ଟିକ୍‌ଟକ୍‌ ଷ୍ଟାର ମାରିଲେ ଧର୍ମେନ୍ଦ୍ରଙ୍କ ସିନେମାରେ ଏଣ୍ଟ୍ରି

ନୂଆଦିଲ୍ଳୀ: ସୋସିଆଲ ମିଡିଆର ଏମିତି ଅନେକ ଆପ୍‌ ରହିଛି ଯାହାକି ପ୍ରତିଭାପୂର୍ଣ୍ଣ ଥିବା ଲୋକଙ୍କୁ ଏକ ପ୍ଲାଟଫର୍ମ ଦେଉଛି। ଏହି କ୍ରମରେ ଟିକ୍‌ଟକ୍‌ ଭିଡିଓର ଷ୍ଟାର ଅଭିନେତ୍ରୀ ଏକତା ଜୈନ୍‌ଙ୍କୁ ବି ଏହି ଆପ୍‌ର ଫାଇଦା ମିଳିଛି। ଏକତା ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଇନ୍‌ଷ୍ଟାଗ୍ରାମ୍‌ରେ ଅଭିନେତା ଧର୍ମେନ୍ଦ୍ରଙ୍କ ସହିତ ଏକ ଭିଡିଓ ସେୟାର କରିଛନ୍ତି। ଯାହାକି ଇଣ୍ଟରନେଟ୍‌ରେ ଭାଇରାଲ୍‌ ହୋଇଛି।

ତେବେ ଏକତା ଜୈନ୍‌ ଖୁବ୍‌ ଶୀଘ୍ର ଧର୍ମେନ୍ଦ୍ରଙ୍କ ସହିତ ହରର କମେଡି ଫିଲ୍ମ ‘ଖଲିବଲି’ ଜରିଆରେ ବିଲଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। କେବଳ ଏତିକି ନୁହେଁ ଏକତା ଜଣେ ଅଭିନେତ୍ରୀ ହେବା ସହିତ ଉପସ୍ଥାପିକା, କୋରିଓଗ୍ରାଫର ଓ ଡବିଙ୍ଗ ଆର୍ଟିଷ୍ଟ ମଧ୍ୟ।

 

 

View this post on Instagram

 

Meeting Dharamji again.. its always the Pleasure. #dharmendra #shayariquotes #amazing #feelings #happy #moments

A post shared by Ekta Jain (@ekujain11) on

ଏକତା ନିଜ ଇନ୍‌ଷ୍ଟାଗ୍ରାମରେ ଏହି ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ଧର୍ମେନ୍ଦ୍ରଙ୍କ ସହିତ ସେ ଥିବା ନଜର ଆସୁଛନ୍ତି। ଧର୍ମେନ୍ଦ୍ରଙ୍କ ସହିତ ପୁଣି ଥରେ ସାକ୍ଷାତକାର ହୋଇଯାଇଛି। ତାଙ୍କ ସହିତ ଭେଟ ହେବାର ଏକ ଅଲଗା ଅନୁଭବ ରହିଥିବା କଥା ଏକତା କହିଛନ୍ତି। ତେବେ ଆପଣଙ୍କୁ କହି ରଖିବାକୁ ଚାହୁଁଛୁ କି, ଟିକ୍‌ଟକ୍‌ ଆପ୍‌ରେ ଲୋକପ୍ରିୟ ଏକତାଙ୍କ ଚାରିଲକ୍ଷ ଫଲୋୟୋର୍ସ ଅଛନ୍ତି।

ସମ୍ବନ୍ଧିତ ଖବର