ପ୍ରଥମ ଦୁଇମାସରେ ମାତ୍ର ତିନିଟି ଓଡ଼ିଆ ଛବି!

୨୦୧୮ ର ପ୍ରଥମ ଦୁଇ ମାସ ଇତି ମଧ୍ୟରେ ବିତିଯାଇଛି। ହେଲେ ବିଗତ କିଛି ବର୍ଷ ତୁଳନାରେ ଏ ବର୍ଷ କମ୍‌ ସଂଖ୍ୟକ ଓଡ଼ିଆ ସିନେମା ରିଲିଜ୍‌ ହୋଇଛି ପ୍ରଥମ ଦୁଇମାସ ଭିତରେ। ୨୦୧୮ରେ ଏ ଯାବତ୍‌ ମାତ୍ର ତିନିଟି ଓଡ଼ିଆ ସିନେମା ରିଲିଜ୍‌ ହୋଇଛି। ସଂଖ୍ୟା ଦୃଷ୍ଟିରୁ ଏହା ଏକଦମ୍‌ ନୈରାଶ୍ୟଜନକ ବୋଲି କୁହାଯାଇପାରେ। କାରଣ ଗତବର୍ଷ ପ୍ରଥମ ଦୁଇ ମାସ ଭିତରେ ଛଅଟି ଓଡ଼ିଆ ଛବି ମୁକ୍ତିଲାଭ କରିଥିଲା।

ତେବେ ସେ ଯାହା ହେଉ ନା କାହିଁକି ୨୦୧୮ର ପ୍ରଥମ ଓଡ଼ିଆ ସିନେମା ଭାବେ ପରଦାକୁ ଆସିଥିଲା ‘ଓନ୍‌ଲି ପ୍ୟାର୍‌’। ଜାନୁଆରି ୧୨ ତାରିଖରେ ଏହା ରିଲିଜ୍‌ ହୋଇଥିଲା। ସୁନୀଲ୍‌ କୁମାର ଦାଶଙ୍କ ପ୍ରଯୋଜିତ ଏହି ଓଡ଼ିଆ ସିନେମାରେ ବାବୁସାନ୍‌ ଓ ସୁପ୍ରିୟା ଲିଡ଼୍‍ ରୋଲ୍‌ରେ ନଜର ଆସିଥିଲେ। ମୁନ୍‌ ସାଇନ୍‌ ଏଣ୍ଟରଟେନ୍‌ମେଣ୍ଟ୍‌ ବ୍ୟାନରରେ ନିର୍ମିତ ଏହି ଓଡ଼ିଆ ସିନେମାର ନିର୍ଦ୍ଦେଶନା ଦେଇଥିଲେ ତାପସ ସରଘରିଆ।ଏହାର ସଙ୍ଗୀତ ନିର୍ଦ୍ଦେଶକ ଥିଲେ ଅଭିଜିତ୍‌ ମଜୁମଦାର୍‌ ।

ଏ ବର୍ଷର ଦ୍ୱିତୀୟ ଓଡ଼ିଆ ଛବି ଭାବେ ଗତ ଜାନୁଆରି ୨୧ ତାରିଖରେ ମୁକ୍ତିଲାଭ କରିଥିଲା‘ହାପି ଲକି’।ତରଙ୍ଗ ସିନେ ପ୍ରଡ଼କସନ୍‌ସ ବ୍ୟାନରରେ ନିର୍ମିତ ଏହି ସିନେମାର ନିର୍ଦ୍ଦେଶକ ହେଲେ ସୁଧାଂଶୁ ମୋହନ ସାହୁ।ଏଥିରେ ସମ୍ବିତ୍‌ ,ଜ୍ୟୋତି ,ଏଲିନା ,ସସ୍ମିତା ଓ ବବି ମିଶ୍ର ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।ପ୍ରେମଆନନ୍ଦ ଏହାର ସଙ୍ଗୀତକାର।ଫେବୃଆରି ମାସରେ କେବଳ ଗୋଟିଏ ଓଡ଼ିଆ ଛବି ରିଲିଜ୍‌ ହୋଇଛି।ଏହା ହେଲା ‘ଗୁଡ୍ଡୁ ଆଣ୍ଡ୍‌ ଗୁଡ୍ଡି’। ସୂର୍ଯ୍ୟ ଏଣ୍ଟରଟେନ୍‌ମେଣ୍ଟ୍‌ ବ୍ୟାନରରେ ନିର୍ମିତ ଏହି ସିନେମାର ନିର୍ଦ୍ଦେଶନା ଦେଇଥିଲେ ଶୁଭାଶିଷ ପତି।ନବାଗତ ସୂର୍ଯ୍ୟକାନ୍ତ ସାମଲ,ହିମିକା,ମିହିର ଦାସ,ସଲିଲ୍‌ ମିତ୍ର ଓ ମାମୁନି ମିଶ୍ର ଏହାର ମୁଖ୍ୟ କଳାକାର।ନବାଗତା ସଂଜୟ ଓ ସିତୁ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ।

ସମ୍ବନ୍ଧିତ ଖବର