ଟାଇଗର୍‌ ଶ୍ରଫଙ୍କୁ ତାଙ୍କର କେଉଁ ଗୁଣ ଷ୍ଟାର ବନେଇଛି ଜାଣନ୍ତି?

ମୁମ୍ବାଇ: ମାତ୍ର ବର୍ଷ କେଇଟାରେ ଜଣେ ନବାଗତରୁ ଷ୍ଟାର୍‌ ବନିଗଲେ ଟାଇଗର୍‌ ଶ୍ରଫ। ଆକ୍ସନ ଷ୍ଟାର୍‌ ଭାବେ ପରିଚିତ ଟାଇଗର୍‌ ଯୁବପିଢ଼ିଙ୍କ ମନରେ ରାଜ୍‌ କରୁଥିବା ନାମଟିଏ। ‘ହିରୋପନ୍ଥି’ରୁ ନେଇ ‘ବାଗି୨’ ପର୍ଯ୍ୟନ୍ତ ଚମତ୍କାର ଚଳଚ୍ଚିତ୍ର ସବୁ ବଲିଉଡ୍‌ ଦେବା ପରେ ଟାଇଗର୍‌ ପାଲଟିଗଲେ ଚିହ୍ନା ମୁହଁଟିଏ।

ଆପଣ ଜାଣିଥିବେ ନିଶ୍ଚୟ ଯେ ଟାଇଗର୍‌ଙ୍କର ସୋସିଆଲ୍‌ ମିଡିଆରେ ଏବ ବୃହତ୍‌ ଫ୍ୟାନ ପୋଲ୍‌ ରହିଛି। ଟାଇଗରଙ୍କୁ ଖୁସି କରାଇବା ପାଇଁ ତାଙ୍କର ଅନେକ ପ୍ରଶଂସକ ଭିନ୍ନ ଭିନ୍ନ ତରିକାର ଷ୍ଟଣ୍ଟ୍‌ ସବୁ କରି ଫଟୋ ଉଠାଇ ଟାଇଗର୍‌ଙ୍କୁ ଟ୍ୟାଗ୍‌ କରିଥାନ୍ତି।

ସେହି ଫ୍ୟାନ୍‌ମାନେ ଟାଇଗର୍‌ଙ୍କ ସଂପର୍କରେ ଏକ ମତ ରଖିଛନ୍ତି। ବିପୁଳ ସଂଖ୍ୟକ ଫ୍ୟାନ୍‌ସଙ୍କ କହିବା କଥା ହେଲା ଟାଇଗର୍‌ ଯଦି ଆଜି ଷ୍ଟାର୍‌ ଭାବେ ପରିଚିତ ତାହା କେବଳ ତାଙ୍କର ସନ୍ତୁଳନ ରକ୍ଷା ପାଇଁ। ସେ ସବୁ ଚରିତ୍ରରେ ସୁନ୍ଦର ଭାବେ ସନ୍ତୁଳନ ରକ୍ଷା କରିପାରନ୍ତି। ଆକ୍ସନରୁ ନେଇ ସିରିୟସ ଅଭିନୟ ସବୁଥିରେ ଟାଇଗର୍‌ ସନ୍ତୁଳନ ରକ୍ଷା କରିବାରେ ମାହିର୍‌ ବୋଲି ପ୍ରଶଂସକ ବିପୁଳ ସଂଖ୍ୟାରେ ମତ ରଖିଛନ୍ତି।

ଏହା ତ ଥିବା ପ୍ରଶଂସକଙ୍କ ମତ। ତାହାକୁ ଛାଡ଼ିବା ପରେ ନୃତ୍ୟ ଓ ଲଢ଼େଇ ଦୃଶ୍ୟରେ ଦର୍ଶକଙ୍କୁ ବାନ୍ଧି ରଖିବା ପରି ଷ୍ଟାର୍‌ ହେଉଛନ୍ତି ଟାଇଗର୍‌। ସେ ଯେ ବିନା କାରଣରେ ସାଧାରଣ ନବାଗତରୁ ଷ୍ଟାର୍‌ ବନି ପାରିଛନ୍ତି ତାହା ହୁଏତ ଆପଣ ଭାବିବେ ନାହିଁ।

ସମ୍ବନ୍ଧିତ ଖବର