ଜନ୍ମଦିନ ପାଳନ କରିବା ପାଇଁ ଦୁବାଇ ଯାଇଥିବା ଅଭିନେତ୍ରୀ ସାରା ଖାନ୍‌ଙ୍କ ବିଗିଡ଼ିଲା ସ୍ୱାସ୍ଥ୍ୟବସ୍ଥା, ଡ଼ାକ୍ତରଖାନାରେ ଭର୍ତ୍ତି ହେଲେ

ମୁମ୍ବାଇ : କିଛି ମାସ ପୂର୍ବରୁ ନିଜର ଅଶ୍ଲୀଳ ଭିଡ଼ିଓକୁ ନେଇ ଚର୍ଚ୍ଚାରେ ଥିବା ଟେଲିଭିଜନ ଅଭିନେତ୍ରୀ ସାରା ଖାନ୍‌ ଏବେ ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି । ନିଜର ଜନ୍ମଦିନ ପାଳନ କରିବା ପାଇଁ ସେ ଦୁବାଇ ଯାଇଥିବା ବେଳେ ହଠାତ୍‌ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଛି । ଜନ୍ମଦିନ ପାଳନ କରିବା ପୂର୍ବରୁ ଫୁଡ୍‌ ପଏଜନିଙ୍ଗ ହେବାରୁ ତୁରନ୍ତ ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଜଣା ପଡ଼ିଛି । ନିଜର ଏହି ସମସ୍ୟା ବିଷୟରେ ସେ ଇନ୍‌ଷ୍ଟାରେ ଏକ ଫଟୋ ଅପ୍‌ଲୋଡ଼ କରି ସେ ସମସ୍ତଙ୍କୁ ଜଣାଇଛନ୍ତି ।

jansatta.com

ସେୟାର କରିଥିବା ଫଟୋରେ ସେ ଆମ୍ବୁଲାନ୍ସରେ ଶୋଇଥିବାର ଦେଖା ଯାଇଛି । ଏହି ଫଟୋ ପୋଷ୍ଟ କରି, କିଛି ଏଭଳି ଭାବରେ ମୁଁ ମୋ ଜନ୍ମଦିନ ପାର୍ଟି ଶେଷ କଲି । ପ୍ରଥମ ଥର ପାଇଁ ମୋ ଜନ୍ମଦିନ ଅବସରରେ ମୁଁ ଆମ୍ବୁଲାନ୍ସରେ ଯିବାର ଅଭିଜ୍ଞତା ପାଇଲି । ଆପଣମାନଙ୍କ ଭଲ ପାଇବା ପାଇଁ ମୁଁ ଆଜି ଠିକ୍‌ ଅଛି । ଏଥିପାଇଁ ଆପଣମାନଙ୍କୁ ଧନ୍ୟବାଦ୍‌ କହିବା କମ ହେବ ବୋଲି ସେ ଲେଖି ଫଟୋ ପୋଷ୍ଟ କରିଥିବା ଦେଖା ଯାଇଛି ।

ସମ୍ବନ୍ଧିତ ଖବର