ଆଗାମୀ ୩ରେ ଉଭୟ ଥ୍ରିଲର୍‌-ହରର୍‌

ଏଇ ନଭେମ୍ବର ୩ ତାରିଖରେ ଏକାବେଳକେ ଦୁଇଟି ହିନ୍ଦି ଥ୍ରିଲର୍‌-ହରର୍‌ ଫିଲ୍ମ ରିଲିଜ୍‌ ହେବାକୁ ଯାଉଛି: ‘ଇତେଫାକ୍‌’ ଓ ‘ଦି ହାଉସ୍‌ ନେକ୍ସଟ୍‌ ଡୋର୍‌’।

କରନ୍‌ ଯୋହର, ଗୌରୀ ଖାଁ ଓ ରେନୁ ରବି ଚୋପ୍ରା ପ୍ରମୁଖଙ୍କ ମିଳିତ ପ୍ରଯୋଜନାରେ ପ୍ରସ୍ତୁତ ‘ଇତେଫାକ୍‌: ଇଟ୍‌ ହେପେନ୍‌ଡ୍‌ ଓ୍ଵାନ୍‌ ନାଇଟ୍‌’କୁ ୟଶ୍‌ ଚୋପ୍ରାଙ୍କ ପୁରୁଣା ଫିଲ୍ମ ‘ଇତେଫାକ୍‌’ ଉପରେ ଆଧାରିତ ବୋଲି କୁହାଯାଉଛି। ଏ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅଭୟ ଚୋପ୍ରା। ଫିଲ୍ମରେ ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି ସିଦ୍ଧାର୍ଥ ମାଲହୋତ୍ରା, ଅକ୍ଷୟ ଖାନ୍ନା, ସୋନାକ୍ଷୀ ସିହ୍ନା, ମନୋଜ ଯୋଶୀ ଓ ପାରୁଲ୍‌ ଗୁଲାଟି ପ୍ରମୁଖ। ଏ ଫିଲ୍ମରେ ଗୋଟିଏ ହତ୍ୟାକାଣ୍ଡର ଦୁଇ ପ୍ରକାର ସତ୍ୟ କିନ୍ତୁ ଅଲଗା ଅଲଗା ଅବତାରଣାକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଓ ତା’ର ପରିଣତିର ଚିତ୍ର ରହିଛି।

ଅନ୍ୟପକ୍ଷରେ ମିଲିନ୍ଦ ରାଓଙ୍କ ନିର୍ଦ୍ଦେଶିତ ‘ଦି ହାଉସ୍‌ ନେକ୍ସଟ୍‌ ଡୋର୍‌’ରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ସିଦ୍ଧାର୍ଥ ନାରାୟଣ, ଆନ୍ଦ୍ରିଆ ଜେରେମିଆ ଓ ଅତୁଲ୍‌ କୁଲ୍‌କର୍ଣ୍ଣି। ଫିଲ୍ମଟି ପରେ ପରେ ତାମିଲ୍‌ ଓ ତେଲୁଗୁ ଭାଷାରେ ମଧ୍ୟ ରିଲିଜ୍‌ ହେବ।

ସମ୍ବନ୍ଧିତ ଖବର