ଆଜି ଶୁଭମୁକ୍ତି: ‘ ଦୀପୁ ଦ ଡ୍ୟାନ୍ସ ବୟ’

0

ଭୁବନେଶ୍ୱର: ଆଜି ଏକ ନୂଆ ଓଡ଼ିଆ ଛବି ରିଲିଜ୍‌ହେଉଛି। ହଁ , ଏଠାରେ ଯେଉଁ ସିନେମାର କଥା କୁହାଯାଉଛି ତାହାର ଟାଇଟଲ ହେଲା ‘ ଦୀପୁ ଦ ଡ୍ୟାନ୍ସ ବୟ’ । ନବାଗତ ମନୋଜ ରାଉତ ଏହି ଫିଲ୍ମର ପ୍ରଯୋଜକ ଓ ବରିଷ୍ଠ ଅରୁଣ ଦାସ ଏହାର ନିର୍ଦ୍ଦେଶକ । ଏହି ଫିଲ୍ମରେ କୋଏଲ , ମନୋଜ, ଏଲସା,ଅଜିତ୍‌ ଦାସ, ମୀନକେତନ, ଚୌଧୁରୀ ବିକାଶ ଦାସ ଓ ବବି ମିଶ୍ର ପ୍ରମୁଖ ମଧ୍ୟ ଅଛନ୍ତି ଗୁରୁତ୍ୱପୂଣ୍ଣ ଭୂମିକାରେ ।ଏଥିରେ ନିଜେ ପ୍ରଯୋଜକ ମନୋଜ ରାଉତ ନାୟକ ଭୂମିକାରେ ଅଛନ୍ତି ।ଏଥିରେ କୋଏଲଙ୍କୁ ଦର୍ଶକ ସଂପୂର୍ଣ୍ଣ ଏକ ନୂଆ ଚରିତ୍ରରେ ଦେଖିବାକୁ ପାଇବେ । ଏହି ସିନେମାରେ ତାଙ୍କ ଅଭିନୀତ ଚରିତ୍ରଟି ହେଲା ଜଣେ ଛଉ ନୃତ୍ୟ ଶିଳ୍ପୀର ।

‘ ଦୀପୁ ଦ ଡ୍ୟାନ୍ସ ବୟ’ କୁ ସେନସର ବୋର୍ଡ ପକ୍ଷରୁ ୟୁ/ଏ ସାର୍ଟିଫିକେଟ୍‌ ପ୍ରଦାନ କରାଯାଇଛି। କହିବା ବାହୁଲ୍ୟ ଯେ ‘ ଦୀପୁ-ଦ ଡ୍ୟାନ୍ସ ବୟ ’ ର କଥାବସ୍ତୁ ଛଉ ନୃତ୍ୟ ଉପରେ ଆଧାରିତ । ଜଣେ ସାଧାରଣ ଯୁବକ କିପରି ଛଉ ନୃତ୍ୟ କରି ଦେଶରେ ସୁନାମ ପାଇଛନ୍ତି ତାହା ଦେଖା ଯାଇଛି। ବେଶ କିଛି ବର୍ଷ ତଳୁ ସୁଟିଂ ଆରମ୍ଭ ହୋଇଥିବା ଏହି ସିନେମା କେବେ ରିଲିଜ୍‌ ହେବ ବୋଲି ଆଶଙ୍କା ପ୍ରକାଶ ପାଇଥିଲା ହେଲେ ଆଜି ଏହା ପରଦାକୁ ଆସୁଛି। ଏହି ସିନେମାର ସଂଳାପ ଏବଂ ଚିତ୍ରନାଟ୍ୟ ବି ଲେଖିଛନ୍ତି ନିଜେ ନିର୍ଦ୍ଦେଶକ ଅରୁଣ ଦାସ । ପ୍ରେମ ଆନନ୍ଦ ‘ ଦୀପୁ ଦ ଡ୍ୟାନ୍ସ ବୟ’ ର ସଙ୍ଗୀତ ନିର୍ଦ୍ଦେଶକ। ଏହି ମୌଳିକ କାହାଣୀ ଆଧାରିତ ସିନେମା ଦର୍ଶକଙ୍କୁ କେତେ ପ୍ରଭାବିତ କରୁଛି ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.