ଆଜି ପରଦାକୁ ଆସୁଛି ଅଶି ଦଶକର ଲୋମଟାଙ୍କୁରା ଛବିରାଣୀ ହତ୍ୟାକାଣ୍ଡ ଉପରେ ନିର୍ମିତ ଏହି ଓଡ଼ିଆ ସିନେମା

ଭୁବନେଶ୍ୱର: ଆଜି ରିଲିଜ୍ ହେଉଛି ଏ ବର୍ଷର ବହୁପ୍ରତୀକ୍ଷିତ ଓଡ଼ିଆ ସିନେମା ‘ଛବିରାଣୀ’। ଆଜି ଏହା ଓଡ଼ିଶାର ୩୬ଟି ସିନେମା ହଲରେ ରିଲିଜ୍ ହେଉଥିବାର ସୂଚନା ରହିଛି। ଏହା ଜରିଆରେ ଦୀର୍ଘ ଦିନ ପରେ ‘ରଙ୍ଗ୍‌ ନମ୍ବର’ଓଡ଼ିଆ ସିନେମାର ନିର୍ଦ୍ଦେଶକ ବବି ଇସଲାମ୍‌ ଅଶି ଦଶକର ଲୋମଟାଙ୍କୁରା ଛବିରାଣୀ ହତ୍ୟାକାଣ୍ଡକୁ ଚଳଚ୍ଚିତ୍ର ରୂପ ଦେଇଛନ୍ତି।

ଏଥିରେ ଅମନ୍‌,ଚନ୍ଦ୍ରାଣୀ,ସିଦ୍ଧାନ୍ତ,ଅନୁ ଚୌଧୁରୀ ,ବାବୁ ପ୍ରଧାନ, ସନ୍ଦୀପ ପାଣି,ମିଟୁ ମିଥୁନ ଓ ମିହିର ଦାସ ପ୍ରମୁଖ ଅଛନ୍ତି ମୁଖ୍ୟ ଭୂମିକାରେ। ଏହି ଫିଲ୍ମ ସତ୍ୟ ଘଟଣା ଉପରେ ଆଧାରିତ ବୋଲି କୁହାଯାଉଛି। ଏହି ସିନେମାରେ ଦର୍ଶକ ପୁଣି ସିଦ୍ଧାନ୍ତ-ଅନୁଙ୍କ ଯୋଡ଼ି କୁ ଦେଖିବାକୁ ପାଇବେ। ଅପରପକ୍ଷରେ ସିଦ୍ଧାନ୍ତ-ଅନୁଙ୍କ ଯୋଡ଼ି ଶେଷଥର ପାଇଁ ଗତ ରଜ ଅବସରରେ ରିଲିଜ୍‌ ହୋଇଥିବା ‘ତୁ ମୋ’ ଲଭଷ୍ଟେରି ୨’ରେ ନଜର ଆସିଥିଲେ।

‘ଛବିରାଣୀ’ର ସଂଳାପ ଲେଖିଛନ୍ତି ଡ଼ ଶଙ୍କର ତ୍ରିପାଠୀ ଏବଂ ହୃଦାନନ୍ଦ ସାହୁ। ଏହାର ଗୀତିକାର ହେଲେ ଶୀର୍ଷାନନ୍ଦ ଦାସକାନୁନଗୋ ଏବଂ ବସନ୍ତରାଜ ସାମଲ। ପ୍ରେମ ଆନନ୍ଦ ଏହାର ସଙ୍ଗୀତ ନିର୍ଦ୍ଦେଶକ। ବୁଦ୍ଧଦେବ ସାହୁ, ମନୋରମା ମହାପାତ୍ର ଏବଂ ବୀରେନ୍‌ ମହାପାତ୍ର ଏହାର ପ୍ରଯୋଜନା କରିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର