ଏବେ ପରଦାରେ କୌଣସି ଅଭିନେତ୍ରୀଙ୍କ ସହ ଏହି କାମ କରିବେ ନାହିଁ ଟାଇଗର, ପ୍ରେମିକା ଦିଶା ହେଉଛନ୍ତି କାରଣ

ମୁମ୍ବାଇ: ସବୁବେଳେ ନିଜର ଶରୀର ଏବଂ ଷ୍ଟଣ୍ଟ ପାଇଁ ଚର୍ଚ୍ଚାରେ ରହିଥାନ୍ତି ବଲିଉଡ୍‌ ଅଭିନେତା ଟାଇଗର ଶ୍ରଫ୍‌ । କିନ୍ତୁ ଏବେ ସେ ଏକ ଭିନ୍ନ କାରଣ ପାଇଁ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ସେ ଏବେ ପରଦା ଉପରେ ଚୁମ୍ବନ ଦେବାକୁ ନେଇ ନିଜ କଣ୍ଟ୍ରାକ୍ଟରେ ଏକ ନୂଆ ଜିନିଷ ସାମିଲ କରିଛନ୍ତି । କଣ୍ଟ୍ରାକ୍ଟରେ ସାମିଲ କରାଯାଇଥିବା ନୂଆ କଥାଟି ହେଉଛି ଟାଇଗର ଏବେ ପରଦା ଉପରେ କୌଣସି ବି ଅଭିନେତ୍ରୀଙ୍କୁ ଚୁମ୍ବନ ଦେବେ ନାହିଁ କି କୌଣସି ଇଣ୍ଟିମେଣ୍ଟ ସିନ୍‌ କରିବେ ନାହିଁ । ଟାଇଗରଙ୍କ ଏଭଳି ନିଷ୍ପତ୍ତି ପଛରେ ତାଙ୍କ ପ୍ରେମିକା ଦିଶାଙ୍କ ହାତ ଥିବା ନେଇ ବଲିଉଡ୍‌ରେ ଚର୍ଚ୍ଚା ଜୋର ଧରିଛି । ଆଜିକାଲି ସବୁ ଫିଲ୍ମରେ ଏଭଳି ଦୃଶ୍ୟ ରହୁଥିବା ବେଳେ ଟାଇଗରଙ୍କ ଏଭଳି ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

MissMalini

ସୂଚନା ମୁତାବକ,୨୦୧୪ରେ ଟାଇଗର ବଲିଉଡ୍‌ ଫିଲ୍ମ ‘ହିରୋପନ୍ତି’ରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ବେଳେ ତାଙ୍କର ସାଧାସିଧା ଲୁକ୍‌ ଏବଂ ମହିଳାମାନଙ୍କ ପ୍ରତି ଥିବା ତାଙ୍କ ସମ୍ମାନ ପାଇଁ ସେ ସମସ୍ତଙ୍କ ମନରେ ନିଜର ସ୍ୱତନ୍ତ୍ର ସ୍ଥାନ ତିଆରି କରି ପାରିଥିଲେ ।

ସମ୍ବନ୍ଧିତ ଖବର