ରାଜୀବଙ୍କ ସୋ’ରେ ପୂର୍ବ ପ୍ରେମିକଙ୍କୁ ମନେ ପକାଇ କାନ୍ଦିଲେ ଈଶିତା

ନୂଆଦିଲ୍ଲୀ : ଈଶିତା ଚରିତ୍ରରେ ଅଭିନୟ କରି ଧାରାବାହିକ ‘ୟେ ହୈ ମୋହବତେଁ’ରୁ  ଲୋକପ୍ରିୟତା ପାଇଥିବା ଦିବ୍ୟଙ୍କା ତ୍ରିପାଠୀ ବର୍ତ୍ତମାନ ତାଙ୍କ ପୂର୍ବ ପ୍ରେମିକଙ୍କୁ ନେଇ ଚର୍ଚ୍ଚାରେ ।  ଦିବ୍ୟଙ୍କାଙ୍କୁ ନିକଟରେ ଦେଖିବାକୁ ମିଳିଥିଲା ରାଜୀବ ଖଣ୍ଡେଲଓ୍ଵାଲଙ୍କ ନୂତନ ଟକ୍‌ ସୋ ‘ଜଜ୍‌ବାତ୍‌’ରେ। ଏଥିରେ ଦିବ୍ୟଙ୍କା ଆସିଥିଲେ ସ୍ୱାମୀ ବିବେକ୍‌ଙ୍କ ସହିତ। ଏହି ସମୟରେ ହଠାତ୍‌ ତାଙ୍କ ପୂର୍ବ ପ୍ରେମିକଙ୍କ ବିଷୟରେ କହି କାନ୍ଦି ପକାଇଥିଲେ ଦିବ୍ୟାଙ୍କା । ଆସନ୍ତୁ ଜାଣିବା ପ୍ରକୃତରେ କ’ଣ ରହିଥିଲା ଇଶିମା’ଙ୍କ ପୂର୍ବ ପ୍ରେମିକଙ୍କ କାହାଣୀ ।

ରାଜୀବ ଖଣ୍ଡେଲଓ୍ଵାଲ ବହୁଦିନର ବ୍ୟବଧାନ ପରେ ଟେଲିଭିଜନକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ତାଙ୍କର ଏହି ଟକ୍‌ ସୋ’ର ନାମ ଜଜ୍‌ବାତ୍‌ ରହିଥିବା ବେଳେ ଏଥିରେ କଳାକାରଙ୍କ ବ୍ୟକ୍ତିଗତ ଜୀବନ ସମ୍ବନ୍ଧୀୟ ଅନେକ ବିଷୟରେ ଆଲୋଚନା କରାଯିବ । ଏହି ସୋ’  ଜି ଟିଭି ରେ ପ୍ରସାରିତ ହେବାକୁ ଯାଉଛି।  ଏହି ସୋ’ର ପ୍ରଥମ ଏପିସୋଡ଼ରେ ଅତିଥି ଭାବେ ଦେଖାଦେବେ ଦିବ୍ୟାଙ୍କା ଏବଂ ତାଙ୍କ ଅଭିନେତା ସ୍ୱାମୀ ବିବେକ୍‌ । ବର୍ତ୍ତମାନ ପର୍ଯ୍ୟନ୍ତ ସୋ’ର କେବଳ ପ୍ରୋମୋ ରିଲିଜ କରାଯାଇଛି। ଏଥିରେ ଇଶିମା ଓରଫ ଦିବ୍ୟାଙ୍କା ତାଙ୍କ ଜୀବନରେ ପ୍ରେମର ମହତ୍ତ୍ୱ କ’ଣ ରହିଛି ସେ ବିଷୟରେ ପ୍ରକାଶ କରିଛନ୍ତି।

www.bollywoodpapa.com

ସୋ’ରେ ରାଜୀବ ଦିବ୍ୟାଙ୍କାଙ୍କୁ ତାଙ୍କ ପୂର୍ବ ପ୍ରେମିକ ଏବଂ ତାଙ୍କ ସହ ବିଚ୍ଛେଦ ପରେ କ’ଣ  ହୋଇଥିଲା ବୋଲି ପ୍ରଶ୍ନ ପଚାରିଥିଲେ । ଯେଉଁଥିରେ ଭାବପ୍ରବଣ ହୋଇ ସେ କହିଥିଲେ, ପୂର୍ବ ପ୍ରେମରେ ବିଚ୍ଛେଦ ତାଙ୍କ ଜୀବନର ୮ ବର୍ଷ ନଷ୍ଟ କରିଦେଇଛି। ସେ ମାନସିକ ସ୍ତରରେ ବହୁ ଦୁର୍ବଳ ହେବା ସହ ଅନ୍ଧବିଶ୍ୱାସୀ ହୋଇ ଯାଇଥିଲେ । ପରେ ତାଙ୍କ ଜୀବନରେ ବିବେକ ପ୍ରେମର ପ୍ରତୀକ ହୋଇ ଆସିଥିଲେ ।

ତେବେ ଆପଣଙ୍କ ସୂଚନା ପାଇଁ  ଦିବ୍ୟଙ୍କା ଏବଂ ଅଭିନେତା ସରଦ ମାଲହୋତ୍ରାଙ୍କ ମଧ୍ୟରେ ବହୁ ଦିନ ପ୍ରେମ ସଂପର୍କରେ ରହିଥିଲା । ଦୁହିଁଙ୍କ ମଧ୍ୟରେ ବହୁ ଦିନରେ ସଂପର୍କ ରହିଥିଲେ ହେଁ କୌଣସି ଏକ କାରଣରୁ ଦୁହିଁଙ୍କର ବିଚ୍ଛେଦ ହୋଇଥିଲା । ତେବେ ଏ ବିଷୟରେ କହିବା ସହ ଶୋକାକୂଳ ହୋଇ ପଡ଼ିଥିଲେ ଦିବ୍ୟଙ୍କା ।

ସମ୍ବନ୍ଧିତ ଖବର