ଆଜି ରିଲିଜ୍‌ ହେଉଛି ରଣବୀର-ଆଲିଆଙ୍କ ‘ଗଲିବୟ’

ମୁମ୍ବାଇ: ଆଜି ରିଲିଜ୍‌ ହେଉଛି ଏ ବର୍ଷର ଏକ ବହୁପ୍ରତୀକ୍ଷିତ ସିନେମା । ଏହା ହେଲା ‘ଗଲିବୟ’ । ଜୋୟା ଅଖତରଙ୍କ ନିର୍ଦ୍ଦେଶିତ ‘ଗୁଲି ବୟ’ ଆଜି ଫେବୃଆରି ୧୪ ତାରିଖରେ ଭ୍ୟାଲେଣ୍ଟାଇନ୍‌ ଡେ ଅବସରରେ ରିଲିଜ୍‌ ହୋଇଛି। ଏହାର ପ୍ରିମିଅର୍‌ ବର୍ଲିନ ଫିଲ୍ମ ଫେଷ୍ଟିଭାଲରେ ହୋଇସାରିଛି। ହେଲେ ଦର୍ଶକଙ୍କପାଇଁ ଆଜିଠାରୁ ଏହାର ପ୍ରଦର୍ଶନ ଆରମ୍ଭ ହୋଇଛି। ଏହି ଫିଲ୍ମରେ ରଣବୀର ସିଂହଙ୍କ ବିପକ୍ଷରେ ପ୍ରଥମ ଥରଲାଗି ଆଲିଆ ଭଟ୍ଟ ଅଛନ୍ତି । ଏତଦବ୍ୟତୀତ କାଲ୍‌କି କୋଚିଲିନ୍‌, ସିଦ୍ଧାନ୍ତ ଚତୁର୍ବେଦୀ,ବିଜୟ ରାଜ ଓ ବିଜୟ ବର୍ମା ଅଛନ୍ତି ମୁଖ୍ୟ ଭୂମିକାରେ।

ଫିଲ୍ମରେ ରଣବୀର ଜଣେ ସାଧାରଣ ଗଳିର ଯୁବକ ଭୂମିକାରେ ଅଛନ୍ତି ଯାହାଙ୍କର ସ୍ୱପ୍ନ କିପରି ଜଣେ ବଡ଼ ରାପର୍‌ ହେବେ।ଏହି ସମୟରେ ରଣବୀରଙ୍କର ଆଲିଆଙ୍କ ସହ ଦେଖା ହୁଏ। ତାପରେ ଉଭୟେ ପ୍ରେମରେ ପଡ଼ନ୍ତି। କିନ୍ତୁ ରଣବୀର କିପରି ନିଜର ସ୍ୱପ୍ନ ପୂରଣ କରନ୍ତି ,ତାହା ହିଁ ସିନେମା ‘ଗଲିବୟ’ର ମୁଖ୍ୟ ପ୍ରସଙ୍ଗ।

ସମ୍ବନ୍ଧିତ ଖବର