ରିଲିଜ୍‌ ବିବାଦ: ‘ପଦ୍ମାବତୀ’ ପରେ ଅଡୁଆରେ ‘ଟାଇଗର୍‌ ଜିନ୍ଦା ହୈ’

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଅଭିନୀତ ଚଳଚ୍ଚିତ୍ର ‘ପଦ୍ମାବତୀ’ର ରିଲିଜ୍‌ ନେଇ ଦେଶରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଏବେ ବିବାଦର ପରିସରକୁ ଆସିଛି ସଲ୍‌ମନଙ୍କ ଅଭିନୀତ ଚଳଚ୍ଚିତ୍ର ‘ଟାଇଗର୍‌ ଜିନ୍ଦା ହୈ’। ‘ଟାଇଗର୍‌ ଜିନ୍ଦା ହୈ’ର ରିଲିଜ୍‌ ନେଇ ମଧ୍ୟ ପ୍ରତିବାଦ ହୋଇଛି। ଆପଣ ଜାଣିଥିବେ ନିଶ୍ଚୟ ଯେ ଆସନ୍ତା ୨୨ ତାରିଖରେ ରିଲିଜ୍‌ ହୋଇଥାନ୍ତା ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଟାଇଗର୍‌ ଜିନ୍ଦା ହୈ’। ଠିକ୍‌ ଏହି ସମୟରେ ବାଟ ଓଗାଳିଛି ମହାରାଷ୍ଟ୍ର ନବ ନିର୍ମାଣ ଚିତ୍ରପଟ ସେନା(ଏମ୍‌ଏନ୍‌ସିଏସ୍‌)।

ଏମ୍‌ଏନ୍‌ସିଏସ୍‌ ପକ୍ଷରୁ କୁହାଯାଇଛି ଯେ,‘ ଚଳଚ୍ଚିତ୍ର ‘ଟାଇଗର୍‌ ଜିନ୍ଦା ହୈ’ର ରିଲିଜ୍‌ ନେଇ ଆମର କୌଣସି ଅସୁବିଧା ନାହିଁ। ମାତ୍ର ସିନେମା ମାଲିକ ଏହି ଗୋଟାଏ ଚଳଚ୍ଚିତ୍ର ପାଇଁ ସମସ୍ତ ସୋ’ ବୁକିଂ କରିପାରିବେ ନାହିଁ। କାହିଁକି ନା, ସଲମନଙ୍କ ‘ଟାଇଗର୍‌ ଜିନ୍ଦା ହୈ’ ସହିତ ‘ଦେବ’ ଏବଂ ‘ଗଚ୍ଛି’ ନାମରେ ଦୁଇ ମରାଠୀ ଚଳଚ୍ଚିତ୍ର ମଧ୍ୟ ମୁକ୍ତିଲାଭ କରିବାର ଅଛି। ଯଦି ସବୁ ସ୍ଲଟ୍‌ ‘ଟାଇଗର୍‌ ଜିନ୍ଦା ହୈ’ ପାଇଁ ଆରକ୍ଷିତ ହୁଏ ତେବେ ଉକ୍ତ ଦୁଇଟି ଚଳଚ୍ଚିତ୍ରକୁ ଘାଟା ସହିବାକୁ ପଡ଼ିବ।

ଉଲ୍ଲେଖଯୋଗ୍ୟ, ‘ଟାଇଗର୍‌ ଜିନ୍ଦା ହୈ’ ଚଳଚ୍ଚିତ୍ରଟି ସଲମନଙ୍କ ‘ଏକ ଥା ଟାଇଗର୍‌’ ଚଳଚ୍ଚିତ୍ରର ସିକ୍ୟୁଏଲ୍‌। ଏଥିରେ ସଲୁ ମିଆଁଙ୍କ ବିପକ୍ଷରେ ଦେଖିବାକୁ ମିଳିବେ ତାଙ୍କ ପୂରୁଣା ପ୍ରେମିକା କ୍ୟାଟ୍ରିନା କୈଫ୍‌।

ସମ୍ବନ୍ଧିତ ଖବର