ଏହି କାରଣ ପାଇଁ ପରସ୍ପର ଠାରୁ ଅଲଗା ହେଲେ ଟାଇଗର-ଦିଶା!

ମୁମ୍ବାଇ : ବଲିଉଡ୍‌ରେ ପୂର୍ବରୁ ସଂପର୍କ ଭାଙ୍ଗିବାର ଅନେକ ଦୃଶ୍ୟ ଆମେ ମାନେ ଦେଖିଛେ । ବିବାହ ପରେ ହେଉ ବା ପୂର୍ବରୁ ସଂପର୍କ ବିଚ୍ଛେଦ ହେବା ବଲିଉଡ୍‌ରେ କିଛି ନୂଆ କଥା ନୁହେଁ । କିନ୍ତୁ ଏଭଳି ଏକ ଯୋଡ଼ି ଭାଙ୍ଗିବା ନିହାତି ଭାବେ ଦର୍ଶକଙ୍କୁ କଷ୍ଟ ଦେବ । ପୂର୍ବରୁ ଅନେକ ଥର ଅଭିନେତା ଟାଇଗର ଶ୍ରଫ ଏବଂ ଅଭିନେତ୍ରୀ ଦିଶା ପଠାନୀଙ୍କର ବ୍ରେକ୍‌ଅପ୍‌ ହୋଇଥିବା ନେଇ ଖବର ଆସି ସାରିଥିବା ବେଳେ ପରେ ଏହାକୁ ଗୁଜବ ବୋଲି କହି ଏଡ଼ାଇ ଦେଇଥିଲେ ଏହି ଦୁଇ କଳାକାର । କିନ୍ତୁ ଏବେ ଦୁହିଁଙ୍କୁ ନେଇ ପୁଣି ସେଭଳି ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଦୁହେଁ ଏବେ ଅଧିକାରୀକ ଭାବେ ଅଲଗା ହୋଇ ଯାଇଥିବା ନେଇ ଏକ ଏଣ୍ଟରଟେନମେଣ୍ଟ େଓ୍ଵବ୍‌ସାଇଟ୍‌ ଦାବି କରିଛି ।

News18.com

ସୂଚନା ମୁତାବକ, ଅନ୍ୟ କୌଣସି ଯୁବକ ବା ଯୁବତୀ ପାଇଁ ନୁହେଁ ବରଂ ଦୁହିଁଙ୍କ ମଧ୍ୟରେ ମତଭେଦ ହେବାରୁ ସେମାନେ ଅଲଗା ହୋଇଥିବା ସୂଚନା ମିଳିଛି । କିଛି ଦିନ ହେଲାଣି ଦୁହିଁଙ୍କ ମତ ମିଶୁ ନଥିବା ବେଳେ ଦୁହେଁ ଏ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ କୌଣସି ସମାଧାନ ନ ହେବା ପରେ ଦୁହେଁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିବା ନେଇ ଚର୍ଚ୍ଚା ହେଉଛି । ତେବେ ଏ ଖବରରେ କେତେ ସତ୍ୟତା ରହିଛି, ତାହା ଭବିଷ୍ୟତରେ ଜଣା ପଡ଼ିବ ।

ସମ୍ବନ୍ଧିତ ଖବର