି ଜଗତର ବରିଷ୍ଠ ଅଭିନେତ୍ରୀ ରିମା ଲାଗୁଙ୍କର ୧୮ ମଇ ୨୦୧୭ରେ ହୃଦ୍‌ଘାତ ଜନିତ ମୃତ୍ୟୁ ହୋଇଥିଲା। ଏହି ସମୟରେ ରୀମା ଟିଭି ସୋ’ ‘ନାମକରଣ’ରେ ଦୟାବନ୍ତୀ ମେହ୍‌ତା ଚରିତ୍ର ନିଭାଉଥିଲେ। ତେବେ ରୀମା ‘ହମ୍‌ ଆପ୍‌କେ ହୈ କୌନ୍‌’,‘ହମ୍‌ ସାଥ୍‌ ସାଥ୍‌ ହୈ’ଏବଂ ‘ବାସ୍ତବ’ ଭଳି ସୁପରହିଟ୍‌ ଫିଲ୍ମରେ ଅଭିନେତା ସଲମାନ୍‌ ଖାନ୍‌ ଏବଂ ସଂଜୟ ଦତ୍ତଙ୍କ ମା’ଙ୍କ ଭୂମିକାରେ ନଜର ଆସିଥିଲେ। ହେଲେ ରୀମାଙ୍କ ମୃତ୍ୟୁର କିଛି ସମୟ ପରେ ତାଙ୍କ ପତି ତାଙ୍କର ମୃତ୍ୟୁ ଶ୍ୱାସଜନିତ ସମସ୍ୟା ଲାଗି ହୋଇଛି ବୋଲି ଜଣାଇଥିଲେ। ଏହାପରେ ରୀମାଙ୍କ ଚରିତ୍ରରେ ଦୟାବନ୍ତୀଙ୍କ ଭୂମିକାରେ ରାଗିଣୀ ଶାହ ନଜର ଆସିଲେ।

The Express Tribune

୨-ରୁବିନା ଶେରଗିଲ୍‌: ଟିଭି ଅଭିନେତ୍ରୀ ରୁବିନା ଶେରଗିଲ୍‌ ୨୯ ବର୍ଷ ବୟସରେ ଆଜ୍‌ମା ଜନିତ ସମସ୍ୟାରେ ମୃତ୍ୟୁବରଣ କରିଥିଲେ। ଏହି ସମୟରେ ରୁବିନା ୨୦୧୧ ମସିହାରେ ପ୍ରସାରିତ ହେଉଥିବା ଟିଭି ସିରିଏଲ୍‌ ‘ମିସେସ୍‌ କୌଶିକ୍‌ କି ପାଞ୍ଚ୍‌ ବହୂଏଁ’ରେ କାମ କରୁଥିଲେ। ତେବେ କିଛି ସପ୍ତାହର କାମ କରିବା ପରେ ଅଭିନେତ୍ରୀ ରୁବିନା ଶେରଗିଲ୍‌ ମୃତ୍ୟୁବରଣ କରିଥିଲେ।

TellyChakkar

୩-ଅବୀର ଗୋସ୍ୱାମୀ: ଅଭିନେତା ଅବୀର ଗୋସ୍ୱାମୀଙ୍କର ମୃତ୍ୟୁ ୩୧ ମଇ ୨୦୧୩ ମସିହାରେ ଏକ ଅଜବ ଢ଼ଙ୍ଗରେ ହୋଇଥିଲା।ମୁମ୍ବାଇର ମଲାଡରେ ଥିବା ଏକ ଜିମ୍‌ରେ ଏକ୍ସରସାଇଜ୍‌ କରୁଥିବା ବେଳେ ହୃଦ୍‌ଘାତ ଘଟି ଅବୀରଙ୍କ ମୃତ୍ୟୁ ହୋଇଥିଲା। ତେବେ ୩୮ ବର୍ଷୀୟ ଅବୀର ସେହି ସମୟରେ ଟିଭି ସିରିଏଲ୍‌ ‘ପ୍ୟାର୍‌ କା ଦର୍ଦର୍ ହେ ମିଠା-ମିଠା,ପ୍ୟାରା-ପ୍ୟାରା’ରେ କାମ କରୁଥିଲେ। ଏହାପରେ ଅଭିନେତା ବିମର୍ଶ ରୋଶନ୍‌ ତାଙ୍କ ସ୍ଥାନରେ ଅଭିନୟ କରିଲେ।

Wikipedia
ସମ୍ବନ୍ଧିତ ଖବର