ଏହି ୩ଟି ଚଳଚ୍ଚିତ୍ର ହେଉଛି ଭାରତର ସବୁଠାରୁ ବ୍ୟୟବହୁଳ ଚଳଚ୍ଚିତ୍ର

ଥଗ୍‌ସ ଅଫ୍‌ ହିନ୍ଦୁସ୍ଥାନ: ଆମୀର୍‌ ଖାନ୍‌ଙ୍କ ଅଭୀନିତ ‘ଥଗ୍‌ସ ଅଫ୍‌ ହିନ୍ଦୁସ୍ଥାନ’ ଚଳଚ୍ଚିତ୍ରଟି ଦେଶର ଏକ ବ୍ୟୟବହୁଳ ଚଳଚ୍ଚିତ୍ର ତାଲିକାରେ ନାମ ଲେଖାଇବାକୁ ଯାଉଛି। ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବେ ଅମିତାଭ ବଚ୍ଚନ। କ୍ୟାଟ୍ରିନା କୈଫ୍‌ ଏବଂ ଫତିମା ଖାନ୍‌ ବି ଦେଖିବାକୁ ମିଳିବେ ଚଳଚ୍ଚିତ୍ରଟିରେ। ଚଳଚ୍ଚିତ୍ରଟିରେ ଆକ୍ସନ ଆଡ୍‌ଭେଞ୍ଚର ଦେଖିବାକୁ ମିଳିବ। ଦୀପାବଳୀରେ ଏହା ରିଲିଜ୍‌ ହେବାକୁ ଯାଉଛି ବୋଲି ସୂଚନା ରହିଛି। ଚଳଚ୍ଚିତ୍ର ନିର୍ମାଣ ପାଇଁ ୨୧୦ କୋଟି ଟଙ୍କା ବ୍ୟୟ କରାଯାଇଛି।

ରୋବଟ ୨.୦: ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଛନ୍ତି ଶଙ୍କର। ଏହି ଚଳଚ୍ଚିତ୍ରଟିରେ ଦେଖିବାକୁ ମିଳିବେ ସୁପର୍‌ଷ୍ଟାର୍‌ ରଜନୀକାନ୍ତ ଏବଂ ଖିଲାଡି ବୟ ଅକ୍ଷୟ କୁମାର। ଏହା ଏକ ୩ଡି ଚଳଚ୍ଚିତ୍ର। ଚଳଚ୍ଚିତ୍ରଟି ୩ଟି ଭାଷାରେ ମୁକ୍ତିଲାଭ କରିବ। ବିଶ୍ୱ ସ୍ତରରେ ମୁକ୍ତିଲାଭ କରିବ। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଚଳଚ୍ଚିତ୍ରଟି ଗୋଟାଏ ଦିନରେ ୧୦୦ କୋଟିରୁ ଊର୍ଧ୍ୱ ଆୟ କରିବ। ଚଳିତବର୍ଷ ଏପ୍ରିଲ୍‌ ୧୪ ତାରିଖରେ ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ର ନିର୍ମାଣ ପାଇଁ ୪୫୦ କୋଟି ବ୍ୟୟ କରାଯାଇଛି।

ରାଣ୍ଡାମୁଜମ୍‌: ଏହା ଏକ ଦକ୍ଷିଣ ଚଳଚ୍ଚିତ୍ର। ଦକ୍ଷିଣ ଭାରତର ସୁପରଷ୍ଟାର୍‌ ମୋହନଲାଲ ଏହାକୁ ନିର୍ମାଣ କରିଛନ୍ତି। ଏହି ଚଳଚ୍ଚିତ୍ରଟିରେ ୧୦୦୦ କୋଟି ବ୍ୟୟ କରାଯାଇଛି। ଏହାକୁ ବିଭିନ୍ନ ଭାଷାରେ ରିଲିଜ୍‌ କରାଯିବ। ରିପୋର୍ଟ ମୁତାବକ, ଚଳଚ୍ଚିତ୍ରଟି ୨୦୧୯ରେ ମୁକ୍ତିଲାଭ କରିବ।

ସମ୍ବନ୍ଧିତ ଖବର