ଭୁବନେଶ୍ୱର: ଆଜି ସୁନୀଲ କୁମାର ଦାସଙ୍କ ପ୍ରଯୋଜିତ ତଥା ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ଏହି ରୋମାଣ୍ଟିକ୍ ଫିଲ୍ମ ‘ ଓନ୍ଲି ପ୍ୟାର୍’ ରିଲିଜ୍ ହେଉଛି। ଏହା ଏ ବର୍ଷର ପ୍ରଥମ ଓଡ଼ିଆ ସିନେମା। ଏଥିରେ ବାବୁସାନ୍ ଅଛନ୍ତି ଲିଡ ରୋଲରେ। ତାଙ୍କ ବିପକ୍ଷରେ ସୁପ୍ରିୟା ଅଛନ୍ତି ଫିମେଲ ଲିଡରେ। ଆଗରୁ ସୁପ୍ରିୟା ବାବୁସାନଙ୍କ ସହ ‘ଲଭ୍ ପାଇଁ କୁଛ୍ ଭି କରେଗା’ରେ ନଜର ଆସିଥିଲେ। ‘ଓନ୍ଲି ପ୍ୟାର୍’ ରେ ବାବୁସାନ୍-ସୁପ୍ରିୟା ଯୋଡିଙ୍କ ବ୍ୟତୀତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି ମିହିର ଦାସ ଏବଂ ଅପରାଜିତା । ଏହାଛଡ଼ା ଏହି ସିନେମାରେ କେତେକ ଶିଶୁ କଳାକାରଙ୍କୁ ଦେଖିବାକୁ ମିଳିବ ଏଥିରେ।
ଏହି ସିନେମାରେ ବାବୁସାନ୍ ପ୍ରଥମ ଥର ଲାଗି ଜଣେ ଡାକ୍ତର ଭୂମିକାରେ ଅଭିନୟ କରିଥିବା ବେଳେ ନାୟିକା ସୁପ୍ରିୟା ଜଣେ ଗ୍ଲାସ୍ ପେଣ୍ଟର୍। ଏ ଦୁହିଁଙ୍କର ପ୍ରେମ କାହାଣୀକୁ ନେଇ ସିନେମା ଗତିଶୀଳ ବୋଲି କୁହାଯାଉଛି। ରବୀନ୍ଦ୍ର ବେହେରା ଏହାର ସିନେମାଟୋଗ୍ରାଫର୍ ଏବଂ ଗିରୀଶ ମହାନ୍ତି ନୃତ୍ୟ ନିର୍ଦ୍ଦେଶକ।