ଏ ବର୍ଷ ହିଟ୍‌ ପାର୍ଟନରଙ୍କ ସାଥ୍‌ ପାଇନାହାନ୍ତି ଓଲିଉଡ୍ ନାୟକ

ଓଲିଉଡ଼୍‍ରେ ଏ ବର୍ଷ କେତେକ ବିରଳ ଘଟଣା ପରିଲକ୍ଷିତ ହୋଇଛି।ଏହା ଭିତରୁ ଗୋଟିଏ କଥା ହେଲା ଯେ,୨୦୧୭ ବର୍ଷରେ ଅଧିକାଂଶ ଟପ୍‌ ହିରୋଙ୍କୁ ତାଙ୍କର ହିଟ୍‌ ପାର୍ଟନରଙ୍କ ସାଥ୍‌ ମିଳିନାହିଁ କୌଣସି ସିନେମାରେ। ଅନୁଭବ ମହାନ୍ତିଙ୍କ ହିଟ୍‌ ପାର୍ଟନର ହେଲେ ବର୍ଷା ପ୍ରିୟଦର୍ଶିନୀ।ଏହି ଯୋଡ଼ିଙ୍କୁ ପୂର୍ବରୁ ଅଧିକାଂଶ ବର୍ଷ ପରଦାରେ ଦେଖିବାକୁ ପାଇଛନ୍ତି ଦର୍ଶକ,ହେଲେ ୨୦୧୭ରେ ଅନୁଭବ ବର୍ଷାଙ୍କ ସାଥ୍‌ ପାଇନାହାନ୍ତି।

ଠିକ୍‌ ସେହିପରି ଓଲିଉଡ଼୍‍ର ଅନ୍ୟ ଏକ ଚର୍ଚ୍ଚିତ ଯୋଡ଼ି ହେଲେ ସବ୍ୟସାଚୀ-ଅର୍ଚ୍ଚିତା।ସବ୍ୟସାଚୀ ଅନ୍ୟ ଯେଉଁ ନାୟିକାଙ୍କ ନାୟକ ହେଲେ ମଧ୍ୟ ଅର୍ଚ୍ଚିତାଙ୍କୁ କୁହାଯାଏ ତାଙ୍କର ହିଟ୍‌ ପାର୍ଟନର୍‌। ୨୦୧୭ରେ ସବ୍ୟସାଚୀ ଜଣେ ନବାଗତାଙ୍କ ସାଥ୍‌ ପାଇଥିଲେ ପରଦାରେ ହେଲେ ଅର୍ଚ୍ଚିତାଙ୍କ ସହ ଅନ୍‌ସ୍କ୍ରିନ୍‌ ରୋମାନ୍‌ସ କରିବାର ସୁଯୋଗ ମିଳିନାହିଁ ତାଙ୍କୁ।

ବାବୁସାନ୍‌ଙ୍କର ହିଟ୍‌ ପାର୍ଟନର ହେଲେ ଝିଲିକ୍‌,କାରଣ ତାଙ୍କ ସହ ବାବୁସାନ୍‌ଙ୍କର ଯୋଡ଼ି ଜମିଥାଏ।‘ଆଖିରେ ଆଖିରେ’,‘ଲେଖୁ ଲେଖୁ ଲେଖିଦେଲି’,‘ସୁପର ମିଛୁଆ’ ଓ ‘ଜବରଦସ୍ତ ପ୍ରେମିକ’ ସିନେମାର ଏହି ଯୋଡ଼ିଙ୍କର ଗୋଟିଏ ବି ସିନେମା ଏ ବର୍ଷ ରିଲିଜ୍‌ ହୋଇନାହିଁ।
ଅମ୍ଳାନଙ୍କ୍‌ କ୍ଷେତ୍ରରେ ବି ସମାନ କଥା ଘଟିଛି। ଅମ୍ଳାନଙ୍କ ବିପକ୍ଷରେ ଦର୍ଶକ ରୀୟା ଦେଙ୍କୁ ସବୁଠୁଁ ବେଶୀ ପସନ୍ଦ କରନ୍ତି। ଅମ୍ଳାନ ଆଗରୁ ‘ଗୋଲାପି ଗୋଲାପି’,‘ପାଗଳ କରିଛୁ ତୁ’, ‘କଲେଜ୍‌ ଟାଇମ୍‌’ ଓ ‘ତୁ ମୋ ଦେହର ଛାଇ’ଆଦି ସିନେମାରେ ରୀୟାଙ୍କ ସାଥ୍‌ ପାଇଛନ୍ତି,ହେଲେ ଏବର୍ଷ ତାଙ୍କ ସହ କୌଣସି ସିନେମାରେ ନଜର ଆସିନାହାନ୍ତିି।

ସମ୍ବନ୍ଧିତ ଖବର