ଆଜି ରିଲିଜ୍‌: ‘ଅଜବ ସଂଜୁର ଗଜବ ଲଭ୍‌’

ଭୁବନେଶ୍ୱର: ୨୦୧୯ର ତୃତୀୟ ଓଡ଼ିଆ ସିନେମାଭାବେ ଆଜି ପରଦାକୁ ଆସୁଛି ‘ଅଜବ ସଂଜୁର ଗଜବ ଲଭ୍‌’ । ଏଥିରେ ୨୦୧୯ର ଓଲିଉଡର ଏକ ପପୁଲାର ପେଆର୍‌ ପ୍ରାୟ ସାତ ବର୍ଷପରେ ପରଦା ଉପରକୁ ପୁଣି ଆସୁଛନ୍ତି। ଏହି ଯୋଡ଼ି ହେଲେ ବାବୁସାନ୍‌ – ଅର୍ଚ୍ଚିତା। ଏହି ଯୋଡ଼ି ଯେଉଁ ସିନେମା ଜରିଆରେ କମ୍‌ବ୍ୟାକ୍‌ କରୁଛନ୍ତି,ତାହାର ଟାଇଟଲ୍‌ ହେଲା‘ଅଜବ ସଂଜୁର ଗଜବ ଲଭ୍‌’ ।ଏହାର ନିର୍ଦ୍ଦେଶକ ହେଲେ ଅଶୋକ ପତି।

ବାବୁସାନ୍‌-ଅର୍ଚ୍ଚିତାଙ୍କ ଯୋଡ଼ିକୁ ଦର୍ଶକ ଆଗରୁ ଅଶୋକ ପତିଙ୍କ ନିର୍ଦ୍ଦେଶିତ ‘ଲୋଫର୍‌’,ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ‘ଚକୋଲେଟ୍‌’ ଓ ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ‘ଥୁକୁଲ୍‌’ରେ ଦେଖିବାକୁ ପାଇଥିଲେ।‘ଅଜବ ସଂଜୁର ଗଜବ ଲଭ୍‌’ର ଅନ୍ୟ ପ୍ରମୁଖ କଳାକାର ହେଲେ ମିହିର ଦାସ ଏବଂ ବବି ମିଶ୍ର । ଏହାର ସଂଳାପକାର ହେଲେ ରଂଜିତ ପଟ୍ଟନାୟକ ଏବଂ ସଙ୍ଗୀତକାର ହେଲେ ପ୍ରେମ ଆନନ୍ଦ। ସାଇଶ୍ରଦ୍ଧା ଟେଲି ପ୍ରଡକସନ୍ସ ବ୍ୟାନରର ଏହା ଦ୍ୱିତୀୟ ସିନେମା। ଏହା ଆଗରୁ ଏହି ସଂସ୍ଥା ‘ ସାଥୀ ତୁ ଫେରିଆ’ ଟାଇଟଲରେ ଏକ ସିନେମା ତିଆରି କରିଥିଲେ ଯାହା ଗତ ବର୍ଷ ରିଲିଜ୍‌ ହୋଇଥିଲା।

ସମ୍ବନ୍ଧିତ ଖବର