ଲକ୍ଷ୍ନୌ ଯାଇଥିବା ବେଳେ ଟ୍ରାଫିକ୍‌ରେ ଫସିଲା ଜ୍ୟାକି ଶ୍ରଫ୍‌ଙ୍କ କାର୍‌, ଗାଡ଼ିରୁ ବାହାରି ଭାଙ୍ଗିଲେ ଜାମ୍‌, ଭିଡ଼ିଓ ଭାଇରାଲ

ଲକ୍ଷ୍ନୌ : ବଲିଉଡ୍‌ ଅଭିନେତା ଜ୍ୟାକି ଶ୍ରଫ୍‌ ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଏହା କୌଣସି ଫିଲ୍ମ ପାଇଁ ନୁହେଁ, ବରଂ ଭାଇରାଲ ହୋଇଥିବା ଏକ ଭିଡ଼ିଓ ପାଇଁ । ଅଭିନେତା ଜ୍ୟାକି ଶ୍ରଫ୍‌ କୌଣସି କାମରେ ଲକ୍ଷ୍ନୌ ଯାଇଥିବା ବେଳେ ତାଙ୍କ ଗାଡ଼ିଟି ଟ୍ରାଫିକ୍‌ରେ ଫସି ଯାଇଥିଲା । ନିଜ ଗାଡ଼ି ଭିତରେ ବସି ଦେଖିବା ପରିବର୍ତ୍ତେ ସେ ଗାଡ଼ିରୁ ବାହାରି ଟ୍ରାଫିକ୍‌ ନିୟନ୍ତ୍ରଣ କରିବା ସହ ନିଜ ଗାଡ଼ିକୁ ଆଗକୁ ନେଇଥିଲେ । ଏହି ଦୃଶ୍ୟ ଲକ୍ଷ୍ନୌବାସୀଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ପ୍ରଥମେ ସେମାନେ ନିଜ ଆଖିକୁ ବିଶ୍ୱାସ କରି ପାରି ନ ଥିଲେ ।

କିନ୍ତୁ ପରେ ସେମାନେ ସତ ଜାଣି ଜ୍ୟାକିଙ୍କୁ ପ୍ରଶଂସା କରିଥିଲେ । ସେ ସମୟର ଏକ ଭିଡ଼ିଓ ଜ୍ୟାକି ନିଜ ଟ୍ଵିଟର ଆକାଉଣ୍ଟରେ ପୋଷ୍ଟ କରିଥିବା ବେଳେ ତାହା ଏବେ ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିଓକୁ ପୋଷ୍ଟ କରି ଜ୍ୟାକି ଲକ୍ଷ୍ନୌ ଟ୍ରାଫିକ୍‌ କଣ୍ଟ୍ରୋଲ ବୋଲି ଲେଖିଥିଲେ । ସୂଚନା ମୁତାବକ, ନିଜର ଆଗାମୀ ଫିଲ୍ମ ‘ପ୍ରସ୍ଥାନମ୍‌’ର ସୁଟିଂ ପାଇଁ ଜ୍ୟାକି ଶ୍ରଫ୍‌ ଲକ୍ଷ୍ନୌ ଯାଇଥିଲେ ବୋଲି ଜଣାପଡ଼ିଛି । କିନ୍ତୁ ସୁଟିଂ ସେଟ୍‌କୁ ଯିବାର ରାସ୍ତାଟି ସବୁ ବେଳେ ଜାମ୍‌ ରହୁଥିବାରୁ ଜ୍ୟାକିଙ୍କ ଗାଡ଼ିଟି ଭିଡ଼ରେ ଫସି ରହିଥିଲା ।

ସମ୍ବନ୍ଧିତ ଖବର