ପୋଷ୍ୟ ସନ୍ତାନ ଗ୍ରହଣ କରିଛନ୍ତି ଏହି ଟେଲି-ଅଭିନେତା ଦମ୍ପତି

ମୁମ୍ବାଇ: ସମସ୍ତ ଦମ୍ପତିଙ୍କ ଜୀବନରେ ସନ୍ତାନ ଲାଭ କରିବା ଏକ ସ୍ୱପ୍ନ ସଦୃଶ ରହିଥାଏ । ଆପଣ ବଲିଉଡ଼ରେ ଅନେକ କଳାକାରଙ୍କୁ ନିଜର ସନ୍ତାନ ଥାଇ ମଧ୍ୟ ପୋଷ୍ୟ ସନ୍ତାନ ଗ୍ରହଣ କରିଥିବାର ଦେଖିଥିବେ । ତେବେ ଏହି ତାଲିକାରେ ଟେଲିଭିଜନ ଦୁନିଆରେ ମଧ୍ୟ କିଛି କଳାକାର ରହିଛନ୍ତି । ଏହି କଳାକାରମାନେ ନିଜେ ସନ୍ତାନ ଜନ୍ମ ନ କରି ପୋଷ୍ୟ ସନ୍ତାନ ଗ୍ରହଣ କରିଛନ୍ତି ।

punjabkesari

ମାହି ବିଜ -ଜୟ ଭାନୁଶାଳୀ :
ଟେଲିଭିଜନରେ ଜଣାଶୁଣାଯୋଡ଼ି ଜୟ ଭାନୁଶାଳୀ ଏବଂ ମାହି ବିଜ୍‌ ୨୦୧୧ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବିବାହର ୭ ବର୍ଷ ପରେ ମଧ୍ୟ ଦୁହିଁଙ୍କର କୌଣସି ସନ୍ତାନ ହୋଇନଥିଲେ । ବର୍ତ୍ତମାନ କିନ୍ତୁ ଦୁହେଁ ଦୁଇଟି ପୋଷ୍ୟ ସନ୍ତାନ ଗ୍ରହଣ କରିଛନ୍ତି । ସୂଚନା ଅନୁଯାୟୀ, ତାଙ୍କ ଘରେ କାମ କରୁଥିବା ଦମ୍ପତିଙ୍କର ଏହି ଦୁଇଟି ଶିଶୁ । ବର୍ତ୍ତମାନ ଜୟ ଏବଂ ମାହି ଏହି ଦୁଇ ଶିଶୁଙ୍କ ଜୀବନ ସୁଧାରିବା ପାଇଁ ନିଷ୍ପତ୍ତିି ନେଇଛନ୍ତି।

punjabkesari

ଗୁରମିତ ଚୌଧୁରୀ -ଦେବିନା ବାନାର୍ଜୀ :
ଟେଲିଭିଜନ ଦୁନିଆରେ ରାମ-ସୀତା ଭାବେ କ୍ୟରିୟର ଆରମ୍ଭ କରିଥିବା ଦେବିନା ଏବଂ ଗୁରମିତ୍‌ ବାସ୍ତବିକ ଜୀବନରେ ମଧ୍ୟ ରାମ-ସୀତାଙ୍କ ଭଳି ଯୋଡ଼ି । ବିବାହ ଅନେକ ବର୍ଷ ପରେ ମଧ୍ୟ ସେମାଙ୍କର ସନ୍ତାନ ନ ହେବାରୁ ୨୦୧୪ ମସିହାରେ ବିହାରର ଏକ ଅନାଥ ଆଶ୍ରମରୁ ସେ ଶିଶୁ କନ୍ୟାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ । ତାଙ୍କ ଝିଅର ନାମ ପୂଜା ଥିବା ବେଳେ ସେ ତାଙ୍କ ସହ ଏକାଠି ଲାଳନପାଳନ ହେଉଛି।

punjabkesari

ସମୀର ସୋନି -ନୀଲମ କୋଠାରୀ :
ବଲିଉଡ଼ ଅଭିନେତ୍ରୀ ନିଲମ ଏବଂ ଟେଲିଭିଜନ ଅଭିନେତା ସମୀର ସୋନି ୨୦୧୧ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ସେମାନଙ୍କର କୌଣସି ବ୍ୟକ୍ତିଗତ କାରଣ ନ ଥାଇ ମଧ୍ୟ ସେମାନେ ୨୦୧୧ ମସିହାରେ ଏକ କନ୍ୟାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ । ଶିଶୁଟି ତାଙ୍କ ସହିତ ରହିବା ସହ ଦୁହେଁ ତାହାର ବହୁତ ଭଲ ଭାବେ ଲାଳନ ପାଳନ କରୁଛନ୍ତି।

ସମ୍ବନ୍ଧିତ ଖବର