ଇନ୍‌ଷ୍ଟାଗ୍ରାମ୍‌ରେ ଟ୍ଵିଙ୍କଲ୍‌ ଖାନ୍ନାଙ୍କ କଥାକୁ ନାପସନ୍ଦ କଲେ ୟୁଜର୍‌ !

ମୁମ୍ବାଇ: ବଲିଉଡ଼୍‍ ସୁପର ଷ୍ଟାର୍‌ ଅକ୍ଷୟ କୁମାର ଅନେକ ସମୟରେଭଲ କାମ ପାଇଁ ଆର୍ଥିକ ସହାୟତା ଦେଉଥିବା କଥା ଚର୍ଚ୍ଚା ହୁଏ।ସେ ଏଥିଲାଗି ସହାୟତା ରାଶି ବି ଦେଇଥାନ୍ତି।
ଏବେ ବଲିଉଡ଼୍‍ର ଏହି ଜଣାଶୁଣା ତାରକା ଅକ୍ଷୟ କୁମାର ସାମାଜିକ କାର୍ଯ୍ୟପାଇଁ ନିଜର ଏକ ୟୁନିଫର୍ମର ନିଲାମ କରିବାକୁ ଯାଉଛନ୍ତି। ସେ ଏହି ୟୁନିଫର୍ମ ଫିଲ୍ମ ‘ରୁସ୍ତମ’ରେ ପିନ୍ଧିଥିଲେ। ସୂଚନାଯୋଗ୍ୟ ଯେ ‘ରୁସ୍ତମ୍‌’ ସିନେମାରେ ଉଚ୍ଚକୋଟିର ଅଭିନୟ କରି ଅକ୍ଷୟ କୁମାର ଶ୍ରେଷ୍ଠ ଅଭିନେତା ଭାବେ ରାଷ୍ଟ୍ରୀୟ ପୁରସ୍କାର ଲାଭ କରିଥିଲେ।

‘ରୁସ୍ତମ୍‌’ରେ ଅକ୍ଷୟ ପିନ୍ଧିଥିବା ୟୁନିଫର୍ମର ନିଲାମି ସଂପର୍କୀତ ସୂଚନା ତାଙ୍କ ପତ୍ନୀ ଟ୍ଵିଙ୍କଲ୍‌ ଖାନ୍ନା ନିଜର ଇନ୍‌ଷ୍ଟାଗ୍ରାମ୍‌ ରେ ଦେଇଛନ୍ତି। ସେଥିରେ ଟ୍ଵିଙ୍କଲ୍‌ ଉଲ୍ଲେଖ କରିଛନ୍ତି,‘ଅକ୍ଷୟ କୁମାର ‘ରୁସ୍ତମ୍‌’ ଫିଲ୍ମରେ ପିନ୍ଧିଥିବା ବର୍ଦ୍ଦିକୁ ଜିତନ୍ତୁ।’ ଏହା ଭଲ କାମ ପାଇଁ ଏକ ପଦକ୍ଷେପ ବୋଲି ସେ ଲେଖିଛନ୍ତି।

photo-amarujala

ଏହାକୁ ବଲିଉଡ଼୍‍ ସେଲିବ୍ରେଟି କରଣ ଜୋହର,ରିତିକ ରୋଶନ୍‌,ସୋନମ କପୁର୍‌ ଓ ଅକ୍ଷୟ କୁମାର ପ୍ରମୁଖ ପ୍ରଶଂସା କରିଛନ୍ତି।ଟ୍ଵିଙ୍କଲ ଖାନ୍ନାଙ୍କର ଏହି ପୋଷ୍ଟକୁ ଆଉ କେତେକ ଲୋକ ପ୍ରଶଂସା କରିଥିବା ବେଳେ କେତେକ ଏହାର ନିନ୍ଦା କରିଛନ୍ତିି।ଜଣେ ୟୁଜର ଲେଖିଛନ୍ତି ତମର ସ୍ୱାମୀ ଏକ ଫିଲ୍ମରେ ବିଲିଅନ୍‌ ରୋଜଗାର କରୁଛନ୍ତି। ପୁଣି ଆପଣଙ୍କୁ ଚାନ୍ଦା ଲାଗି କଣ୍ଟ୍ରିବ୍ୟୁସନ୍‌ ଦରକାର ,ଚ୍ୟାରିଟି ପାଇଁ।

ସମ୍ବନ୍ଧିତ ଖବର