ମା’ଙ୍କର ଏହି ଭୁଲ ପାଇଁ ତଳେ ଶୋଇବାକୁ ବାଧ୍ୟ ହୋଇଥିଲେ ଟାଇଗର ଶ୍ରଫ୍ !

ମୁମ୍ବାଇ : ଜଣେ ଷ୍ଟାର କିଡ୍‌ ହୋଇ ମଧ୍ୟ ନିଜ ବଳରେ ବଲିଉଡ୍‌ରେ କ୍ୟାରିୟର କରିବାରେ ଲାଗି ପଡ଼ିଛନ୍ତି ଅଭିନେତା ଟାଇଗର ଶ୍ରଫ୍‌ । ଆଗକୁ ତାଙ୍କ ଅଭିନୀତ ଫିଲ୍ମ ଓ୍ଵାର୍‌ ରିଲିଜ୍‌ ହେବାକୁ ଥିବା ବେଳେ ଏଥିରେ ସେ ପ୍ରଥମ ଥର ପାଇଁ ରିତିକ୍‌ ରୋଶନଙ୍କ ସହ ନଜର ଆସିବେ । ତେବେ ଫିଲ୍ମ ପାଇଁ ଟାଇଗର ଚର୍ଚ୍ଚାରେ ଥିବା ବେଳେ ଛୋଟ ବେଳେ ତାଙ୍କ ସହ ଘଟିଥିବା ଏକ ଘଟଣା ବିଷୟରେ କହି ଚର୍ଚ୍ଚାରେ ରହିଛନ୍ତି ଟାଇଗର । ତାଙ୍କ ମା’ଙ୍କ କେଉଁ ଭୁଲ ପାଇଁ ତାଙ୍କୁ ଛୋଟ ବେଳେ ତଳେ ଶୋଇବାକୁ ପଡ଼ିଥିଲା, ସେ ବିଷୟରେ ଜଣାଇଛନ୍ତି ଟାଇଗର ।

tiger shroff
amarujala.com

ତାଙ୍କ କହିବା ଅନୁଯାୟୀ, ପ୍ରଥମ ଥର ପାଇଁ ମୋ ମା’ ଆୟଶା ଶ୍ରଫ୍‌ ଫିଲ୍ମ ବୁମ୍‌ର ପ୍ରଯୋଜନା ଦାୟିତ୍ୱ ତୁଲାଇଥିଲେ । ଯାହା ତାଙ୍କ ଜୀବନର ସବୁଠାରୁ ବଡ଼ ଭୁଲ ଥିଲା । କିନ୍ତୁ ଫିଲ୍ମଟି ରିଲିଜ୍‌ ପୂର୍ବରୁ ଲିକ୍‌ ହୋଇଯିବା ସହ ରିଲିଜ୍‌ ପରେ ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ୍‌ ହୋଇଥିଲା । ୨୦୦୩ରେ ଫିଲ୍ମଟି ରିଲିଜ୍‌ ହୋଇଥିବା ବେଳେ ଫିଲ୍ମରେ ଅମିତାଭ ବଚ୍ଚନ, ଜାକି ଶ୍ରଫ୍‌ ଓ ଗୁଲଶନ ଗ୍ରୋଭର କାମ କରିଥିଲେ । ଫିଲ୍ମଟି ଫ୍ଲପ୍‌ ହେବା ପରେ ଘରର ସବୁ ଜିନିଷ ଗୋଟେ ପରେ ଗୋଟେ ବିକ୍ରି ହେବାରେ ଲାଗିଥିଲା । ଘରର ସବୁ ଆସବାବପତ୍ର ବିକ୍ରି ହୋଇଯିବା ସହ ଆମେ ସମସ୍ତେ ତଳେ ଶୋଇବାକୁ ବାଧ୍ୟ ହୋଇଥିଲୁ । କିନ୍ତୁ ପରେ ଧିରେ ଧିରେ ସ୍ଥିତି ବଦଳିଥିଲା ।

ସମ୍ବନ୍ଧିତ ଖବର