ସଲମାନଙ୍କ ‘ଟାଇଗର୍ ଜିନ୍ଦା ହେ’କୁ ମିଳିଲା ଏହି ସେନସର୍ ସାର୍ଟିଫିକେଟ୍
ମୁମ୍ବାଇ: ଏ ବର୍ଷର ବହୁ ପ୍ରତୀକ୍ଷିତ ସିନେମା ‘ଟାଇଗର୍ ଜିନ୍ଦା ହେ’କୁ ସେନସର୍ ପ୍ରମାଣ ପତ୍ର ମିଳିଯାଇଛି। ଏବେ ଆପଣମାନେ ଜାଣିବାକୁ ଚାହିଁବେ ଯେ ଏହାକୁ କେଉଁ ସାର୍ଟିଫିକେଟ୍ ମିଳିଛି। ହଁ ,ସି ବିଏଫ୍ ସି ପକ୍ଷରୁ ‘ଟାଇଗର୍ ଜିନ୍ଦା ହେ’କୁ ୟୁ/ଏ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି ବୋଲି କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡର ଅଧ୍ୟକ୍ଷ ପ୍ରସୁନ ଯୋଶୀ ସୂଚନା ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସଲମାନ୍ ଖାନ୍ ଏବଂ କାଟ୍ରିନା କୈଫ୍ ଷ୍ଟାରର ଏହି ମୁଭିର ନିର୍ଦ୍ଦେଶନା ଦେଇଛନ୍ତି ଅଲ୍ଲୀ ଅବବାସ୍ ଜାଫର୍। ୟଶରାଜ୍ ଫିଲ୍ମସ୍ ବ୍ୟାନରରେ ନିର୍ମିତ ‘ଟାଇଗର୍ ଜିନ୍ଦା ହେ’ର ପ୍ରଯୋଜନା କରିଛନ୍ତି ଆଦିତ୍ୟ ଚୋପ୍ରା। ଏହା ହେଉଛି ୨୦୧୨ରେ ରିଲିଜ୍ ହୋଇଥିବା ‘ଏକ୍ ଥା ଟାଇଗର୍’ର ସିକ୍ୱେଲ୍। ଏହି ସିନେମାରେ ପ୍ରାୟ ୫ ବର୍ଷପରେ ସଲମାନ୍ ଖାନ୍ ଏବଂ କାଟ୍ରିନା କୈଫ୍ଙ୍କୁ ଏକାଠି ଦେଖିବାକୁ ପାଇବେ ଦର୍ଶକ। ଏହି ଆକସନ୍ ପ୍ୟାକ୍ଡ ଫିଲ୍ମ ଉପରେ ସମସ୍ତଙ୍କ ନଜର ରହିଛି କାରଣ ସଲମାନଙ୍କର ପୂର୍ବ ଫିଲ୍ମ ‘ଟିଉବଲାଇଟ୍’ ବକ୍ସଅଫିସରେ ଫ୍ଲପ୍ ହୋଇଥିଲା।