ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ କାର୍ଯ୍ୟକ୍ଷେତ୍ରରେ କିଛି ନୂଆ ପରିବର୍ତ୍ତନ ଆସିପାରେ। କାରବାରରେ ଆପଣଙ୍କୁ ଲାଭ ହେବ। ପରିବାର ସଦସ୍ୟମାନଙ୍କ ସହିତ ଉତ୍ତମ ବୁଝାମଣା ରହିବ। ବିଦ୍ୟାଭ୍ୟାସରେ ଆପଣଙ୍କ ମନ ଲାଗିବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଚନ୍ଦନେଶ୍ବର।

ବୃଷ: ଭାଗ୍ୟ ଆପଣଙ୍କର ସାଥ ଦେବ। ଅଧିକାରୀଙ୍କ ସହିତ ବିଶେଷ କାର୍ଯ୍ୟକୁ ନେଇ ଆଲୋଚନା ହୋଇପାରେ। ଆପଣଙ୍କୁ ବେପାରରେ ଲାଭ ହେବାର ଆଶା ରହିଛି। ପରିବାରରେ ମଧୁରତା ସହିତ ବିଶ୍ବାସ ବି ବଢ଼ିବ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ଶ୍ରୀଗଣେଶ।

ମିଥୁନ: ଆପଣଙ୍କର ଊର୍ଜାର ସ୍ତର ବଢ଼ିବ। ଭାବଥିବା କାମ ଅଚାନକ ପୂରା ହୋଇଯିବ। ବିରୋଧୀମାନେ ଆପଣଙ୍କ ସମ୍ମୁଖରେ ନତମସ୍ତକ ରହିବେ। ବ୍ୟବସାୟର ନୂଆ ଦିଗ ମିଳିବ। ଦିନଟି ପ୍ରେମ ସମ୍ବନ୍ଧ ଲାଗି ଭଲ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।

କର୍କଟ: ଚାକିରି ଓ ବ୍ୟବସାୟରେ ସ୍ଥିତି ଭଲ ରହିବ। ଆପଣଙ୍କୁ କୌଣସି ମହିଳା ମିତ୍ରଙ୍କ ସହଯୋଗ ମିଳିବ। ବିଶେଷ ମାମଲାରେ ସମାଧାନ ଶୀଘ୍ର ମିଳିଯିବ। ଆପଣଙ୍କ ପରିବାରରେ ପ୍ରସନ୍ନତା ବଜାୟ ରହିବ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ମାଆ ସମଲେଶ୍ବରୀ।

ସି˚ହ: ପ୍ରଭୁଙ୍କ ସ୍ମରଣରେ ଆତ୍ମସନ୍ତୋଷ ମିଳିବ। ଆପଣଙ୍କର କୌଣସି ଭାବିଥିବା କାମ ପୂରା ହୋଇଯିବ। କୌଣସି ବ୍ୟକ୍ତି ଆପଣଙ୍କ ଲାଗି ସାହାଯ୍ୟକାରୀ ସାବ୍ୟସ୍ତ ହେବେ। ଜୀବନସାଥଙ୍କ ଠାରୁ ସୁନ୍ଦର ଉପହାର ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

କନ୍ୟା: କୌଣସି ପୁରୁଣା କଥାକୁ ନେଇ ଆପଣ ମନସ୍ତାପରେ ରହିବେ। ପରିବାର ଲୋକଙ୍କ ସହିତ କଥା କହିବା ସମୟରେ ଭାଷା ଉପରେ ସ˚ଯମ ରଖନ୍ତୁ। କାମରେ ଏକାଗ୍ରତାରୁ ଆପଣଙ୍କୁ ସଫଳତା ମିଳିବ। ଉଧାର ନେବା ଓ ଦେବାରୁ ନିବୃତ୍ତ ରହନ୍ତୁ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ତାରିଣୀ।

