ଓଡ଼ିଆ ସିନେମାରେ ‘ଟୋକା’

ଭୁବନେଶ୍ୱର: ଓଡ଼ିଆ ସିନେମାରେ ବିଭିନ୍ନ ଟାଇଟଲ ରହିଛି। ଏଥିମଧ୍ୟରୁ ବେଳେ ବେଳେ ଅନେକ ଟାଇଟଲ ଅଜବ ଲାଗେ। ଅଳ୍ପ କେତୋଟି ଓଡ଼ିଆ ଫିଲ୍ମର ଟାଇଟଲ୍‌ରେ ‘ଟୋକା’ ଶଦ୍ଦ ରହିଛି । ଠିକ୍‌ ସେହିପରି ମୁଖୁଡ଼ାରେ ‘ଟୋକା’ ଶଦ୍ଦ ଥିବା କେତେକ ଓଡ଼ିଆ ସିନେମା ବି ବେଶ୍‌ ଲୋକପ୍ରିୟତା ସାଉଁଟିଛି ।


‘ଟୋକା’ ଶବ୍ଦ ଥିବା ଓଡ଼ିଆ ଫିଲ୍ମର ଟାଇଟଲ୍‌ ଭିତରୁ ଅନୁଭବ-ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିନୀତ ତଥା ପ୍ରଭାସ ଚନ୍ଦ୍ର ରାଉତଙ୍କ ପ୍ରଯୋଜିତ ଓ ସୁଧାକାର ବସନ୍ତଙ୍କ ନିର୍ଦ୍ଦେଶିତ ‘ ବାଳୁଙ୍ଗା ଟୋକା’ ସବୁଠୁଁ ବେଶି ଲୋକପ୍ରିୟ । ଠିକ୍‌ ସେହିପରି ଗତ ବର୍ଷ ପ୍ରଶାନ୍ତ ପାଲଙ୍କ ନିର୍ଦ୍ଦେଶନାରେ ଉଦୟନ ଓ ମାଳବିକା ବାନାର୍ଜୀଙ୍କ ଅଭିନୀତ ଓଡ଼ିଆ ସିନେମା ‘ ବଦମାସ୍‌ ଟୋକା’ ପରଦାକୁ ଆସିଥିଲା । ଏବର୍ଷ ସୁଧାକାର ବସନ୍ତଙ୍କ ନିର୍ଦ୍ଦେଶନାରେ ନିର୍ମାଣଧୀନ ତଥା ପ୍ରଦୀପଙ୍କ ଅଭିନୀତ ଫିଲ୍ମ ‘ ବୋବାଲ୍‌ ଟୋକା’ ଏବର୍ଷ ରିଲିଜ୍‌ ହୋଇପାରେ ।

 


ଅପରପକ୍ଷରେ ସଙ୍ଗୀତ ଜଗତର ବାଦଶାହା ଅକ୍ଷୟ ମହାନ୍ତିଙ୍କ ସ୍ୱରାରୋପିତ ତଥା ଶୀର୍ଷାନନ୍ଦ ଦାସ କାନୁନ୍‌ଗୋଙ୍କ ରଚିତ ଗୀତ ‘ ଟୋକା ଏମିତି ହଉଚିରେ ଯେମିତି କିଛି ଜାଣିନି …’ ଆଜି ବି ଲୋକପ୍ରିୟ । ଏହା ହେଲା ସାବ୍ୟସଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ ଛବି ‘ ସବୁ ମାୟାରେ ବାୟା’ରେ ଗୀତ । ଏଥିରେ କଣ୍ଠଦାନ କରିଥିଲେ ଅନୁରାଧା ପୋଡଓ୍ଵାଲ୍‌ । ଠିକ୍‌ ସେହିପରି ବସନ୍ତ ନାୟକଙ୍କ ପ୍ରଯୋଜିତ ତଥା ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘ ଯଶୋଦା’ ଚଳଚ୍ଚିତ୍ରରେ ସଙ୍ଗୀତକାର -ଗୀତିକାର ସ୍ୱରୂପ ନାୟକଙ୍କ ଖଞ୍ଜିଥିଲେ ଏକ ଗୀତ ଯାହାର ମୁଖୁଡା ଥିଲା – ‘ ଏ ଟୋକାଟା ବଡ଼ ବୋକାଟା ଜାଣେ ନାହିଁ ସେ ପ୍ରେମ କରି….’ ।

ଏବେ ସେମିତି ‘ ଟୋକା’ ଶଦ୍ଦ ଥିବା ଏକ ଟାଇଟଲ୍‌ ଥିବା ପୁଣି ଓଡ଼ିଆ ଛବି ନିର୍ମିତ ହେଉଛି । ଏହି ଶୀର୍ଷକଟି ହେଲା ‘ଟୋକାଟା ଫସିଗଲା ’ । ଏହାର ପ୍ରଯୋଜନା କରୁଛନ୍ତି ସୀତାରାମ ଅଗ୍ରଓ୍ଵାଲ ଓ ଏହାର ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି ରମେଶ ରାଉତ । ଏହି ଫିଲ୍ମରେ ‘ଟୋକା ’ ବନିଛନ୍ତି ଓଲିଉଡର ସୋବର ବୟ ସାବ୍ୟସାଚୀ । ଆଉ ତାଙ୍କ ବିପକ୍ଷରେ ପ୍ରଥମ ଥର ପାଇଁ ନାୟିକା ବନିଛନ୍ତି ଏଲିନା ସାମନ୍ତରାୟ । ଏହି ସିନେମାରେ ପ୍ରଥମ ଥର ପାଇଁ ନାୟିକା ଏଲିନା ସାମନ୍ତରାୟ । ଏହି ସିନେମାରେ ପପୁ ପମ୍‌ପମ ମଧ୍ୟ ଅଛନ୍ତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ । ବୈଦ୍ୟନାଥ ଦାସ ‘ଟୋକାଟା ଫସିଗଲା’ର ସଙ୍ଗୀତ ନିର୍ଦ୍ଦେଶକ ।

ସମ୍ବନ୍ଧିତ ଖବର