ବିଗ୍ ବସ୍କୁ ନିଜ ସହ ଯିବା ପାଇଁ ପ୍ରତିଶ୍ରୁତି ଦେଇ ଟିଭି ଅଭିନେତ୍ରୀଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ ଜଲୋଟା,ଧୋକା ଦେଇ ଜସ୍ଲୀନଙ୍କ ସହ ଯିବାରୁ ଗିରଫ ଦାବି କଲେ ଅଭିନେତ୍ରୀ
ମୁମ୍ବାଇ : ବିଗ୍ ବସ୍ ଆରମ୍ଭ ହେବାଠାରୁ ଅନୁପ୍-ଜସ୍ଲୀନଙ୍କ ଯୋଡ଼ି ସବୁଠାରୁ ଚର୍ଚ୍ଚିତ ଯୋଡ଼ି ହୋଇ ରହିଛି । ଦୁଇଜଣଙ୍କ ମଧ୍ୟରେ ଥିବା ବୟସର ପାର୍ଥକ୍ୟ ବିଷୟରେ ଜଣା ପଡ଼ିବା ପରେ ସେମାନଙ୍କୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉ ନାହିଁ । ପ୍ରତିଦିନ ଏହି ଯୋଡ଼ିକୁ ନେଇ ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳୁଥିବା ବେଳେ ଏବେ ଜଣେ ଧାରାବାହିକ ଅଭିନେତ୍ରୀ କରିଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ବିଗ୍ ବସ୍କୁ ନିଜ ସହ ଯିବା ପାଇଁ ପ୍ରତିଶ୍ରୁତି ନେଇ ଅନୁପ୍ ତାଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ । କିନ୍ତୁ ଯିବା ସମୟ ଆସିବା ପରେ ସେ ଜସ୍ଲୀନ୍ଙ୍କ ସହ ଯାଇଥିବା ଜାଣି ଏବେ ଅନୁପ୍ଙ୍କ ଗିରଫ ଦାବି କରିଛନ୍ତି ଅଭିନେତ୍ରୀ ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ବିଗ୍ ବସ୍ ଆରମ୍ଭ ହେବାର ୬ମାସ ପୂର୍ବରୁ ଅନୁପ୍ ଅଭିନେତ୍ରୀଙ୍କୁ ବିବାହ କରିବି ବୋଲି କହିବା ସହ ବିଗ୍ ବସ୍କୁ ମଧ୍ୟ ତାଙ୍କ ସହ ଯିବା ପାଇଁ ସୁଯୋଗ ମିଳିବ ବୋଲି କହିଥିଲେ । ଅଭିନେତ୍ରୀଙ୍କ ବୟସ ଅନୁପ୍ଙ୍କଠାରୁ ଖୁବ୍ କମ ହୋଇଥିବାରୁ ପ୍ରଥମେ ଅଭିନେତ୍ରୀଜଣଙ୍କ ଅନୁପ୍ଙ୍କ ଜାଲରେ ଫସି ନ ଥିବା ବେଳେ କିଛି ଦିନ ପରେ ଅନୁପ୍ଙ୍କ ତାଙ୍କ ପ୍ରତି ଥିବା ଭଲ ପାଇବା ଦେଖି ସେ ମଧ୍ୟ ଅନୁପ୍ଙ୍କୁ ଭଲ ପାଇବା ଆରମ୍ଭ କରିଥିଲେ । ଯାହା ପରେ ୬ ମାସ ମଧ୍ୟରେ ଦୁହିଁଙ୍କ ମଧ୍ୟ ଦୁଇଥର ଶାରୀରିକ ସଂପର୍କ ସ୍ଥାପନ ହୋଇଥିଲା ବୋଲି ଅଭିନେତ୍ରୀଜଣକ ଖୁଲାସା କରିଛନ୍ତି । ଦୁଇ ଥର ଶାରୀରିକ ସଂପର୍କ ରଖିବା ପରେ ଅଗଷ୍ଟ ମାସରେ ଅନୁପ୍ ଅଭିନେତ୍ରୀଙ୍କ ଫୋନ ଉଠାଇବା ବନ୍ଦ କରି ଦେଇଥିଲେ । ବାରମ୍ବାର ଫୋନ କରିବା ପରେ ଅନୁପ୍ ଫୋନ ନ ଉଠାଇବାରୁ ଦୁହେଁ ବିଗ୍ ବସ୍ ଯାଇ ପାରିବେ ନାହିଁ ବୋଲି ଭାବି ଅଭିନେତ୍ରୀ ଆମେରିକା ଚାଲି ଯାଇଥିଲେ । ସେଠାକୁ ଯିବା ପରେ ଅନୁପ୍ଙ୍କୁ ଜସ୍ଲୀନ୍ଙ୍କ ସହ ଦେଖି ଅନୁପ୍ ତାଙ୍କୁ ଧୋକା ଦେଇଥିବା ଅଭିଯୋଗ ଆଣିବା ସହ ତୁରନ୍ତ ତାଙ୍କର ଗିରଫ ଦାବି କରିଛନ୍ତି ଅଭିନେତ୍ରୀ ।