ତୁଳା: ଦିନଟି ଆପଣଙ୍କ ପାଇଁ ବିଶେଷ ଫଳଦାୟୀ। କିଛି ନୂଆ କରିବା ପାଇଁ ଭାବିବେ। ଜୀବନସାଥୀଙ୍କ ଠାରୁ ଆପଣଙ୍କୁ ଖୁସି ପ୍ରାପ୍ତ ହେବ। ବ୍ୟବସାୟରେ ବଡ଼ ସଉଦା କରିପାରନ୍ତି। ସଙ୍ଗୀତ କଳା କ୍ଷେତ୍ରରେ ସଫଳତା ପାଇବେ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ସୁରେଶ୍ବରୀ।

ବିଛା: ଆଜି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଲକ୍ଷ୍ୟ ନିର୍ଦ୍ଧାରିତ ଲାଗି ନୂଆ ଯୋଜନା ପ୍ରସ୍ତୁତ କରିବେ। ଆପଣଙ୍କୁ କର୍ତ୍ତୃପକ୍ଷଙ୍କ ଠାରୁ ସକାରାତ୍ମକ ଉତ୍ତର ମିଳିପାରେ। ବ୍ୟବସାୟ ବୃଦ୍ଧି ଲାଗି ନୂଆ ସାଥୀ ମିଳିବେ। ପାରିବାରିକ ଜୀବନ ସୁଖମୟ ହେବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀଗଣେଶ।

ଧନୁ: ଆପଣଙ୍କ ଜୀବନକୁ ଆହୁରି ବଢ଼ିଆ କରି ଗଢ଼ିବା ପାଇଁ ଚେଷ୍ଟା କରିବେ। ଟ୍ରଭେଲ ଏଜେନ୍‌ସି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କର ଆୟ ବଢ଼ିବ। ପରିବାରରେ ସୁଖ ସୌଭାଗ୍ୟ ବୃଦ୍ଧି ହେବ। ଛାତ୍ରଙ୍କ ମନରେ ବିଭିନ୍ନ କଥା ଘୂରି ବୁଲିବ। ଶୁଭରଙ୍ଗ: ମ୍ୟାଜଣ୍ତା। ଆରାଧନା: ସୂର୍ଯ୍ୟଦେବ।

ମକର: ଆଧୢାତ୍ମିକ ଦିଗକୁ ଆପଣଙ୍କର ମନ ଲାଗି ରହିବ। ଅଫିସ କାମର ବୋଝ ଟିକେ ଅଧିକ ହୋଇପାରେ। ପୂରା ହେବାକୁ ଯାଉଥିବା କୌଣସି କାମରେ ବାଧା ଉତ୍ପନ୍ନ ହେବ। ଆର୍ଥିକ ସ୍ଥିତିରେ ଉଠାଣ-ଗଡ଼ାଣ ଲାଗି ରହିବ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ବାବା ଗୁପ୍ତେଶ୍ବର।

କୁମ୍ଭ: ଆଜି ଆପଣ ନିଜକୁ ଊର୍ଜା ଭରା ଅନୁଭବ କରିବେ। ଆପଣଙ୍କୁ ଲାଭର କିଛି ଅବସର ମିଳିବ। ଅଧିକାରୀ ଆପଣଙ୍କ ଉପରେ ଖୁସି ରହିବେ। ବୈବାହିକ ଜୀବନ ଠିକ୍‌ଠାକ୍‌ ରହିବ। ଛାତ୍ରଙ୍କୁ ପରିଶ୍ରମ ଅନୁସାରେ ଯଥେଷ୍ଟ ସୁଫଳ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କାଳୀଜାଈ।

ମୀନ: ଭାଗ୍ୟ ଉଜ୍ଜ୍ବଳ ରହିବ। ଚାକିରିରେ କୌଣସି କାମକୁ ନେଇ ଆପଣଙ୍କର ପ୍ରଶ˚ସା ହେବ। ଶିକ୍ଷା କ୍ଷେ଼ତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ମିଳିବ। ନୂଆ ଜାଗାକୁ ଭ୍ରମଣରେ ଯାଇପାରନ୍ତି। ପ୍ରିୟ ବନ୍ଧୁଙ୍କ ସହିତ ଆପଣଙ୍କର ସମ୍ବନ୍ଧ ଭଲ ରହିବ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ତାରିଣୀ।

ସମ୍ବନ୍ଧିତ ଖବର