ଏହି ପ୍ରସିଦ୍ଧ କଳାକାରମାନେ ଏକାଧିକ ବାର ସଂପର୍କ ଯୋଡ଼ିଛନ୍ତି ଓ ଭାଙ୍ଗିଛନ୍ତି

ପ୍ରେମରେ ଧୋକା ଖାଇବା ଆଜିକାଲି ଅତି ସାଧାରଣ ହୋଇ ଗଲାଣି । ପ୍ରତି ଦିନ କାହାର ନା କାହାର ହୃଦୟ ଭାଙ୍ଗିବା ସହ କାହାର ସାଥୀ ଧୋକା ଦେଇ ଚାଲି ଯାଉଛନ୍ତି । ଏପରି କେବଳ ସାଧାରଣ ଲୋକମାନଙ୍କ ସହିତ ନୁହେଁ ବରଂ ବଡ଼ ବଡ଼ ସେଲିବ୍ରିଟିମାନଙ୍କ ସହ ମଧ୍ୟ ଘଟୁଛି ।

ବଡ଼ ଏବଂ ଛୋଟ ପରଦାରେ କଳାକାରମାନେ ପ୍ରେମର ଅମର କାହାଣୀ ବିଷୟରେ ଜଣାଉଥିବା ବେଳେ ଅସଲ ଜୀବନରେ ସେମାନଙ୍କ ସହ ସେଭଳି କିଛି ଘଟି ନ ଥାଏ । ଆଜି ଆମେ ଜଣାଇବୁ ସେଭଳି କିଛି କଳାକାରଙ୍କ ପ୍ରେମ କାହାଣୀ ବିଷୟରେ, ଯେଉଁମାନଙ୍କ ପ୍ରେମ କାହାଣୀ ପରଦା ଉପରେ ସଫଳ ହୋଇଥିଲେ ମଧ୍ୟ ଅସଲ ଜୀବନରେ ସଫଳ ହୋଇ ପାରି ନାହିଁ ।

୧.ଅଙ୍କିତ୍‌ ଘେରା : ଟେଲିଭିଜନ ଦୁନିଆର ଜଣାଶୁଣା ଅଭିନେତା ହେଲେ ଅଙ୍କିତ୍‌ ଘେରା । ଧାରାବାହିକ ମାଧ୍ୟମରେ ପ୍ରେମର ଅନେକ କାହାଣୀ ସେ ଦର୍ଶକଙ୍କୁ ଦେଖାଇଥିବା ବେଳେ ଅସଲ ଜୀବନରେ ଏକା ସାଙ୍ଗରେ ସେ ଦୁଇ ଜଣ ଅଭିନେତ୍ରୀଙ୍କୁ ଡ଼େଟ୍‌ କରୁଥିଲେ । ଆଦା ଖାନ୍‌ଙ୍କ ସହ ପ୍ରେମ ସଂପର୍କରେ ଥିବା ବେଳେ ସେ ତାଙ୍କ ସହ-କଳାକାର ରୁପଲ୍‌ ତ୍ୟାଗୀଙ୍କୁ ମଧ୍ୟ ପ୍ରେମ ଜାଲରେ ଫସାଇ ରଖିଥିଲେ ।

http://nari.punjabkesari.in

୨.କରଣ ସିଂ ଗ୍ରୋଭର : ନିଜର ଗୁଡ଼୍‍ ଲୁକ୍‌ ଏବଂ ଚାର୍ମିଙ୍ଗ୍‌ ଅନ୍ଦାଜ ପାଇଁ ସମସ୍ତଙ୍କ ମନରେ ରାଜ୍‌ କରନ୍ତି ଅଭିନେତା କରଣ ସିଂ ଗ୍ରୋଭର । ତାଙ୍କର ଅଭିନୟ ଦକ୍ଷତା ପାଇଁ ତାଙ୍କୁ ବଡ଼ ପରଦାରେ ମଧ୍ୟ ଦର୍ଶକେ ଦେଖିବାକୁ ପାଇଥିଲେ । କିନ୍ତୁ ସେ ତାଙ୍କ ପ୍ରଫେସନାଲ କ୍ୟାରିୟର ଅପେକ୍ଷା ନିଜ ବ୍ୟକ୍ତିଗତ ଜୀବନ ପାଇଁ ଅଧିକ ଚର୍ଚ୍ଚାରେ ରହି ଆସିଛନ୍ତି । ବାରମ୍ବାର ନିଜ ସାଥୀ ପରିବର୍ତ୍ତନ ପାଇଁ ସେ ସବୁବେଳେ ଚର୍ଚ୍ଚାର ଶୀର୍ଷରେ ରହି ଆସିଛନ୍ତି । ପ୍ରଥମେ ସେ ଶ୍ରଦ୍ଧା ନିଗମଙ୍କୁ ବିବାହ କରିଥିବା ବେଳେ ତାଙ୍କର କୋରିଓଗ୍ରାଫର ନିକୋଲଙ୍କ ସହିତ ପ୍ରେମ ସଂପର୍କ ରହିଥିଲା । ଯାହା ପାଇଁ ଶ୍ରଦ୍ଧାଙ୍କ ସହ ତାଙ୍କ ବିବାହ ବିଚ୍ଛେଦ ହୋଇଥିଲା । ଏହା ପରେ ସେ ଅଭିନେତ୍ରୀ ଜେନିଫର୍‌ଙ୍କୁ ବିବାହ କରିଥିଲେ । କିନ୍ତୁ ବିବାହର କିଛି ବର୍ଷ ପରେ ତାଙ୍କୁ ବଡ଼ ପରଦାରେ ବିପାଶା ବସୁଙ୍କ ସହ ସୁଯୋଗ ମିଳିଥିଲା । ବିପାଶାଙ୍କ ସହ ପ୍ରେମ ସଂପର୍କ ଅଛି ବୋଲି ଜାଣିବା ପରେ ଜେନିଫର୍‌ ତାଙ୍କ ଠାରୁ ଦୂରେଇ ଯାଇଥିଲେ ।

