ଆଜି ରିଲିଜ୍‌ : ଅକ୍ଷୟ କୁମାରଙ୍କ ‘ପ୍ୟାଡ଼୍‍ମ୍ୟାନ୍‌’

ମୁମ୍ବାଇ: ବଲିଉଡ଼୍‍ର ମୋଷ୍ଟ୍‍ ସେଲେବଲ୍‌ ହିରୋ ଅକ୍ଷୟ କୁମାରଙ୍କ ନୂଆ ଫିଲ୍ମ ‘ପ୍ୟାଡ଼୍‍ ମ୍ୟାନ୍‌’ ଆଜି ରିଲିଜ୍‌ ହେଉଛି। ପ୍ରଥମେ ଏହା ୨୦୧୮ ଜାନୁଆରି ୨୫ ତାରିଖରେ ରିଲିଜ୍‌ ହେବ ବୋଲି ଘୋଷିତ ହୋଇଥିଲା । ଏଥିରେ ଅକ୍ଷୟ କୁମାର, ସୋନମ୍‌ କପୁର ଏବଂ ରାଧିକା ଆପଟେ ମୁଖ୍ୟ ଭୂମିକାରେ ଅଛନ୍ତି। ଫିଲ୍ମର ପ୍ରଥମ ପୋଷ୍ଟର୍‌ରେ ଅକ୍ଷୟ କୁମାର କାଶୀ ବିଶ୍ୱନାଥ ମନ୍ଦିର ପାଖରେ ସାଇକେଲ୍‌ ଚଲାଉଥିବାର ଦେଖିବାକୁ ମିଳିଥିଲା।ପୋଷ୍ଟର୍‌ରେ ଅକ୍ଷୟଙ୍କର ଏକ ଡ଼ି-ଗ୍ଲାମ୍‌ ଲୁକ୍‌ରେ ଦେଖିବାକୁ ପାଇଥିଲେ ସିନେପ୍ରେମୀ।

PHOTO-YOUTUBE

ଏଠାରେ ସୂଚନାଯୋଗ୍ୟ ଯେ,‘ପ୍ୟାଡ଼୍‍ ମ୍ୟାନ୍‌’ରେ ଅକ୍ଷୟ କୁମାର ଦେଶରେ ମହିଳାମାନଙ୍କ ପାଇଁ ଉର୍ଦ୍ଦିଷ୍ଟ ସାନଟାରି ନାପ୍‌କିନ୍‌ ଓ ଋତୁସ୍ରାବ ସଂପର୍କରେ ସଚେତନତା ସୃଷ୍ଟି କରିବେ। ଅରୁଣାଚଳମ୍‌ ମୁରୁଗାନାଥନ୍‌ଙ୍କ ଜୀବନୀ ଉପରେ ଏହି ସିନେମା ଆଧାରିତ ଅଟେ।ଅରୁଣାଚଳମ୍‌ ହେଉଛନ୍ତି ଗ୍ରାମୀଣ ମହିଳାମାନଙ୍କୁ ଋତୁସ୍ରାବ ସମୟରେ ଜରୁରୀ ଇକୋ ଫ୍ରେଣ୍ଡ୍‌ଲି ଓ ପକେଟ୍‌ ଫ୍ରେଣ୍ଡ୍‌ଲି ନାପ୍‌କିନ୍‌ ପ୍ରସ୍ତୁତ କରିଥିବା ପ୍ରଥମ ବ୍ୟକ୍ତି।
‘ଚିନିକମ୍‌’‘ପା’ଓ ‘ସମିତାଭ୍‌’ଭଳି ଫିଲ୍ମର ନିର୍ଦ୍ଦେଶକ ଆର୍‌ ବାଲକୀ ‘ପ୍ୟାଡ଼୍‍ମ୍ୟାନ୍‌’ର ନିର୍ଦ୍ଦେଶନା ଦେଇଛନ୍ତି।

ସମ୍ବନ୍ଧିତ ଖବର