ଆଜି ଶୁଭମୁକ୍ତି : ‘ଅଜାତଶତ୍ରୁ’

ଭୁବନେଶ୍ୱର: ଆଜି ରିଲିଜ୍‌ ହେଉଛି ରାୟ ମିଡିଆ କମ୍ୟୁନିକେସନ ବ୍ୟାନରରେ ନିର୍ମିତ ନୂଆ ଓଡ଼ିଆ ସିନେମା ‘ ଅଜାତଶତ୍ରୁ ’ । ‘ ଅଜାତ ଶତ୍ରୁ ’ ର କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦାୟିିତ୍ୱ ବହନ କରିଛନ୍ତି ‘ ଚୁପ୍‌ କିଏ ରେ ଆସୁଛି ’ ଓ ‘ଅଞ୍ଜଳି’ ଫେମ୍‌ ବିଶ୍ୱଭୂଷଣ ମହାପାତ୍ର । ଏହାର ସଂଳାପ ଲେଖିଛନ୍ତି ଡ଼ ନିର୍ମଳ ନାୟକ।

ଏଥିରେ ଜଣେ ନବାଗତ ନାୟକ ଭୂମିକାରେ ଅଛନ୍ତି । ଏହି ନବାଗତ ଜଣକ ହେଲେ ସୋହମ ସିଂହ । ଏହି ଫିଲ୍ମରେ ଦେବଯାନୀ ଅଛନ୍ତି ଫିମେଲ୍‌ ଲିଡରେ। ଏଥିରେ ଦେବଯାନୀଙ୍କ ଅଭିନୀତ ଚରିତ୍ରର ନାଆଁ ହେଲା ନିକିତା । ଏତଦ୍‌ବ୍ୟତୀତ ନବାଗତ ସାଧଭି ସିଂହ, ମନୋଜ ମିଶ୍ର, ଶକ୍ତି ବରାଳ, ସଲିଲ ମିତ୍ର ଓ କାଳୀ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି । ଓଲିଉଡରେ ପ୍ରବେଶ କରିବା ପୂର୍ବରୁ ଦେବଯାନୀ ଆଲବମ୍‌ ଜଗତରେ ହଇଚଇ ସୃଷ୍ଟି କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ ଛବି ହେଲା ‘ ଆଇ ଲଭ୍‌ ମାଇଁ ଇଣ୍ଡିଆ ’ । ବିଭୁତି ରାଉତ ରାୟଙ୍କ ପ୍ରଯୋଜିତ ତଥା ସଂଗ୍ରାମ ବିଶ୍ୱାଳଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ଅବଶ୍ୟ ନାୟିକା ଭୂମିକାରେ ଦେଖିବାକୁ ମିଳି ନ ଥିଲା ଦେବଯାନୀଙ୍କୁ ।


ତେବେ ଦେବଯାନୀ ନାୟିକା ସାଜି ଓଡ଼ିଆ ଛବି ‘ ରଙ୍ଗିଲା ଟୋକା ’ ଓ ‘ ଖାସ୍‌ ତୁମରି ପାଇଁ ’ ଆଦିରେ ଅଭିନୟ କରିଛନ୍ତି । ବିଶେଷ କରି ଜଣାଶୁଣା ହାସ୍ୟାଭିନେତା ପପୁ ପମପମଙ୍କ ବିପକ୍ଷରେ ‘ ରଙ୍ଗୀଲା ଟୋକା ’ରେ ନାୟିକା ଭୂମିକା କରି ବେଶ୍‌ ସଫଳତା ହାସଲ କରିଥିଲେ ।‘ ଅଜାତ ଶତ୍ରୁ ’ ଏକ ଆକସନପ୍ୟାକ୍ଡ ଥ୍ରିଲର୍‌ । ଏଥିରେ ଦର୍ଶକ ସୋହମ୍‌-ଦେବଯାନୀଙ୍କ ଯୋଡିକୁ କେତେ ପସନ୍ଦ କରୁଛନ୍ତି ତାହା ଜଣାପଡ଼ିବ ଆଜି।ଆଉ ଏକ ବଡ଼ କଥା ହେଲା ଯେ ଏହାର ପ୍ରଯୋଜକ ବି ହେଲେ ନିଜେ ନାୟକ ସୋହମ୍‌ ସିଂହ।

ସମ୍ବନ୍ଧିତ ଖବର