ଏହି ବଲିଉଡ୍‌ କଳାକାରମାନେ ନିଜର ଏକ୍ସ-ପାର୍ଟନରଙ୍କୁ ଏମିତି ଭାବେ ସର୍ବସାଧାରଣରେ ଅପମାନିତ କରିଛନ୍ତି

0 596

ବଲିଉଡ୍‌ରେ ପ୍ରେମ, ପ୍ରତାରଣା, ବିଚ୍ଛେଦ ଏକ ଦୈନିକ ବ୍ୟାପାର। କିଏ କେବେ କାହା ସହ ପ୍ରେମରେ ପଡ଼ନ୍ତି ତ କିଏ କାହାଠାରୁ ଦୂରେଇ ଯାଆନ୍ତି ତାହାର କୌଣସି ନିର୍ଦ୍ଦିଷ୍ଟତା ନାହିଁ। ଅଜି ଆମେ ବଲିଉଡ୍ର କେତେ ଜଣ ପ୍ରସିଦ୍ଧ ଯୋଡ଼ିଙ୍କ ବିଷୟରେ ଆଲୋଚନା କରିବା। ଯାହାଙ୍କ ପ୍ରେମ ଅପେକ୍ଷା ବିଚ୍ଛେଦ ବେଶି ଚର୍ଚ୍ଚା ପାଲଟିଛି। ସେମାନେ ହେଉଛନ୍ତି…

ଶିଳ୍ପା ସେଟ୍ଟୀ ଓ ଅକ୍ଷୟ କୁମାର: ନବେ ଦଶକରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ଅଭିନେତା ଅକ୍ଷୟ କୁମାରଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଏପରି ଏକ ଗୁଜବ ବି ଉଠିଥିଲା କି ସେ ଦୁହେଁ ପରସ୍ପରଙ୍କୁ ଗୁପ୍ତରେ ବିବାହ ବି କରିଥିଲେ। ମାତ୍ର ଶିଳ୍ପା ନିଜ ପକ୍ଷରୁ ପ୍ରଥମେ ଅକ୍ଷୟଙ୍କୁ ପରବର୍ତ୍ତୀ ମୁହୂର୍ତ୍ତରେ ଛାଡ଼ି ଦେଲେ। ଶିଳ୍ପା ନିଜ ପ୍ରେମ ସଂପର୍କରେ ବୟାନ ରଖିଥିଲେ କି ‘ ଅକ୍ଷୟ ମୋତେ ବ୍ୟବହାର କଲେ। ଅନ୍ୟ କାହାକୁ ପାଇବା ପରେ ଖୁବ୍‌ ସହଜରେ ସେ ମୋତେ ଛାଡ଼ି ପାରିଲେ। ସେ ମୋତେ ଅନେକ ଦୁଃଖି କରାଇଛନ୍ତି। ମାତ୍ର ମୁଁ ଭାଗ୍ୟବତୀରେ ଅତୀତକୁ ଭୁଲିଯିବା ପାଇଁ ମୁଁ ସମର୍ଥ ହେଲି। ସେ ଏବେ ମୋ ପାଇଁ ଏକ ଭୁଲି ଯାଇଥିବା ବିଷୟ।’

ସୈଫ୍‌ ଅଲ୍ଲୀ ଖାନ ଓ ଅମ୍ରିତା ସିଂହ: ପତ୍ନୀ ଅମ୍ରିତା ସଂହଙ୍କ ସହ ଛାଡ଼ପତ୍ର ହେବା ପରେ ସୈଫ୍‌ କହିଛନ୍ତି କି ‘ରୀତିମତ ଭାବେ ଯଦି କେହି ମହିଳା ଆପଣଙ୍କ ମାଆ ଓ ଭଉଣୀ ନାଁରେ ଅଭିଯୋଗ କରିଚାଲନ୍ତି, ଖୁଣ୍ଟା ଦେଇ ଚାଲନ୍ତି ତାହାଲେ ଆପଣ କେତେ ସହିବେ? ମୁଁ ଏ ସବୁ ସହିଛି। ଏବେ ମୋ ଜୀବନରେ ଏମିତି ଜଣେ ନାରୀ ଅଛନ୍ତି ଯିଏ କି ମଜାକିଆ, ସୁନ୍ଦର ଏବଂ ସରଳ।’

ଐଶ୍ୱର୍ଯ୍ୟା ରାୟ ଓ ସଲମାନ ଖାନ: ବଲିଉଡ୍‌ ବହୁ ଚର୍ଚ୍ଚିତ ଯୋଡ଼ି ଭିତରୁ ଏହି ଯୋଡ଼ି ଅନ୍ୟତମ। ଐଶ୍ୱର୍ଯ୍ୟ ସେ ସମୟରେ ଗଣମାଧ୍ୟମରେ କହିଥିଲେ ଯେ ‘ଆମର ପ୍ରେମ ସଂପର୍କ ଭାଙ୍ଗିବା ପରେ ସଲମାନ ମୋତେ କଲ୍‌ କଲେ ଏବଂ ବାଜେ କଥା ସବୁ କହିଲେ। ଏପରିକି ମୋ ସହ-କଳାକାରଙ୍କ ସହ ସଂପର୍କ ଅଛି ବୋଲି ଆରୋପ ଲଗାଇଲେ। ଅଭିଷେକରୁ ନେଇ ଶାହାରୁଖ ପର୍ଯ୍ୟନ୍ତ ସମସ୍ତଙ୍କ ସହ ସେ ମୋତେ ଯୋଡ଼ି କରି କହିଛନ୍ତି। ସେ ଯେବେ ମୋତେ ମଦ ପିଇ ଶାରୀରିକ ନିର୍ଯାତନା ଦେଲେ ଜଣେ ସ୍ୱାଭିମାନୀ ନାରୀ ହିସାବରେ ତାଙ୍କଠାରୁ ଦୂରେଇ ଯିବା ମୋ ପକ୍ଷେ ଉଚିତ ଥିଲା।’

ସଜିଦ୍‌ ଖାନ ଓ ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌: ପୂର୍ବତନ ପ୍ରେମିକା ଜାକ୍‌ଲିନ୍‌ଙ୍କ ବିଷୟରେ କହିବାକୁ ଯାଇ ସଜିଦ କହିଛନ୍ତି କି ‘ ପ୍ରେମରେ ରହିଲେ ସମୟ ଦରକାର ପଡ଼େ। ଜୀବନରେ କେହି ନାରୀ ନରହିଲେ କାମ ଭଲ ହୁଏ। ‘ହିମତ୍‌ଓ୍ଵାଲା’ ସୁଟିଂ ସମୟରେ ମୁଁ ଜ୍ୟାକ୍‌ ପାଇଁ ୪ ଦିନ ଛୁଟି ନେଇଥିଲି। ସେଥିପାଇଁ ମୋତେ ଲାଗିଲା ମୋ ଚଳଚ୍ଚିତ୍ର ଏତେ ଭଲ ହୋଇପାରିଲା ନାହିଁ। ସେ ଭୁଲ୍‌ ମୁଁ ଆଉ ‘ହମ୍‌ସକଲ୍‌’ ସୁଟିଂ ବେଳେ ଦୋହରାଇଲି ନାହିଁ।’

ସମ୍ବନ୍ଧିତ ଖବର

Leave A Reply

Your email address will not be published.