ରିଲିଜ୍‌ ହେଲା ମହେଶ ଭଟ୍ଟଙ୍କ ‘ଜଲେବି’ର ଟ୍ରେଲର୍‌

ମୁମ୍ବାଇ: ରିଲିଜ୍‌ ହୋଇଛି ମହେଶ ଭଟ୍ଟଙ୍କ ଚଳଚ୍ଚିତ୍ର ‘ଜଲେବି’ର ଟ୍ରେଲର୍‌। ଏହି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ରେହା ଚର୍କବର୍ତ୍ତି ଓ ନବାଗତ ବରୁଣ ମିତ୍ର। ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି ପୁଷ୍ପଦୀପ ଭରଦ୍ୱାଜ। ରେହା ଓ ବରୁଣ ମିତ୍ରଙ୍କ ବ୍ୟତୀତ ପ୍ରମୁଖ ଭୂମିକାରେ ଅଛନ୍ତି ଦିଗଙ୍ଗନା ସୂର୍ଯ୍ୟୋବଂଶୀ। ଏହି ଚଳଚ୍ଚିତ୍ରଟି ଅକ୍ଟୋବର ୧୨ ତାରିଖରେ ମୁୁକ୍ତିଲାଭ କରିବ ବୋଲି ସ୍ଥିର ହୋଇଛି। ଏହି ଚଳଚ୍ଚିତ୍ରର ଟ୍ରେଲର୍‌କୁ ସୋସିଆଲ୍‌ ମିଡିଆରେ ସେୟାର୍‌ କରି ମହେଶ ଭଟ୍ଟ ଲେଖିଛନ୍ତି, ‘କିଛି ପ୍ରେମ କାହାଣୀ ଆଗେ ବଢ଼ି ଚାଲନ୍ତି। ସବୁକିଛି ପରେ ସେମାନେ ଖୁସିରେ ରହନ୍ତି।’

ଚଳଚ୍ଚିତ୍ରଟି ଏକ ରୋମାଣ୍ଟିକ୍‌ ଚଳଚ୍ଚିତ୍ର। ଏହା ହେଉଛି ୨୦୧୬ ମସିହାରେ ମୁକ୍ତିଲାଭ କରିଥିବା ବଙ୍ଗାଳୀ ଚଳଚ୍ଚିତ୍ର ‘ପ୍ରାକ୍ତନ’ର ରିମେକ୍‌। ‘ଜଲେବି’ର ମୁଖ୍ୟ ଚରିତ୍ରରେ ରେହା, ବରୁଣ ଓ ଦିଗଙ୍ଗନା ଥିବା ବେଳେ ବଙ୍ଗାଳୀ ଚଳଚ୍ଚିତ୍ରରେ ଏହି ସବୁ ଭୂମିକା ନିଭାଇଥିଲେ। ପ୍ରଶନ୍ନଜିତ୍‌ ଚାଟାର୍ଜୀ, ଋତୁପର୍ଣ୍ଣା ସେନ୍‌ଗୁପ୍ତା ଓ ଅପରାଜିତା ଆଦୋ। ଏହି ଚଳଚ୍ଚିତ୍ର ପାଇଁ ଅପରାଜିତା ଆଦୋ ଜାତୀୟ ପୁରସ୍କାର ଜିତିଥିଲେ।

ସମ୍ବନ୍ଧିତ ଖବର