http://nari.punjabkesari.in

୩.ଦୀପିକା କକ୍କର : ଶଶୁୁରାଲ ସିମର୍‌ କା ଧାରାବାହିକରୁ ଚର୍ଚ୍ଚାର ପରିସରକୁ ଆସିଥିବା ଦୀପିକା କକ୍କର ପରଦାକୁ ଆସିବା ପୂର୍ବରୁ ବିବାହିତ ଥିଲେ । ଲାଇମ୍‌ ଲାଇଟ୍‌କୁ ଆସିବା ପରେ ସେ ସୋଏବ୍‌ଙ୍କ ପ୍ରେମରେ ପଡ଼ି ନିଜ ସ୍ୱାମୀଙ୍କୁ ଧୋକା ଦେଇଥିଲେ ।
୪.ଅର୍‌ମାନ୍‌ କୋହଲି : ବିଗ୍‌ ବସ୍‌ରେ ଅନେକ ପ୍ରେମ କାହାଣୀ ଆରମ୍ଭ ହୋଇଥିବା ବେଳେ ଅର୍‌ମାନ୍‌ କୋହଲୀ ଏବଂ ତନିଶା ମୁଖାର୍ଜୀଙ୍କ ପ୍ରେମ କାହାଣୀ ମଧ୍ୟ ବିଗ୍‌ବସ୍‌ରୁ ଆରମ୍ଭ ହୋଇଥିଲା । ବିଗ୍‌ ବସ୍‌କୁ ଯିବା ପୂର୍ବରୁ ଅର୍‌ମାନ ଜଣଙ୍କ ସହ ଲିଭ୍‌-ଇନ୍‌ରେ ଥିବା ବେଳେ ତାଙ୍କୁ ଧୋକା ଦେଇ ତନିଶାଙ୍କ ସହ ପ୍ରେମ ସଂପର୍କ ରଖିଥିଲେ ।

http://nari.punjabkesari.in

୫.କ୍ରିଷ୍ଣା ଅଭିଷେକ : କଶ୍ମୀରାଙ୍କ ସହ କ୍ରିଷ୍ଣାଙ୍କ ପ୍ରେମ ସଂପର୍କ ବିଷୟରେ ସମସ୍ତଙ୍କୁ ଜଣା । କିନ୍ତୁ କଶ୍ମୀରାଙ୍କ ସହ ପ୍ରେମ ସଂପର୍କରେ ଥିବା ବେଳେ କ୍ରିଷ୍ଣା ବଲିଉଡ଼ ଅଭିନେତ୍ରୀ ତନୁଶ୍ରୀ ଦତ୍ତାଙ୍କୁ ଡ଼େଟ୍‌ କରୁଥିଲେ । ଏହି ବିଷୟରେ ଜାଣି କଶ୍ମୀରା କ୍ରିଷ୍ଣାଙ୍କୁ ବିବାହ ପାଇଁ ବାଧ୍ୟ କରିଥିଲେ ।

http://nari.punjabkesari.in

୬.ଶ୍ରୁତି ଝା : ନିଜର ଅଭିନୟ ଦକ୍ଷତା ଏବଂ ସୁନା ବୋହୁ ଚରିତ୍ର ପାଇଁ ଘରେ ଘରେ ପରିଚିତ ଥିବା ଶ୍ରୁତି ମଧ୍ୟ ପ୍ରେମରେ ଧୋକା ଦେଇଛନ୍ତି । ପ୍ରଥମେ ସେ ହର୍ସଦ ଚୋପ୍ରାଙ୍କ ସହ ପ୍ରେମ ସଂପର୍କରେ ଥିବା ବେଳେ ସଂପର୍କର କିଛି ଦିନ ପରେ ସେ ତାଙ୍କୁ ଧୋକା ଦେଇ ହର୍ସଦଙ୍କ ସାଙ୍ଗ ଅଭିନେତା କୁନାଲ କରଣ କପୁରଙ୍କ ସହ ପ୍ରେମ ସଂପର୍କ ରଖିବା ଆରମ୍ଭ କରିଥିଲେ ।

http://nari.punjabkesari.in
ସମ୍ବନ୍ଧିତ ଖବର