ଏହି ନାୟିକାଙ୍କୁ ଦିଲ୍ଲୀରେ ସନ୍ଧ୍ୟା ୭ଟା ପରେ ବାହାରିବାକୁ ଡ଼ର ଲାଗେ

ନୂଆଦିଲ୍ଲୀ : ‘ହାସିଲ’ ଓ ‘ଏକ ଦୁଜେ କେ ବାସ୍ତେ’ ଭଳି ଲୋକପ୍ରିୟ ମେଗା ଧାରାବାହିକରେ ମୁଖ୍ୟ ଅଭିନେତ୍ରୀ ଭାବେ ନଜର ଆସିଥିବା ନିକିତା ଦତ୍ତ ଇତି ମଧ୍ୟରେ ଫିଲ୍କରେ ମଧ୍ୟରେ ଏଣ୍ଟି୍ର କରିସାରିଛନ୍ତି। ସେ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ସହ ‘ଗୋଲ୍ଡ’ ଫିଲ୍କରେ ନଜର ଆସିବା ପାଇଁ ଯାଉଛନ୍ତି ।
ନିକିତା ଫେମିନା ମିସ୍‌ ଈଣ୍ଡିଆ -୨୦୧୨ର ଫାଇନାଲରେ ପ୍ରତିଯୋଗୀ ଥିଲେ । ଏଇ ନିକଟରେ ନକିତା ଦତ୍ତ ନୋଏଡ଼ାରେ କିଛି ଦିନ ରହିଥିଲେ । ସେ କହିଛନ୍ତି ହେ ଦିଲ୍ଲୀ ଏବଂ ମୁମ୍ବଇ ଭିତରେ ଅନେକ ପ୍ରଭେଦ ରହିଛି। ମୁମ୍ବାଇକୁ ସେ ଦିଲ୍ଲୀ ଅପେକ୍ଷା ଅଧିକ ନିରାପଦ ମନେ କରନ୍ତି ।
ନିକିତା ଆହୁରି ମଧ୍ୟ କହିଛନ୍ତି ଯେ ଦିଲ୍ଲୀରେ ସନ୍ଧ୍ୟା ୭ଟା ହୋଇଗଲେ ବାହାରୁକୁ ବାହାରରିବା ପାଇଁ ଭାରି ଡ଼ର ଲାଗିଥାଏ ।

india.com

ଦିଲ୍ଲୀରେ ତାଙ୍କର ଏକ ଖରାପ ଅନୁଭୂତି ମଧ୍ୟ ସେ କହିଛନ୍ତି । ଥରେ ନୂଆବର୍ଷ ସମୟରେ ନିକିତା ଏବଂ ତାଙ୍କ କିଛି ସାଙ୍ଗ ମାନେ ଏକ କ୍ୟାବର ଅପେକ୍ଷା କରୁଥିଲେ । ଠିକ୍‌ ସେହି ସମୟରେ ଜରେ ନିଶାସକ୍ତ ଲୋକ ତାର କାର୍‌ରୁ ବାହାରି ଏମାନଙ୍କୁ ବନ୍ଧୁକ ଦେଖାଇଥିଲା। ନିକିତା ଏବଂ ତାଙ୍କ ସାଙ୍ଗମାନେ ସେଠାରେ ପଳାଇଯିବା ସହ ଭଗବାନଙ୍କ ଦୟାରୁ ଠିକ ସେହି ସମୟରେ କ୍ୟାବ୍‌ ମଧ୍ୟ ମିଳିଯାଇଥିଲା। ଯେଉଁଥିପାଇଁ କିଛି ଅଘଟଣା ଘଟିବାରୁ ବର୍ତ୍ତି ଯାଇଥିଲେ ନିକିତା । ଏହା ପରେ ସେ ନିୟମ କରିଛନ୍ତି ଯେ ଦିଲ୍ଲୀରେ ସନ୍ଧ୍ୟା ୭ଟା ମଧ୍ୟରେ ଘେରେ ପହଞ୍ଚିବେ ।

ସମ୍ବନ୍ଧିତ ଖବର