ଟାଇଗର ଏବଂ ଦିଶାଙ୍କ ସହ ଦୁର୍ବ୍ୟବହାର କଲେ ପ୍ରଶଂସକ,ଦେଖନ୍ତୁ ଭିଡିଓ

ମୁମ୍ବାଇ : ଫିଲ୍ମ ‘ହିରୋପନ୍ତି’ରୁ ବଲିଉଡ୍‌ରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ଅଭିନେତା ଟାଇଗର ଶ୍ରଫ୍‌ । ଫିଲ୍ମ ପାଇଁ ସେ ଯେତିକି ଚର୍ଚ୍ଚାରେ ରହିଥାନ୍ତି ତା’ଠାରୁ ଅଧିକ ଚର୍ଚ୍ଚାରେ ରହିଥାନ୍ତି ନିଜ ବ୍ୟକ୍ତିଗତ ଜୀବନକୁ ନେଇ। ଦିଶା ପଟାନୀଙ୍କ ସହ ତାଙ୍କ ପ୍ରେମ ସଂପର୍କ ସବୁବେଳେ ଚର୍ଚ୍ଚାରେ ରହି ଆସିଥିବା ବେଳେ ଦୁଇ ଜଣଙ୍କୁ ଏକା ସାଙ୍ଗରେ ଦେଖିବାକୁ ମିଳିଥାଏ । କିଛି ଦିନ ତଳେ ଟାଇଗର ଦିଶାଙ୍କ ସହ ଲଞ୍ଚ ଡ଼େଟ୍‌ରେ ଯାଇଥିଲେ । ଯେଉଁଠି ତାଙ୍କ ସହ ସେଲ୍‌ଫି ନେବା ପାଇଁ ଲୋକମାନେ ଘେରି ଯାଇଥିଲେ । ରେସ୍ତୋରାଁ ଭିତରୁ କାର  ପର୍ଯ୍ୟନ୍ତ ଆସିବା ପାଇଁ ତାଙ୍କୁ ଅନେକ ସମୟ ଲାଗିଥିଲା ।

ଯେତେବେଳେ ଟାଇଗର ନିଜ କାର୍‌ ପାଖରେ ପହଞ୍ଚିଥିଲେ ସେତେବେଳେ ତାଙ୍କର ଜଣେ ମହିଳା ପ୍ରଶଂସକ ତାଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ । ଟାଇଗର କାର୍‌ ଭିତରେ ବସିଯିବା ପରେ ମହିଳା ପ୍ରଶଂସକ ଜଣଙ୍କ ତାଙ୍କ କାର୍‌ କବାଟକୁ ଜୋରରେ ଟାଣିବାକୁ ଲାଗିଥିଲେ । ସିକ୍ୟୁରିଟି ଗାର୍ଡ଼ ତାଙ୍କୁ ଅନେକ ଚେଷ୍ଟା ପରେ କାର୍‌ଠାରୁ ଦୂରକୁ ଆଣିଥିବାର ଦେଖା ଯାଇଥିଲା । ତେବେ ଏହା ପ୍ରଥମ ନୁହେଁ । ଏଭଳି ଅନେକ ଘଟଣା ଟାଇଗରଙ୍କ ସହ ପୂର୍ବରୁ ଘଟି ସାରିଛି ।

ସମ୍ବନ୍ଧିତ ଖବର