ଅଭିନେତା ଅନୁପମ ଖେର୍‌ଙ୍କ ଇସ୍ତଫା ପରେ ଧାରାବାହିକ ସିଆଇଡିର ନିର୍ଦ୍ଦେଶକଙ୍କୁ କରାଗଲା ଏଫ୍‌ଟିଆଇଆଇର ଅଧ୍ୟକ୍ଷ

ନୂଆଦିଲ୍ଲୀ : ବଲିଉଡ୍‌ ଅଭିନେତା ଅନୁପମ୍‌ ଖେର୍‌ଙ୍କ ଇସ୍ତଫା ପରେ ଏବେ ଲୋକପ୍ରିୟ ଟିଭି ଧାରାବାହିକ ସିଆଇଡିର ନିର୍ଦ୍ଦେଶକ ତଥା ପ୍ରଯୋଜକ ବିପି ସିଂହଙ୍କୁ ଫିଲ୍ମ ଆଣ୍ଡ ଟେଲିଭିଜନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ନୂଆ ଅଧ୍ୟକ୍ଷ ଭାବେ ଚୟନ କରାଯାଇଛି । ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ତରଫରୁ ଏହି ଘୋଷଣା କରାଯାଇଛି । ଅକ୍ଟୋବରରେ କାର୍ଯ୍ୟବ୍ୟସ୍ତତା ପାଇଁ ଅନୁପମ ଖେର୍‌ ଇସ୍ତଫା ଦେଇଥିବା ବେଳେ ସେବେଠାରୁ ଅଧ୍ୟକ୍ଷ ପଦ ଖାଲି ପଡ଼ିଥିଲା । ଏବେ ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବିପି ସିଂହ ।

Hindustan

ସୂଚନା ମୁତାବକ, ବିପି ସିଂହ ପୂର୍ବରୁ ଫିଲ୍ମ ଆଣ୍ଡ ଟେଲିଭିଜନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆରେ ପାଠ ପଢ଼ିଥିଲେ । ଏବେ ତାହାର ଅଧ୍ୟକ୍ଷ ହୋଇ ସେ ଖୁସିଥିବା କହିଛନ୍ତି । ବିପି ସିଂହଙ୍କ ପୂର୍ବରୁ ଅନୁପମ ଖେର୍‌ ଅଧ୍ୟକ୍ଷ ଥିବା ବେଳେ ତାଙ୍କ ପୂର୍ବରୁ ଗଜେନ୍ଦ୍ର ଶର୍ମା ଅଧ୍ୟକ୍ଷ ପଦରେ କାର୍ଯ୍ୟ କରୁଥିଲେ ।

ସମ୍ବନ୍ଧିତ ଖବର