ଆଜି ଶୁଭମୁକ୍ତିି : ‘ଗୁଡ଼ୁ ଆଣ୍ଡ୍‌ ଗୁଡ଼ି’

ଭୁବନେଶ୍ୱର: ଆଜି ପରଦାକୁ ଆସୁଛି ଏକ ନୂଆ ଓଡ଼ିଆ ସିନେମା ।ଏହି ସିନେମାଟି ହେଲା ‘ଗୁଡ଼ୁ ଆଣ୍ଡ୍‌ ଗୁଡ଼ି’। ସୂର୍ଯ୍ୟକାନ୍ତ ସାମଲଙ୍କ ପ୍ରଯୋଜିତ ଏହି ଓଡ଼ିଆ ଛବିର ନିର୍ଦ୍ଦେଶନା ଦେଇଛନ୍ତି ଶୁଭାଶିଷ ପତି। ଶୁଭାଶିଷ ପୂର୍ବରୁ ‘ଗଡ଼ବଡ଼’ ଓ ଗୁଣ୍ଡା’ ଟାଇଟଲରେ ଦୁଇଟି ଓଡ଼ିଆ ଛବିର ନିର୍ଦ୍ଦେଶନା ଦେଇଥିଲେ। ‘ଗୁଡ଼ୁ ଆଣ୍ଡ୍‌ ଗୁଡ଼ି’ହେଉଛି ତାଙ୍କର ତୃତୀୟ ସିନେମା।ସେ ଇଂରାଜି ଅକ୍ଷର ‘g’ରୁ ଟାଇଟଲ୍‌ ଦେଇ ଫିଲ୍ମ ନିର୍ମାଣ କରିବାର ଧାରା ବଜାୟ ରଖିଛନ୍ତି।

‘ଗୁଡ଼ୁ ଆଣ୍ଡ୍‌ ଗୁଡ଼ି’ର ମେନ୍‌ ଲିଡ଼୍ରୋ ଅଛନ୍ତି ସୂର୍ଯ୍ୟକାନ୍ତ,ହିମିକା ଓ ମିହିର ଦାସ ମାନିନୀ ମିଶ୍ର ପ୍ରମୁଖ। ପ୍ରାପ୍ତ ସୂଚନା ଅନୁଯାୟୀ ଏହି ଫିଲ୍ମ କୁ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ଼(ସିବିଏଫ୍‌ସି)ପକ୍ଷରୁ ୟୁ/ଏ ସାର୍ଟିଫିକେଟ୍‌ ମିଳିଛି। ଏହା ହେଉଛି ନାୟିକା ହିମିକାଙ୍କ ଦ୍ୱିତୀୟ ଓଡ଼ିଆ ସିନେମା।

ଏହାପୂର୍ବରୁ ହିମିକା ଶୁଭାଶିଷ ପତିଙ୍କ ନିର୍ଦ୍ଦେଶିତ ‘ଗୁଣ୍ଡା’ରେ ସିଦ୍ଧାନ୍ତଙ୍କ ବିପକ୍ଷରେ ନାୟିକା ସାଜି ପରଦାକୁ ଆସିଥିଲେ। ଏଣୁ ସେ ଓଡ଼ିଆ ଦର୍ଶକଙ୍କ ପାଇଁ ଅପରିଚିତା ନୁହନ୍ତି। ତେବେ ଫିଲ୍ମର ହିରୋ ସିନେପ୍ରେମୀମାନଙ୍କ ପାଇଁ ଏକଦମ୍‌ ନୂଆ। ‘ଗୁଡ଼ୁ ଆଣ୍ଡ୍‌ ଗୁଡ଼ି’ର କାହାଣୀ ସିନେମା ଦୁନିଆଁରେ ଚାଲିଥିବା କାଷ୍ଟିଂକାଉଚ୍‌ ପ୍ରସଙ୍ଗ ଉପରେ ଆଧାରିତ ବୋଲି କୁହାଯାଉଛି। ଜଣେ ଯୁବତୀ ନାୟିକା ହେବାର ସ୍ୱପ୍ନରେ ବିଭୋର ହୋଇ କିପରି ସେଥିରେ ଫସିଯାଉଛି ଏବଂ ତାକୁ ତାର ପ୍ରେମିକ କିପରି ରକ୍ଷା କରୁଛି ,ତାହା ଦେଖିବାକୁ ମିଳିବ‘ଗୁଡ଼ୁ ଆଣ୍ଡ୍‌ ଗୁଡ଼ି’ର କ୍ଲାଇମାକ୍ସରେ। ସୀତୁ-ସଞ୍ଜୟ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।

ସମ୍ବନ୍ଧିତ ଖବର