ରିଲିଜ ହେଲା ‘ତୁଝେ କୋ ଦିଲ୍ କରେ’

ମୁମ୍ବାଇ: ରିଲିଜ୍ ହେଲା ବଲିଉଡ୍ କଣ୍ଠଶିଳ୍ପୀ ଜୁବନି ନୌତିଆଲଙ୍କ ରୋମାଂଟିକ୍ ଗୀତ ‘ତୁଝେ କୋ ଦିଲ୍ କରେ’ । ଟି ସିରିଜର ଅଫିସିଆଲ୍ ୟୁଟୁବ୍ ଚ୍ୟାନେଲରେ ଏହି ଗୀତକୁ ରିଲିଜ୍ କରାଯାଇଛି । ଗୀତରେ ଜୁବିନଙ୍କ ଆକର୍ଷଣୀୟ ଗାୟିକୀ ଶୁଣିବାକୁ ମିଳିଛି । ତାଙ୍କ ସହ ଏହି ଗୀତରେ ତାଳରେ ତାଳ ମିଶାଇ କଣ୍ଠଦାନ କରିଛନ୍ତି ସିଙ୍ଗର୍ ନୀତି ମୋହନ୍ । ଏହି ରୋମାଂଟିକ୍ ମ୍ୟୁଜିକ ଭିଡିଓରେ ସ୍ଥାନ ପାଇଛି ଶଲିନ୍ ଭନୋତ୍ ଓ ପ୍ରିୟଙ୍କା ଅଗ୍ରୱାଲଙ୍କ ଅଭିନୟ ।

ମିଳନ, ବିରହ ସହ ନାୟକ – ନାୟିକାଙ୍କ ରୋମାନ୍ସ ଏହି ଗୀତକୁ ଆହୁରି ଖାସ କରିଛି । ଆକର୍ଷଣୀୟ ଲୋକେସନ୍ ସାଙ୍ଗକୁ ବେଶ ସୁନ୍ଦର ଦୃଶ୍ୟୟନ ଦେଖିବାକୁ ମିଳିଛି ଏହି ଗୀତରେ । ଏହି ମ୍ୟୁଜିକ ଭିଡିଓର ନିର୍ଦ୍ଦେଶନା ଦେଇଛନ୍ତି ଲଭ୍ ଆର୍ ଇସ୍ରାନି ।

ଗୀତିକାର ମନୋଜ୍ ମୁନ୍ତାସିର୍ ଏହି ଗୀତର ସଂଗୀତ ଦେଇଛନ୍ତି । ୯୦ ଦଶକର ସୋନୁ ନିଗମଙ୍କ ଆଲବମ୍ ଜାନ୍ ର ମନଛୁଆଁ ଗୀତ ‘ତୁଝେ କୋ ଦିଲ୍ କରେ’କୁ ନେଇ ରିକ୍ରିଏଟ୍ କରିଛନ୍ତି । ତେବେ ସୋନୁ ନିଗମଙ୍କ ଗୀତ ସେତେବେଳେ ସୁପରହିଟ ହୋଇପାରିଥିଲା । ଆଉ ଏବେ ବି ଏହି ଗୀତର ଚାହିଦା ସେହିପରି ରହିଛି । ଯାହାକୁ ନେଇ ମେକର୍ ଏହାର ଏହି ଗୀତକୁ ରିକ୍ରିଏଟ କରିଛନ୍ତି ।

ସମ୍ବନ୍ଧିତ ଖବର